Advertisment

Plastic Bottle: ପ୍ଲାଷ୍ଟିକ୍ ବୋତଲରେ ପାଣି ପିଇଲେ ହୃଦଘାତ !

ପ୍ଲାଷ୍ଟିକ୍ ବୋତଲରେ ପାଣି ପିଉଥିଲେ ଆଜିଠାରୁ ହୋଇଯାଆନ୍ତୁ ସାବଧାନ। ବିଶୁଦ୍ଧ ଜଳ ଭାବି ଆପଣ ଯାହାକୁ ପିଉଛନ୍ତି, ତାହା ସହଜରେ ଜହର ସାଜି ହୃଦୟ ପାଇଁ ହାନିକାରକ ସାବ୍ୟସ୍ତ ହୋଇପାରେ !

ଅଦ୍ୟତନ ହୋଇଛି
Plastic bottle

Plastic bottle

Advertisment

ପ୍ଲାଷ୍ଟିକ୍ ବୋତଲରେ ପାଣି ପିଉଥିଲେ ସାବଧାନ। ବିଶୁଦ୍ଧ ଜଳ ହୋଇପାରେ ଘାତକ। ଜହର ସାଜି ହୃଦୟ ପାଇଁ ହୋଇପାରେ ହାନିକାରକ। ଆଉ ଏଇ ଛୋଟିଆ ଭୁଲ୍ ପାଇଁ ସହଜରେ ମୃତ୍ୟୁ ମୁଖକୁ ଠେଲି ହୋଇଯାଏ ଜୀବନ।

Advertisment

ବଜାରରେ ମିଳୁଥିବା ସୁନ୍ଦର ପ୍ଲାଷ୍ଟିକ ବୋତଲର ପାଣି ସ୍ଲୋ ପଏଜନ ଭଳି କାମ କରିଥାଏ। ଧିରେ ଧିରେ ଏହା ଆମ ଶୀରର ଉପରେ କୁପ୍ରଭାବ ପକାଇଥାଏ। ଏମିତିକି ପ୍ଲାଷ୍ଟିକ ବୋତଲରେ ପାଣି ପିଇବା ଜୀବନ ପ୍ରତି ବିପଦ ଆଣିପାରେ। କାରଣ ଆମେ ପିଉଥିବା ୧ ଲିଟର ପ୍ଲାଷ୍ଟିକ୍ ବୋତଲ ପାଣିରେ ୨ ଲକ୍ଷ ୪୦ ହଜାର ନାନୋ ପ୍ଲାଷ୍ଟିକ ରହିଥାଏ। ଏହି ନାନୋ ପ୍ଲାଷ୍ଟିକ କୌଣସି ସମୟରେ ହୃଦରୋଗର କାରଣ ହୋଇପାରେ। ଏହାସହ ପ୍ଲାଷ୍ଟିକ ବୋତଲର ପାଣି ହୃଦରୋଗୀଙ୍କ ପାଇଁ ସମସ୍ୟା ଆଣିପାରେ ବୋଲି ଆମେରିକାର ଏକ ରିସର୍ଚ୍ଚ ସଂସ୍ଥା କହିଛି।

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଅଜାଣତରେ ଆମ ଖାଦ୍ୟ ଓ ପାନୀୟରେ ପ୍ଲାଷ୍ଟିକ ମିଶି କରି ଆମ ଶରୀର ଭିତରକୁ ଯାଇଥାଏ। ଏହି ପ୍ଲାଷ୍ଚିକ କଣିକାଗୁଡ଼ିକ ହୃଦୟ ଉପରେ ବଡ଼ ପ୍ରଭାବ ପକାଇଥାଏ। ବେଳେ ବେଳେ ଏହା ବ୍ଲକେଜ୍ ଭଳି ସମସ୍ୟା ସୃଷ୍ଚି କରିଥାଏ ବୋଲି ଗବେଷଣାରୁ ଜଣାପଡ଼ିଛି। ତେଣୁ ପ୍ଲାଷ୍ଟିକ ବୋତଲରୁ ଯେତେ କମ୍ ପାଣି ପିଇବାକୁ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି।

Advertisment

ବଜାରରେ ସୁନ୍ଦର ପ୍ଲାଷ୍ଟିକ ବୋତଲରେ ପାଣି ମିଳିଥାଏ। ଯେଉଁଥିରେ ପାଣି ସହିତ ପ୍ରଚୁର ପରିମାଣରେ କେମିକାଲ ଓ ବ୍ୟାକ୍ଟେରିଆ ଥାଏ। ଏପରିକି ପ୍ଲାଷ୍ଟିକ ବୋତଲରୁ ଫ୍ଲୋରାଇଡ୍ ଏବଂ ଆର୍ସେନିକ ପରି ବାହାରୁଥିବା ହାନିକାରକ ପଦାର୍ଥ ଶରୀର ଉପରେ ଧିରେ ଧିରେ ପ୍ରଭାବ ପକାଇବା ଆରମ୍ଭ କରିଥାଏ। ଅଧିକରୁ ଅଧିକ ପ୍ଲାଷ୍ଟିକ ବୋତଲର ପାଣି ପିଇବା ଦ୍ୱାରା ହୃଦରୋଗ ସହିତ ସ୍ତନ କର୍କଟ ଓ ଲିଭର କ୍ୟାନ୍ସର ରୋଗ ହୋଇପାରେ। ଏଣୁ ଯେତେ ସମ୍ଭବ ପ୍ଲାଷ୍ଟିକ ବୋତଲର ପାଣି ଠାରୁ ଦୂରେଇ ରହିବା ଆମ ପାଇଁ ଭଲ ହୋଇଥାଏ।

ଜାଣତରେ ହେଉ ବା ଅଜାଣତରେ ମଣିଷ ଅନେକ ଭୁଲ୍ କରିଥାଏ। ଏହି ଛୋଟିଆ ଛୋଟିଆ ଭୁଲ୍ ହାନିକାରକ ସାବ୍ୟସ୍ତ ହୋଇଥାଏ। ଆଜିର ଆଧୁନିକ ଜୀବନରେ ମଣିଷ ପ୍ଲାଷ୍ଟିକ ସହିତ ଏତେ ଜଡିତ ହେଇଗଲାଣି ଯେ, ଯେତେ ଚାହିଁଲେ ପ୍ଲାଷ୍ଟିକ ବ୍ୟବହାରରୁ ବାହାରି ପାରୁନାହିଁ। ଯେମିତିକି ମାଟି ପାତ୍ର କିମ୍ବା କାଚ ବୋତଲରେ ପାଣି ନ ପିଇ ପ୍ଲାଷ୍ଟିକ ବୋତଲରେ ପାଣି ପିଇବାକୁ ଷ୍ଟାଟସ ବୋଲି ଭାବି ନେଇଛି।

Advertisment
Health Tips
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ