ସ୍ୱାସ୍ଥ୍ୟ ପାଇଁ କାନ୍ଦିବା ଜରୁରୀ

ଏକ ସୁସ୍ଥ ଜୀବନଶୈଳୀ ନିମନ୍ତେ ହସିବାର ଆବଶ୍ୟକତା ରହିଛି ବୋଲି ବିଭିନ୍ନ ଅନୁସନ୍ଧାନରୁ ପ୍ରମାଣିତ ହୋଇଛି । ଏପରିକି ହସିବା ପାଇଁ ‘ଲାଫିଙ୍ଗ କ୍ଲବ’ ମାନ ସଂଖ୍ୟାଧିକ ରହିଛି । ହେଲେ କଣ ଆପଣ ଜାଣିଛନ୍ତି ସୁସ୍ଥ ରହିବା ପାଇଁ କାନ୍ଦିବାର ଆବଶ୍ୟକତା ମଧ୍ୟ ବେଶ ଅଧିକ ରହିଛି । ସ୍ୱାସ୍ଥ୍ୟ ବିଶେଷଜ୍ଞ ଅନୁସାରେ ଶରୀର ସୁସ୍ଥ ରହିବା ପାଇଁ କାନ୍ଦିବାର ଆବଶ୍ୟକତା ମଧ୍ୟ ରହିଛି ।

Benefits of crying

News Summary

ଯନ୍ତ୍ରଣାରୁ ମୁକ୍ତି ଦିଏ କାନ୍ଦଣା

କାନ୍ଦିଦେଲେ ହାଲୁକା ହୋଇଯାଏ ମନ

ପ୍ରକୃତରେ ମନ ଖୁସି ରହିଲେ ସବୁକିଛି ଠିକ୍ ରହେ, ଏଥିରେ ସତ୍ୟତା ଅଛି । ନିକଟରେ କିନ୍ତୁ ଗବେଷକ ଦଳ ସ୍ପଷ୍ଟ କରିଛନ୍ତି ସୁସ୍ଥ ରହିବା ପାଇଁ କାନ୍ଦିବାର ଆବଶ୍ୟକତା ମଧ୍ୟ ବେଶ ଅଧିକ । ଜାପାନର ବିଶେଷଜ୍ଞ ଦଳ ଏହାର ସତ୍ୟତା ପରୀକ୍ଷା ନିମନ୍ତେ ପ୍ରଥମେ କର୍ମଜୀବୀ ଲୋକଙ୍କ ଉପରେ ପ୍ରୟୋଗ ଆରମ୍ଭ କରିଥିଲେ । ଏହା ମଧ୍ୟ ସତ ଯେ ବିନା କାରଣରେ ହସିବା ସହଜ ହୋଇଥିବା ବେଳେ କାନ୍ଦିବା ଏକ ବଡ଼ ଚ୍ୟାଲେଞ୍ଜ । ଏଥିନିମନ୍ତେ ସ୍ୱତନ୍ତ୍ର ଭାବେ କାନ୍ଦିବା ପ୍ରଶିକ୍ଷକଙ୍କୁ ମଧ୍ୟ ଯୋଗାଡ଼ କରାଗଲା ।

 ସ୍ୱସ୍ଥ୍ୟ ପାଇଁ କାନ୍ଦିବା କାହିଁକି ଜରୁରୀ ଅଟେ: