Advertisment

Brain-eating amoeba : ମଣିଷ ମସ୍ତିଷ୍କକୁ ଖାଇ ଯାଉଛି ବ୍ରେନ ଇଟିଂ ଆମୋଏବା, ଗଲାଣି ୧୯ ଜଣଙ୍କ ଜୀବନ

କୁନି ପିଲାଠୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଟାର୍ଗେଟ କରୁଛି । ଏହି ପାରାସାଇଟ ମଣିଷର ସ୍ନାୟୁକୁ ଆକ୍ରାନ୍ତ କରିଥାଏ । ଏହାପରେ ମସ୍ତିଷ୍କର ଟିସୁକୁ ନଷ୍ଟ କରିଦିଏ । ଫଳରେ ରୋଗୀର ବ୍ରେନ ଫୁଲିଯିବା ସହ ତାର ମୃତ୍ୟୁ ହୋଇଥାଏ । ପାଣି ଦ୍ବାରା ଏହା ମଣିଷ ଶରୀରକୁ ବ୍ୟାପିଥାଏ । ପୋଖରୀରେ ପହଁରିବା କିମ୍ବା ଗାଧୋଇବା ବେଳେ ଏହା ମଣିଷ ଶରୀରରେ ପ୍ରବେଶ କରେ । ତେବେ ଏହା ମଣିଷ ଠାରୁ ମଣିଷକୁ ବ୍ୟାପିନଥାଏ ।

author-image
Jnanadarsi Sahoo
Brain-eating amoeba is eating human brains

Brain-eating amoeba is eating human brains

କେରଳରେ ମାତିଛି ବ୍ରେନ ଇଟିଂ ଆମୋଏବା । ଏହା ଏକ ପ୍ରକାର ପ୍ରାରାସାଇଟ୍ । ଏହି ପାରାସାଇଟ୍ ମଣିଷ ମସ୍ତିଷ୍କକୁ ଖାଇ ଯାଉଛି । ଏବେ ସୁଦ୍ଧା ବ୍ରେନ ଇଟିଂ ଆମୋଏବା ୧୯ ଜଣଙ୍କ ଜୀବନ ନେଲାଣି । ଚଳିତବର୍ଷ ରାଜ୍ୟରେ ୬୧ଟି ମାମଲା ସାମ୍ନାକୁ ଆସିଛି । ଏହା ରାଜ୍ୟରେ ସ୍ବାସ୍ଥ୍ୟ କ୍ଷେତ୍ରରେ ବଡ଼ ଚ୍ୟାଲେଂଜ ସୃଷ୍ଟି କରିଛି । ପ୍ରଥମେ କେରଳ କୋଜିକୋଡ ଜିଲ୍ଲାରେ ଏହି ସଂକ୍ରମଣ ଦେଖାଦେଇଥିଲା । ପରେ ଏହା ରାଜ୍ୟକୁ ବ୍ୟାପିଲାଣି । ଏହି ପାରାସାଇଟ କୁନି ପିଲାଠୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଟାର୍ଗେଟ କରୁଛି ।

Advertisment

ଏହି ପାରାସାଇଟ ମଣିଷର ସ୍ନାୟୁକୁ ଆକ୍ରାନ୍ତ କରିଥାଏ । ଏହାପରେ ମସ୍ତିଷ୍କର ଟିସୁକୁ ନଷ୍ଟ କରିଦିଏ । ଫଳରେ ରୋଗୀର ବ୍ରେନ ଫୁଲିଯିବା ସହ ତାର ମୃତ୍ୟୁ ହୋଇଥାଏ । ପାଣି ଦ୍ବାରା ଏହା ମଣିଷ ଶରୀରକୁ ବ୍ୟାପିଥାଏ । ପୋଖରୀରେ ପହଁରିବା କିମ୍ବା ଗାଧୋଇବା ବେଳେ ଏହା ମଣିଷ ଶରୀରରେ ପ୍ରବେଶ କରେ । ତେବେ ଏହା ମଣିଷ ଠାରୁ ମଣିଷକୁ ବ୍ୟାପିନଥାଏ ।

ଏଥିରେ ଆକ୍ରାନ୍ତ ବ୍ୟକ୍ତି ଭଲ ହେବା ସଂଭାବନା ବହୁତ କମ । ମୁଣ୍ଡ ବିନ୍ଧା, ବାନ୍ତି ଭଳି ପ୍ରଥମେ ସାଧାରଣ ଲକ୍ଷଣ ଦେଖାଯାଇଥାଏ । ତେବେ ରୋଗ ଚିହ୍ନଟରେ ଟିକିଏ ବିଳମ୍ବ ହେଲେ ସୁସ୍ଥ ହେବା ସଂଭାବନା ପ୍ରାୟତଃ ନାହିଁ ବୋଲି କୁହାଯାଉଛି। ଲକ୍ଷଣ ଦେଖାଦେଲେ ତୁରନ୍ତ ମେଡିକାଲ ଆସିବାକୁ ପରାମର୍ଶ ଜାରି କରିଛନ୍ତି କେରଳ ସରକାର । 

Advertisment
Advertisment
Advertisment