Advertisment

କାୟା ମେଲାଉଛି ଡେଙ୍ଗୁ; ରାଜ୍ୟରେ ୪୮୮ ଜଣ ପଜିଟିଭ ଚିହ୍ନଟ...

ଗତକାଲି ସୁଦ୍ଧା ୪୮୮ ଜଣ ଡେଙ୍ଗୁ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଯାଏଁ ମୋଟ ୩୫ ହଜାର ୪୭୦ ଟେଷ୍ଟିଂ ହୋଇଛି।

ଅଦ୍ୟତନ ହୋଇଛି
Dengue Outbreak in Odisha

Dengue Cases

Advertisment

ରାଜ୍ୟରେ ଏବେ ବଢୁଛି ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା । ଗତକାଲି ସୁଦ୍ଧା ୪୮୮ ଜଣ ଡେଙ୍ଗୁ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଯାଏଁ ମୋଟ ୩୫ ହଜାର ୪୭୦ ଟେଷ୍ଟିଂ ହୋଇଛି। ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୧୩୦ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ବୁଧବାର ୩୩ ଜଣ ଡେଙ୍ଗୁ ପଜିଟିଭ ଚିହ୍ନଟ ହୋଇଛନ୍ତି। 

Advertisment

ବର୍ଷା ଋତୁ ଆସିଥିବାରୁ ରାଜ୍ୟରେ ମ୍ୟାଲେରିଆ ବଢିଛି। ଗତକାଲି ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ହାଇଲେବଲ ମିଟିଂ ହୋଇଥିଲା। ସବୁ ବିଭାଗର ସଚିବ ମାନେ ଉପସ୍ଥିତ ଥିଲେ। ସବୁ ବିଭାଗକୁ ସତର୍କ ରହିବା ସହ ମାର୍ଗଦର୍ଶିକା ଜାରି କରାଯାଇଛି।

 ମଶା ବଂଶ ବୃଦ୍ଧିକୁ ରୋକାଯିବା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦେଶ ଦିଆଯାଇଛି। ସ୍କୁଲ ପ୍ରଧାନଶିକ୍ଷକ ମାନେ ପିଲାଙ୍କୁ ସଚେତନ କରିବାକୁ କୁହାଯାଇଛି। ହଷ୍ଟେଲରେ ମଶାରୀ ଟାଙ୍ଗି ଶୋଇବାକୁ କୁହାଯାଇଛି।

Advertisment

ଅଧିକ ପଢ଼ନ୍ତୁ: ସଇଁତଳାରେ ମାଡ଼ିଚାଲିଛି ଡେଙ୍ଗୁ; ସ୍ଥିତି ଅନୁଧ୍ୟାନ କରିବ ରାଜ୍ୟସ୍ତରୀୟ ଟିମ୍

ସ୍କୁଲ ପାଖରେ ଯେଭଳି ପାଣି ନ ଜମେ, ଧୂଆଁ ଦିଆଯିବ ସେଥିପାଇଁ ସ୍ୱତନ୍ତ୍ର ଧ୍ୟାନ ଦେବାକୁ ଗଣଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଥିବା ସୂଚନା ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର। 

Advertisment

କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡାଙ୍କ ଅଧ୍ୟକ୍ଷତାରେ ୨ ଦିନ ତଳେ ଏକ ଉଚ୍ଚସ୍ତରୀୟ ବୈଠକରେ ସାରା ଦେଶରେ ଡେଙ୍ଗୁ ସ୍ଥିତି, ମୌସୁମୀର ଆଗମନ ଏବଂ ବିଶ୍ୱସ୍ତରରେ ଡେଙ୍ଗୁ ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଡେଙ୍ଗୁର ପ୍ରତିରୋଧ, ନିୟନ୍ତ୍ରଣ ଏବଂ ପରିଚାଳନା ପାଇଁ ଜନସ୍ୱାସ୍ଥ୍ୟ ବ୍ୟବସ୍ଥାର ପ୍ରସ୍ତୁତିର ସମୀକ୍ଷା କରାଯାଇଥିଲା ।

ଡେଙ୍ଗୁ ଜନିତ ମୃତ୍ୟୁହାର ୧୯୯୬ରେ ଦେଶରେ ୩.୩% ଥିବା ବେଳେ ୨୦୨୪ରେ ଏହା ୦.୧%କୁ ହ୍ରାସ ପାଇଛି ବୋଲି ବୈଠକରୁ ଜଣାପଡିଥିଲା । ବର୍ଷା ଋତୁରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବା ସମ୍ଭାବନା ଥିବାରୁ ନଡ୍ଡା ଡେଙ୍ଗୁ ବିରୋଧରେ ପ୍ରସ୍ତୁତ ରହିବା ଉପରେ ଗୁରୁତ୍ୱାରୋପ କରିଥିଲେ । ଡେଙ୍ଗୁ ନିରାକରଣ, ନିୟନ୍ତ୍ରଣ ଓ ପରିଚାଳନା ବ୍ୟବସ୍ଥାକୁ ସୁଦୃଢ଼ କରିବାକୁ ସେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ଅଧିକ ପଢ଼ନ୍ତୁ: ରାଜ୍ୟରେ ବଢ଼ୁଛି ଡେଙ୍ଗୁ ସଂକ୍ରମଣ, ତତ୍ପର ହେଲାଣି ସ୍ୱାସ୍ଥ୍ୟ ବିଭାଗ

Dengue In Odisha Dengue Fever Dengue Fever Symptoms Dengue In Bhubaneswar
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ