Advertisment

Health Tips: ନାଭିରେ ଲଗାନ୍ତୁ ଗାଈ ଘିଅ, ଆଖିରୁ ଉଠିଯିବ ଚଷମା; ଜାଣନ୍ତୁ ଉପାୟ…

ଆଜିକାଲି କେବଳ ବୟସ୍କଲୋକମାନେ ନୁହେଁ ଛୋଟ ପିଲାମାନଙ୍କର ମଧ୍ୟ ଆଖି ଦୁର୍ବଳ ହେବାରେ ଲାଗିଛି। ତେବେ ଚିକିତ୍ସାର ପ୍ରାଚୀନ ପଦ୍ଧତୀ ମଧ୍ୟରେ ଆୟୁର୍ବେଦ ଏବଂ ପ୍ରାକୃତିକ ଚିକିତ୍ସାରେ ଆଖିକୁ ଶକ୍ତିଶାଳୀ କରିବା ନେଇ ରହିଛି ଅନେକ ପ୍ରତିକାର। ଆସନ୍ତୁ ଜାଣିବା।

author-image
Pramod Behera
ଅଦ୍ୟତନ ହୋଇଛି
cow ghee in navel benefits to remove spectacles and improve eye sight

cow ghee in navel benefits to remove spectacles and improve eye sight

ଆଜିକାଲି କେବଳ ବୟସ୍କଲୋକମାନେ ନୁହେଁ ଛୋଟ ପିଲାମାନଙ୍କର ମଧ୍ୟ ଆଖି ଦୁର୍ବଳ ହେବାରେ ଲାଗିଛି। ଏନେଇ ଆଜିର ପ୍ରାୟ ପିଲା ଚଷମା ପିନ୍ଧିଥିବାର ଦେଖାଯାଉଛି। ତେବେ ଚିକିତ୍ସାର ପ୍ରାଚୀନ ପଦ୍ଧତୀ ମଧ୍ୟରେ ଆୟୁର୍ବେଦ ଏବଂ ପ୍ରାକୃତିକ ଚିକିତ୍ସାରେ ଆଖିକୁ ଶକ୍ତିଶାଳୀ କରିବା ନେଇ ରହିଛି ଅନେକ ପ୍ରତିକାର। ସେଥିମଧ୍ୟରୁ ଗୋଟିଏ ହେଉଛି ପ୍ରତିଦିନ ନାଭିରେ ଘିଅ ବା ବାଦାମ ତେଲ ଲଗାଇବା।

Advertisment

ବିଶେଷଜ୍ଞଙ୍କ ଅନୁଯାୟୀ ଏହି ସମାଧାନ ଏତେ ପ୍ରଭାବଶାଳୀ ଯେ ଏହା ଆଖିରେ ଚଷମା ବ୍ୟବହାର କରିବା ବନ୍ଦ କରିଦେବ। ତେବେ ଏଠାରେ ପ୍ରଶ୍ନ ଉଠେ ଯେ ନାଭିରେ ବାଦାମ ତେଲ ଲଗେଇବା ଠିକ୍ ନା ଗାଇ ଘିଅ? ଆସନ୍ତୁ ଜାଣିବା…।

ଚିକିତ୍ସା ଶାସ୍ତ୍ର ଅନୁସାରେ ନାଭି ହେଉଛି ମନୁଷ୍ୟ ଶରୀରର କେନ୍ଦ୍ର ବିନ୍ଦୁ। ଆୟୁର୍ବେଦ ଏବଂ ପ୍ରାକୃତିକ ଚିକିତ୍ସା ଶାସ୍ତ୍ର ଅନୁଯାୟୀ, ଶରୀରର ବିଭିନ୍ନ ଅଙ୍ଗକୁ ସଂଯୋଗ କରୁଥିବା ୭୨ ହଜାର ନାଡି ଏହି ନାଭି ସହିତ ସଂଯୁକ୍ତ। ଏଗୁଡିକ ମଧ୍ୟରେ ଆଖି ଆଡକୁ ଯାଇଥିବା ଅପ୍ଟିକ୍ ସ୍ନାୟୁ ମଧ୍ୟ ଅନ୍ତର୍ଭୁକ୍ତ।

Advertisment

ଗର୍ଭରେ ରହୁଥିବା ଶିଶୁ ନାଭି ସହିତ ଜଡିତ ଗର୍ଭନାଳରୁ ଉଭୟ ପୋଷଣ ଓ ଖାଦ୍ୟ ଗ୍ରହଣ କରି ବିକଶିତ ହୋଇଥାଏ। ଏହି କାରଣରୁ ବଡ ହେବା ପରେ ମଧ୍ୟ ନାଭିକୁ ଦିଆଯାଇଥିବା ପୋଷଣ ଶରୀରର ଅନେକ ଅଙ୍ଗକୁ ଉପକାର କରିଥାଏ।

ପ୍ରାକୃତିକ ଚିକିତ୍ସା ଅନୁସାରେ ଦେଶି ଗାଈ ଘିଅ କିମ୍ବା ବାଦାମ ତେଲ ବ୍ୟବହାର କରିବାକୁ ପରାମର୍ଶ ଦିଆଯାଏ। ତେବେ ଏଠାରେ ଧ୍ୟାନଦେବା ଉଚିତ କେବଳ ଦେଶି ଗାଈ ଘିଅ ଛଡା ମଇଁଷି କିମ୍ବା ଅନ୍ୟ ପ୍ରଜାତିର ଗାଈ ଘିଅ ପ୍ରାକୃତିକ ଚିକିତ୍ସାରେ ବ୍ୟବହାର କରାଯାଇପାରିବ ନାହିଁ।

କ’ଣ ବ୍ୟବହାର କଲେ ଉତ୍ତମ:

ଯଦି ଘିଅ କିମ୍ବା ବାଦାମ ତେଲର ବ୍ୟବହାର କଥା ଉଠେ ତେବେ ଦେଶୀ ଗାଈର ପ୍ରକୃତି କ୍ଷାରୀୟ ହୋଇଥାଏ। ଏହାର ମଧ୍ୟ ଶରୀର ପାଇଁ ଥଣ୍ଡା। ତେଣୁ ଏହାକୁ ଯେକୌଣସି ଋତୁରେ ବ୍ୟବହାର କରାଯାଇପାରିବ। ତେଣୁ ଏହା ସର୍ବୋତ୍ତମ ଅଟେ।

ଯଦି ବାଦାମ ତେଲ କଥା କୁହାଯାଏ ତେବେ ଏହା ଅମ୍ଳଯୁକ୍ତ ବା ଏସିଡିକ୍। ବାଦାମ ତେଲର ପ୍ରକୃତି ହେଉଛି ଗରମ। ଯଦିଓ ଶୀତ ଋତୁରେ ନାଭିରେ ବାଦାମ ତେଲ ପ୍ରୟୋଗ କରାଯାଇପାରେ, କିନ୍ତୁ ଗ୍ରୀଷ୍ମ ଦିନରେ ଏହାକୁ ନାଭିରେ ପ୍ରୟୋଗ କରିବା ନିଷେଧ।

କିପରି କରିବେ ବ୍ୟବହାର:

ପ୍ରତିଦିନ ରାତିରେ ଶୋଇବା ପୂର୍ବରୁ ନାଭିରେ ଦୁଇରୁ ତିନି ବୁନ୍ଦା ଦେଶୀ ଗାଈ ଘିଅ ଲଗାନ୍ତୁ। ଏହା କରିବା ଦ୍ୱାରା ନା କେବଳ ଆଖିର ଜ୍ୟୋତି ବଢିଥାଏ ଏହା କରିବା ଦ୍ୱାରା ଦୃଷ୍ଟି ଶକ୍ତି ବଢିବା ସହିତ ଆଖିର ଦୁର୍ବଳତା ମଧ୍ୟ ଦୂର ହୋଇଥାଏ। ଅଭ୍ୟାସ ଅର୍ଥରେ ଏହା କରିବା ଦ୍ୱାରା ଆଖିରେ ଯଦି ଚଷମା ବ୍ୟବହାର କରାଯାଉଥାଏ ତେବେ ଏହା ମଧ୍ୟ ଦୂର ହୋଇଯାଏ।

Health Tips Tips For Good Health
Advertisment
Advertisment