Advertisment

ମେରୁଦଣ୍ଡକୁ ମଜବୁତ କରିବା ପାଇଁ ଦୈନିକ କରନ୍ତୁ ଉତ୍କଟାସନ

ଉଭୟ ଶାରୀରିକ ଓ ମାନସିକ ସୁସ୍ଥତା ପାଇଁ ଉତ୍କଟାସନ ଅଭ୍ୟାସ ଅତ୍ୟନ୍ତ ଲାଭଦାୟକ। ବାହୁ, ଗୋଡ, ଜଙ୍ଘ ଏବଂ କାନ୍ଧର ମାଂସପେଶୀକୁ ମଜବୁତ କରିବାରେ ଏହା ଅତ୍ୟନ୍ତ ଉପକାରୀ। ଏହା ପେଟ ଏବଂ ଜଙ୍ଘକୁ ମଧ୍ୟ ଟୋନ୍ଡ କରେ।

author-image
Pramod Behera
ଅଦ୍ୟତନ ହୋଇଛି
Benefits of utkatasana yoga poseBenefits of utkatasana yoga pose

Benefits of utkatasana yoga poseBenefits of utkatasana yoga pose

ଆଜିର ସମୟରେ ନିଜକୁ ସୁସ୍ଥ ରଖିବାକୁ ହେଲେ ଯୋଗାସନ ଅଭ୍ୟାସ ନିହାତି ଜରୁରୀ। ଏହା ଖାଲି ଶାରିରୀକ ନୁହେଁ ମାନସିକ ସ୍ଥିତିକୁ ମଧ୍ୟ ସୁଧାରିବାରେ ସହଯୋଗ କରେ। ଛୋଟ ପିଲା ଠାରୁ ଆରମ୍ଭ କରି ବୃଦ୍ଧ ପର୍ଯ୍ୟନ୍ତ ସବୁ ବର୍ଗର ଲୋକେ ଏହାକୁ ନିଜ ଜୀବନଶୈଳୀରେ ଆପେଣେଇବାକୁ ପରାମର୍ଶ ଦିଆଯାଏ।

Advertisment

ବିଶେଷଜ୍ଞମାନେ ଉଭୟ ଶାରୀରିକ ଓ ମାନସିକ ସୁସ୍ଥତା ପାଇଁ ଉତ୍କଟାସନ ଅଭ୍ୟାସକୁ ଅତ୍ୟନ୍ତ ଲାଭଦାୟକ ବୋଲି ବିବେଚନା କରନ୍ତି। ବାହୁ, ଗୋଡ, ଜଙ୍ଘ ଏବଂ କାନ୍ଧର ମାଂସପେଶୀକୁ ମଜବୁତ କରିବାରେ ଏହି ଯୋଗ ଅଭ୍ୟାସ ଅତ୍ୟନ୍ତ ଉପକାରୀ। ଏହି ଆସନ ପେଟ ଏବଂ ଜଙ୍ଘକୁ ଟୋନ୍ଡ କରିବାରେ, ହୃଦୟର ସ୍ୱାସ୍ଥ୍ୟକୁ ପ୍ରୋତ୍ସାହିତ କରିବାରେ, ସନ୍ତୁଳନ ବୃଦ୍ଧିରେ ସାହାଯ୍ୟ କରେ। ତେବେ ଆସନ୍ତୁ ଅଧିକ ବିସ୍ତୃତ ଭାବରେ ଏହି ଆସନ ବିଷୟରେ ଜାଣିବା।

କିପରି କରିବେ ଉତ୍କଟାସନ :

ଯେକୌଣସି ଯୋଗରୁ ସର୍ବାଧିକ ସ୍ୱାସ୍ଥ୍ୟ ଉପକାର ପାଇବାକୁ ହେଲେ ଏହାକୁ ନିୟମିତ ଭାବରେ ଅଭ୍ୟାସ କରିବା ଆବଶ୍ୟକ ବୋଲି ବିବେଚନା କରାଯାଏ। ଯଦି ଯୋଗ ସଠିକ୍ ଭାବରେ ଅଭ୍ୟାସ କରାଯାଏ ନାହିଁ ତେବେ ଏହାଠାରୁ ଠିକ ଫଳ ମଧ୍ୟ ମିଳେ ନାହିଁ।

Advertisment
  • ଉତ୍କଟାସାନା ଯୋଗ ଅଭ୍ୟାସ କରିବା ପାଇଁ ସର୍ବପ୍ରଥମେ ସିଧା ଠିଆ ହୁଅନ୍ତୁ
  • ଏକ ଦୀର୍ଘ ଶ୍ୱାସ ନେଇ ହାତକୁ ଉପରକୁ ଉଠାନ୍ତୁ
  • ବର୍ତ୍ତମାନ ଧୀରେ ଧୀରେ ଶରୀରକୁ ବସିବା ମୁଦ୍ରାକୁ ଆଣନ୍ତୁ
  • ଚେୟାରରେ ବସିବା ଭଳି ଶରୀରକୁ ରଖନ୍ତୁ
  • ଏହି ଅବସ୍ଥାରେ କିଛି ସେକେଣ୍ଡ ରୁହନ୍ତୁ ଏବଂ ପରେ ମୂଳ ସ୍ଥିତିକୁ ଆସନ୍ତୁ

ଫଳାଫଳ:

  • ଆଣ୍ଠୁ, ଜଙ୍ଘ, ପେଣ୍ଡା ଏବଂ ମେରୁଦଣ୍ଡ ମଜବୁତ ହୁଏ
  • କାନ୍ଧ ଓ ଛାତିର ଉତ୍ତମ ପ୍ରସାରଣରେ ସାହାଯ୍ୟ କରେ
  • ଗୋଡକୁ ଶକ୍ତିଶାଳୀ କରେ
  • ପେଟର ଅଙ୍ଗ ଏବଂ ଡାଏଫ୍ରାମ୍‌କୁ ସୁସ୍ଥ ରଖେ
  • ହୃଦସ୍ପନ୍ଦନ ବୃଦ୍ଧି ସହିତ ଏହା ରକ୍ତ ସଞ୍ଚାଳନ ଏବଂ ମେଟାବୋଲିଜିମ୍ ବଜାୟ ରଖିବାରେ ସାହାଯ୍ୟ କରେ
  • ସ୍ନାୟୁ ପ୍ରଣାଳୀକୁ ସୁସ୍ଥ ରଖିବା ସହିତ ଶାରୀରିକ ସହନଶୀଳତା ସୃଷ୍ଟି କରେ

ସଚେତନତା:

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବାନୁସାରେ, ଯଦିଓ ଉତ୍କଟାସନ ଯୋଗରୁ ଅନେକ ପ୍ରକାରର ସ୍ୱାସ୍ଥ୍ୟ ଉପକାରିତା ମିଳେ ତେବେ କେତେକ ପରିସ୍ଥିତିରେ ଏହା ନ କରିବାକୁ ପରାମର୍ଶ ଦିଆଯାଏ।

  • ଯେଉଁମାନଙ୍କର ଆଣ୍ଠୁଗଣ୍ଠି, ଆର୍ଥ୍ରାଇଟିସ୍ କିମ୍ବା ଗୋଡର ସମସ୍ୟା ଥାଏ ସେମାନେ ଏହି ଯୋଗ ଅଭ୍ୟାସ କରିବା ଉଚିତ ନୁହେଁ।
  • ଊତୁସ୍ରାବ ସମୟରେ ଏହା କରିବା ଉଚିତ ନୁହେଁ
  • ଯଦି ଅଣ୍ଟା ଯନ୍ତ୍ରଣା ଥାଏ ତେବେ ଏହି ଯୋଗ ଅଭ୍ୟାସ କରିବା ପୂର୍ବରୁ ନିଶ୍ଚିତ ଭାବରେ ବିଶେଷଜ୍ଞଙ୍କ ପରାମର୍ଶ ନିଅନ୍ତୁ
Yogasana Yoga For Toned Belly
Advertisment
Advertisment