Advertisment

ସୁନ୍ଦରଗଡ଼ରେ ଚିନ୍ତା ବଢାଇଛି ଡେଙ୍ଗୁ, ହଟସ୍ପଟ୍ ପାଲଟିଛି ରାଉରକେଲାର ସେକ୍ଟର-୧୪

ଚଳିତ ବର୍ଷ ଆରମ୍ଭରୁ ଜୁଲାଇ ୯ ପର୍ଯ୍ୟନ୍ତ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ସରକାରୀ ଭାବେ ୫୭ ରହିଛି । ତେବେ ଏମାନଙ୍କ ମଧ୍ୟରୁ ପ୍ରାୟ ୮୦ ପ୍ରତିଶତ ରୋଗୀ ସେକ୍ଟର-୧୪ ଅଞ୍ଚଳରୁ ଚିହ୍ନଟ ହେଉଛନ୍ତି ।

ଅଦ୍ୟତନ ହୋଇଛି
Dengue

Dengue

Advertisment

ସୁନ୍ଦରଗଡ଼ ଜିଲ୍ଲାରେ ଚିନ୍ତା ବଢାଇଛି ଡେଙ୍ଗୁ । ହଟସ୍ପଟ୍ ପାଲଟିଛି ରାଉରକେଲା ସହରର ସେକ୍ଟର-୧୪ ଅଂଚଳ । ଏଠାରୁ ପ୍ରାୟ ଡେଙ୍ଗୁ ରୋଗୀ ଚିହ୍ନଟ ହେଉଥିବା ଜିଲ୍ଲା ପ୍ରଶାସନ ସୂଚନା ଦେଇଛି । ଚଳିତ ବର୍ଷ ଆରମ୍ଭରୁ ଜୁଲାଇ ୯ ପର୍ଯ୍ୟନ୍ତ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ସରକାରୀ ଭାବେ ୫୭ ରହିଛି । ତେବେ ଏମାନଙ୍କ ମଧ୍ୟରୁ ପ୍ରାୟ ୮୦ ପ୍ରତିଶତ ରୋଗୀ ସେକ୍ଟର-୧୪ ଅଞ୍ଚଳରୁ ଚିହ୍ନଟ ହେଉଛନ୍ତି ।

Advertisment

ଏଣୁ ଜିଲ୍ଲା ପ୍ରଶାସନ ଏବେ ଏକ ସ୍ବତନ୍ତ୍ର ମେଡିକାଲ ଟିମ୍ ଓ ସ୍ବାସ୍ଥ୍ୟ କର୍ମୀଙ୍କୁ ନେଇ ପୁରା ଅଂଚଳକୁ ସର୍ଭେଲାନ୍ସରେ ରଖିଛି । ବିଭାଗ ଏବେ ଘର ଘର ବୁଲି ଲୋକଙ୍କୁ କେବଳ ବୁଝାଉ ନାହାନ୍ତି, ତାସହ ଘରେ ଘରେ ପଡିଥିବା ଅଳିଆ, ଆବର୍ଜନା, ଦୀର୍ଘଦିନ ଧରି ପାଣି ଜମି ରହୁଥିବା ଜାଗା ଗୁଡିକୁ ବି ସଫା କରିବାକୁ ସତର୍କ କରୁଛନ୍ତି। ତେବେ ପାଣି ଜମିଥିବା ଜାଗାରେ ଏତେ ସଂଖ୍ୟାରେ ଡେଙ୍ଗୁ ଲାର୍ଭା ଦେଖି ଆଶ୍ଚର୍ଯ୍ୟ ହୋଇଛି ଟିମ୍ ।

ପାଣି ଜମି ରହିଲେ ଡେଙ୍ଗୁ ବଂଶ ବୃଦ୍ଧି ଚାନ୍ସ ବଢିଥାଏ। ଏଣୁ ପାଣି ଜମିବାକୁ ନଦେବାକୁ ସତର୍କ କରାଇଛନ୍ତି ଡାକ୍ତରୀ ଟିମ୍ । ତେଣେ ଲୋକେ ଅଭିଯୋଗ କରିଛନ୍ତି, ଘର ବାହାରୁ ଅଳିଆ ସଫା କରାଯାଉନି । ସେପଟେ ଇନଚାର୍ଜ ଜିଲ୍ଲାପାଳଙ୍କ କହିବା କଥା, ଡେଙ୍ଗୁ ମୁକାବିଲା ପାଇଁ ସବୁ ଚେଷ୍ଟା କରାଯାଉଛି। ଆରଜିଏଚ ଓ ଆଇଜିଏଚରେ ମାଗଣା ଡେଙ୍ଗୁ ଟେଷ୍ଟ କରାଯାଉଛି। ବିଭିନ୍ନ ହସପିଟାଲରେ ଚିକିତ୍ସା ସୁବିଧା କରାଯାଇଛି ।

Advertisment

ସେପଟେ ରାଜ୍ୟରେ ଏବେ ବଢୁଛି ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା । ଗତକାଲି ସୁଦ୍ଧା ୪୮୮ ଜଣ ଡେଙ୍ଗୁ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଯାଏଁ ମୋଟ ୩୫ ହଜାର ୪୭୦ ଟେଷ୍ଟିଂ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୧୩୦ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ବୁଧବାର ୩୩ ଜଣ ଡେଙ୍ଗୁ ପଜିଟିଭ ଚିହ୍ନଟ ହୋଇଛନ୍ତି ।

କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡାଙ୍କ ଅଧ୍ୟକ୍ଷତାରେ ୨ ଦିନ ତଳେ ଏକ ଉଚ୍ଚସ୍ତରୀୟ ବୈଠକରେ ସାରା ଦେଶରେ ଡେଙ୍ଗୁ ସ୍ଥିତି, ମୌସୁମୀର ଆଗମନ ଏବଂ ବିଶ୍ୱସ୍ତରରେ ଡେଙ୍ଗୁ ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଡେଙ୍ଗୁର ପ୍ରତିରୋଧ, ନିୟନ୍ତ୍ରଣ ଏବଂ ପରିଚାଳନା ପାଇଁ ଜନସ୍ୱାସ୍ଥ୍ୟ ବ୍ୟବସ୍ଥାର ପ୍ରସ୍ତୁତିର ସମୀକ୍ଷା କରାଯାଇଥିଲା ।

Advertisment

ଡେଙ୍ଗୁ ଜନିତ ମୃତ୍ୟୁହାର ୧୯୯୬ରେ ଦେଶରେ ୩.୩% ଥିବା ବେଳେ ୨୦୨୪ରେ ଏହା ୦.୧%କୁ ହ୍ରାସ ପାଇଛି ବୋଲି ବୈଠକରୁ ଜଣାପଡିଥିଲା । ବର୍ଷା ଋତୁରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବା ସମ୍ଭାବନା ଥିବାରୁ ନଡ୍ଡା ଡେଙ୍ଗୁ ବିରୋଧରେ ପ୍ରସ୍ତୁତ ରହିବା ଉପରେ ଗୁରୁତ୍ୱାରୋପ କରିଥିଲେ । ଡେଙ୍ଗୁ ନିରାକରଣ, ନିୟନ୍ତ୍ରଣ ଓ ପରିଚାଳନା ବ୍ୟବସ୍ଥାକୁ ସୁଦୃଢ଼ କରିବାକୁ ସେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

Dengue
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ