/odishatv-khabar/media/post_attachments/uploadimage/library/16_9/16_9_0/IMAGE_1689075916.jpg)
guidelines may issue for school students
ରାଜ୍ୟରେ ବଢି ବଢି ଚାଲିଛି ଆଖିଧରା ରୋଗ। ବିଶେଷ କରି ସ୍କୁଲ ପିଲାଙ୍କ ମଧ୍ୟରେ ଆଖିଧରା ରୋଗ ବ୍ୟାପିବାରେ ଲାଗିଛି। ଏହାକୁ ନଜରରେ ରଖି ରାଜ୍ୟର ସବୁ ସ୍କୁଲକୁ ନିର୍ଦ୍ଦେଶାବଳୀ ଜାରି କରିପାରେ ସ୍ୱାସ୍ଥ୍ୟ ବିଭାଗ। ଏହି ସୂଚନା ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର। ତେବେ ସ୍କୁଲ ଯାଉଥିବା କେତେ ଜଣ ଛାତ୍ରଛାତ୍ରୀ ଆଖିଧରା ରୋଗରେ ସଂକ୍ରମିତ ହୋଇଛନ୍ତି, ସେ ତଥ୍ୟ ଆସି ନାହିଁ।
ତଥ୍ୟ ଆସିବା ପରେ ଆବଶ୍ୟକ ପଡ଼ିଲେ ସ୍କୁଲ ଲାଗି ନିର୍ଦ୍ଦେଶାବଳୀ ଆସିବ। ଆଖି ଧରିଲେ ପିଲାଙ୍କୁ ସ୍କୁଲ ଛାଡ଼ନ୍ତୁ ନାହିଁ ବୋଲି ଅଭିଭାବକଙ୍କୁ ଅନୁରୋଧ କରିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ।
କିଭଳି ଜାଣିବେ ଆପଣ ଆଖିଧରା ରୋଗରେ ପଡ଼ିଛନ୍ତି ?
- ଏହି ରୋଗ ହେଲେ ଆଖି ଲାଲ୍ ପଡ଼ିବା ସହ ଖୁଞ୍ଚି ହୁଏ ।
- ଆଖିରୁ ପାଣି ବୋହିବା ସହ ଲେଞ୍ଜରା ବାହାରେ ।
- ଆଖିଧରା ରୋଗ ଉଭୟ ଭୂତାଣୁ ଓ ଜୀବାଣୁଜନିତ ।
- ଭୂତାଣୁଜନିତ ଆଖିଧରାରେ ଆଖି ଲାଲ୍ ପଡ଼ିବା ସହ ଲୁହ ବାହରିଥାଏ ।
- ଜୀବାଣୁଜନିତ ଆଖିଧରାରେ ଆଖିରୁ ପ୍ରଚୁର ପରିମାଣର ଲେଞ୍ଜରା ବାହାରିଥାଏ, ଆଖି ଲାଖିଯାଏ ।
ଆଖିଧରା ରୋଗକୁ କଞ୍ଜୁଙ୍କଟିଭିଟିସ ବା ପିଙ୍କ ଆଇ ବୋଲି କୁହାଯାଏ । ସଚେତନତା ଅଭାବରୁ ଛୋଟ ପିଲା ମୁଖ୍ୟତଃ ସ୍କୁଲ ଛାତ୍ରଛାତ୍ରୀଙ୍କଠାରେ ଏହା ଅଧିକ ସଂକ୍ରମଣ ହେବାର ଆଶଙ୍କା ରହିଛି । ମୁଖ୍ୟତଃ ସଂକ୍ରମିତ ରୋଗୀର ଲୁହ ଓ ଲେଞ୍ଜରାଜରିଆରେ ଆଖିଧରା ରୋଗ ସଂକ୍ରମିତ ହୋଇଥାଏ । ତେଣୁ ଆଖିଧରା ହୋଇଥିଲେ ରୋଗୀ ନିଜ ଆଖିଠାରୁ ହାତକୁ ଦୂରେଇ ରଖିବା ସହ ବାରମ୍ବାର ହାତ ଧୁଅନ୍ତୁ । ଚକ୍ଷୁରୋଗ ବିଶେଷଜ୍ଞ କହିଛନ୍ତି, ରୋଗୀର ଆଖିକୁ ଦେଖିବା ଦ୍ୱାରା ଆଖିଧରା ରୋଗ ବ୍ୟାପି ନ ଥାଏ ଓ ଏହା କେବଳ ଏକ ଅନ୍ଧବିଶ୍ୱାସ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)