Advertisment

Health Tips: କର୍କଟ ଏବେ ସାରା ବିଶ୍ୱ ପାଇଁ ମୁଣ୍ଡବିନ୍ଧାର କାରଣ ହୋଇଛି; ଆପଣ ଏହି ରୋଗରେ ପୀଡିତ କି… ଜାଣନ୍ତୁ ଏମିତି

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ହୃଦ୍‌ରୋଗ ପରେ କର୍କଟ ରୋଗର ଭୟାବହତା ବଢ଼ିବାରେ ଲାଗିଛି। ଏହାକୁ ନେଇ ପିଲାଦିନରୁ ସମସ୍ତେ ଏଥିପ୍ରତି ଧ୍ୟାନ ଦେବା ଆବଶ୍ୟକ। ଏହାର ଲକ୍ଷଣ ପ୍ରତି ଗମ୍ଭୀର ଧ୍ୟାନ ଦେବା ଏବଂ ଏହାକୁ ଠିକ୍ ସମୟରେ ଚିହ୍ନଟ କରିପାରିଲେ ଜୀବନ ରକ୍ଷା ହୋଇପାରେ।

ଅଦ୍ୟତନ ହୋଇଛି
Cancer prevention tips early screening can prevent 80 of cases

Cancer prevention tips early screening can prevent 80 of cases

Advertisment

କର୍କଟର ମାମଲା ଦିନକୁ ଦିନ ବଢିଚାଲିଛି। ଏହା ସାରା ବିଶ୍ୱ ପାଇଁ ମୁଣ୍ଡବିନ୍ଧାର କାରଣ ହୋଇପଡିଛି। ଯୁବକଙ୍କ ଠାରୁ ଆରମ୍ଭ କରି ବୃଦ୍ଧମାନଙ୍କ ପର୍ଯ୍ୟନ୍ତ ସମସ୍ତେ ଏହି ଗମ୍ଭୀର ଏବଂ ମରଣାନ୍ତକ ରୋଗର ଶିକାର ହେଉଛନ୍ତି। ଏହି କାରଣରୁ ପ୍ରତି ବର୍ଷ ଲ‍କ୍ଷ ଲକ୍ଷ ଲୋକଙ୍କ ମୃତ୍ୟୁ ହେଉଛି। ଏହା ବିଶ୍ୱର ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ଦୋହଲାଇ ଦେଇଛି।

Advertisment

ଯଦି ଆମେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ତଥ୍ୟକୁ ଦେଖିବା, ତେବେ, ୨୦୨୩ ମସିହାରେ, ପ୍ରାୟ ଦୁଇ କୋଟି ନୂଆ କର୍କଟ ରୋଗର ରିପୋର୍ଟ ହୋଇଥିଲା ଏବଂ ପ୍ରାୟ ୯୭ ଲକ୍ଷ ଲୋକ ପ୍ରାଣ ହରାଇଥିଲେ। ଏଥିରେ ଫୁସ୍‌ଫୁସ୍‌, ସ୍ତନ, କୋଲୋରେକ୍ଟାଲ୍, ପ୍ରୋଷ୍ଟେଟ୍‌ ଏବଂ ପେଟ କର୍କଟ ଅତି ସାଧାରଣ।

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ହୃଦ୍‌ରୋଗ ପରେ କର୍କଟ ହେଉଛି ବିଶ୍ୱର ଦ୍ୱିତୀୟ ବୃହତ୍ତମ ରୋଗ। ଏହାର ବିପଦ ବଢିବାରେ ଲାଗିଛି। ଏହାକୁ ନେଇ ପିଲାଦିନରୁ ସମସ୍ତେ ଏଥିପ୍ରତି ଧ୍ୟାନ ଦେବା ଆବଶ୍ୟକ।

Advertisment

ଅଧିକ ପଢ଼ନ୍ତୁ: କିପରି ଜାଣିବେ ସ୍ତନ କର୍କଟର ପ୍ରାରମ୍ଭିକ ଲକ୍ଷଣ; କେଉଁମାନଙ୍କ ପାଇଁ ହୁଏ ସାଙ୍ଘାତିକ…

୨୦ ବର୍ଷରେ ହେବ ଚ୍ୟାଲେଜ୍ଞିଙ୍ଗ:

ଅଧ୍ୟୟନରୁ ଜଣାପଡିଛି ଯେ ଏହି ରୋଗର ଆଶଙ୍କା ବର୍ଷକୁ ବର୍ଷ ବଢିବା ସହିତ ଆଗାମୀ ୨୦ ବର୍ଷ ଆହୁରି ଅଧିକ ଚ୍ୟାଲେଜ୍ଞିଙ୍ଗ ହୋଇପାରେ। ବର୍ତ୍ତମାନର ହାରକୁ ଦେଖିଲେ ଆକଳନ କରାଯାଉଛି ଯେ ୨୦୪୫ ସୁଦ୍ଧା କର୍କଟ ରୋଗ ୫୦ ପ୍ରତିଶତ ବୃଦ୍ଧି ପାଇପାରେ ଏବଂ ମୃତ୍ୟୁ ସଂଖ୍ୟା ୮୦ ପ୍ରତିଶତ ବୃଦ୍ଧି ପାଇବ।

Advertisment

୨୦୨୨ ମସିହାରେ, ଭାରତରେ ୯.୧୬ ଲକ୍ଷ ଲୋକଙ୍କର କର୍କଟ ରୋଗ ହେତୁ ମୃତ୍ୟୁ ହୋଇଥିବା ବେଳେ ଯେ ଆସନ୍ତା ଦୁଇ ଦଶନ୍ଧି ମଧ୍ୟରେ ଅର୍ଥାତ୍ ୨୦୪୫ ସୁଦ୍ଧା ଏହି ସଂଖ୍ୟା ୧୭ ଲକ୍ଷକୁ ବୃଦ୍ଧି ପାଇପାରେ ବୋଲି କୁହାଯାଉଛି, ଅର୍ଥାତ୍ କୋଡିଏ ବର୍ଷ ମଧ୍ୟରେ ମୃତ୍ୟୁ ସଂଖ୍ୟା ୮୦.୦ ପ୍ରତିଶତ ବୃଦ୍ଧି ପାଇପାରେ।

ବିଶେଷଜ୍ଞଙ୍କ ମତ:

ଯଦି ଏହା ପ୍ରାରମ୍ଭିକ ଅବସ୍ଥାରେ ଚିହ୍ନଟ ହୁଏ, ତେବେ ୭୦-୮୦ ପ୍ରତିଶତ କର୍କଟ ରୋଗକୁ ରୋକାଯାଇପାରିବ। ଠିକ୍ ସମୟରେ ରୋଗ ନିର୍ଣ୍ଣୟ କରିବା ଏବଂ ଚିକିତ୍ସା ଆରମ୍ଭ କରିବା ଶରୀରରେ କର୍କଟ ରୋଗକୁ ରୋକିବାରେ ସାହାଯ୍ୟ କରିଥାଏ।

କିପରି ଜାଣିବେ ଲକ୍ଷଣ:

ତେବେ କର୍କଟ ରୋଗର ଲକ୍ଷଣ ବିଷୟରେ ଜାଣିବା ଏବଂ ଏହାକୁ ଠିକ ସମୟରେ ଚିହ୍ନଟ କରିବା ଜରୁରୀ। ଆପଣଙ୍କ ଶରୀର ନିଜେ ଏହାର ସଙ୍କେତ ଦେଇଥାଏ ଯାହାକୁ ଆଦୌ ଅଣଦେଖା କରାଯିବା ଉଚିତ୍ ନୁହେଁ। ଏହିପରି ଲକ୍ଷଣ ପ୍ରତି ଗମ୍ଭୀର ଧ୍ୟାନ ଦେବା ଏବଂ ଏହାକୁ ଠିକ୍ ସମୟରେ ଚିହ୍ନଟ କରିପାରିଲେ ଜୀବନ ରକ୍ଷା ହୋଇପାରେ।

  • ଖାଦ୍ୟ ଗିଳିବାରେ ଅସୁବିଧା କିମ୍ବା ଲଗାତର ବଦହଜମୀ
  • ଶରୀରରେ ହେଉଥିବା କ୍ଷତ ସହଜରେ ଭଲ ନ ହେବା
  • ଶରୀରର କୌଣସି ଅଙ୍ଗରୁ ବିନା କାରଣରେ ରକ୍ତସ୍ରାବ
  • ଶରୀରର ଯେକୌଣସି ସ୍ଥାନରେ ଗେଟାଳିଆ ଅନୁଭବ ହେବା

ଅଧିକ ପଢ଼ନ୍ତୁ: ମହିଳାମାନଙ୍କଠାରେ ହେଉଥିବା ୫ କ୍ୟାନ୍‌ସର୍; କରନ୍ତୁ ଏହି ୩ ଯୋଗ, ମିଳିବ ରକ୍ଷା

Health Tips Cancer Patients Cancer
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ