Advertisment

ଉଜ୍ୱଳ ତ୍ୱଚା ପାଇଁ ରାତିରେ ଶୋଇବା ପୂର୍ବରୁ ଲଗାନ୍ତୁ ଏହି ପ୍ୟାକ୍

ଉଜ୍ୱଳ ତ୍ୱଚା କିଏ ନଚାହେଁ । ସେ ପୁଅ ହେଉ କି ଝିଅ ,ସମସ୍ତେ ଚାହାଁନ୍ତି ଚମକଦାର ତ୍ୱଚା । ତେବେ ଆପଣ ଯଦି ନିଜ ତ୍ୱଚାକୁ ସୁନ୍ଦର କରିବାକୁ ଚାହୁଁଛନ୍ତି,ତେବେ ନିଜ ମୁହଁରେ ଏହି ପ୍ୟାକ୍ ବ୍ୟବହାର କରନ୍ତୁ । ଏହାଦ୍ୱାରା ତ୍ୱଚାର ଅନେକ ସମସ୍ୟା ଦୂର ହୋଇପାରିବ।

ଅଦ୍ୟତନ ହୋଇଛି
Beauty tips: Homemade Face Pack For Glowing Skin

Beauty tips

Advertisment

ପାର୍ଲରରେ ପଇସା ଖର୍ଚ୍ଚ ନକରି ଆପଣ ଚାହିଁଲେ ଘରୋଇ ଉପାୟରେ ମଧ୍ୟ ମୁହଁର ଯତ୍ନ ନେଇପାରିବେ । ବେଳେବେଳେ ଆମ ତ୍ୱଚାର ଯତ୍ନ ନନେବା ଏକ ବଡ ସମସ୍ୟା ଭାବେ ଦେଖାଦିଏ । ଏଥିଯୋଗୁ ତ୍ୱଚା କଳା ପଡିଯିବା ସହ ଟ୍ୟାନ୍‌ ସମସ୍ୟା ଦେଖାଦିଏ । ଆପଣ ଘରୋଇ ଉପାୟରେ ହର୍ବାଲ ଫେସ୍‌ପ୍ୟାକ ବନେଇ ତ୍ୱଚାରେ ଲଗେଇ ପାରିବେ । ତା’ହେଲେ ଆସନ୍ତୁ ଜାଣିବା ସେହି ଉପାୟ ଗୁଡ଼ିକ ବିଷୟରେ…

Advertisment

ଅଧିକ ପଢ଼ନ୍ତୁ: ତ୍ୱଚା ପାଇଁ ମଲ୍ଲୀ ଫୁଲ, ମିଳେ ଅନେକ ଫାଇଦା

  • ଯଦି ମହିଳାମାନେ ଦାଗହୀନ ଚେହେରା ପାଇବାକୁ ଚାହୁଁଛନ୍ତି, ତ ରାତିରେ ଶୋଇବା ପୂର୍ବରୁ ତ୍ୱଚାରେ କଞ୍ଚା କ୍ଷୀର ଲଗାନ୍ତୁ।
  • କଞ୍ଚା କ୍ଷୀର ଚେହେରାରେ ଲଗାଇବା ଦ୍ୱାରା ଟ୍ୟାନିଂ ସମସ୍ୟା ଦୂର ହୋଇଥାଏ। କହି ରଖୁଛୁ, କଞ୍ଚା କ୍ଷୀରରେ ଏମିତି ପୋଷକ ତତ୍ତ୍ୱ ରହିଛି, ଯାହା ଖରା ଯୋଗୁ ଚେହେରାରେ ସୃଷ୍ଟି ହେଉଥିବା ଚିହ୍ନ, ଦାଗ ଆଦିକୁ ହ୍ରାସ କରିବାରେ ସାହାଯ୍ୟ କରି ପାରିବ।
  • ଆପଣ କଞ୍ଚା କ୍ଷୀରରେ ଅମୃତଭଣ୍ଡା ରସ ମିଶାଇ ମଧ୍ୟ ନିଜ ତ୍ୱଚାରେ ୨୦ ମିନିଟ୍‌ ପର୍ଯ୍ୟନ୍ତ ଲଗାଇ ରଖି ପାରିବେ।
  • ରାତିରେ ଶୋଇବା ପୂର୍ବରୁ ନିଜ ତ୍ୱଚାରେ କଞ୍ଚା କ୍ଷୀର ବ୍ୟବହାର କରନ୍ତୁ। ଏହାଦ୍ୱାରା ତ୍ୱଚା ମଇଶ୍ଚରାଇଜ୍‌ ହୋଇଥାଏ। ଏମିତିରେ ଆପଣ ସାରା ରାତି ମୁହଁରେ କଞ୍ଚା କ୍ଷୀର ଲଗାଇ ଶୋଇ ପାରିବେ ଏବଂ ପରଦିନ ଏହାକୁ ସଫା କରି ପାରିବେ।
  • କଞ୍ଚା କ୍ଷୀରରେ ବ୍ଲିଚିଂ ପ୍ରପର୍ଟି ମଧ୍ୟ ମିଳିଥାଏ, ଯାହା ଚେହେରାକୁ ଗୋରା କରିବାରେ ସାହାଯ୍ୟ କରିଥାଏ। ଏମିତିରେ ଆପଣ ଲେମ୍ବୁ ରସରେ କଞ୍ଚା କ୍ଷୀର ମିଶାଇ ନିଜ ତ୍ୱଚାରେ ଲଗାଇ ପାରିବେ। ଏହି ମିଶ୍ରଣରେ ମହୁ ବି ବ୍ୟବହାର କରି ପାରିବେ।
  • ରାତିରେ ଶୋଇବା ପୂର୍ବରୁ ଯଦି କଞ୍ଚା କ୍ଷୀର ବ୍ୟବହାର କରିବେ, ତା’ ହେଲେ ବ୍ରଣ ସମସ୍ୟାରୁ ମଧ୍ୟ ଛୁଟକାରା ମିଳି ପାରିବ। ତେଣୁ ବ୍ରଣ ହୋଇଥିବା ସ୍ଥାନରେ କଞ୍ଚା କ୍ଷୀର ଲଗାନ୍ତୁ ଏବଂ ପରଦିନ ଏହାକୁ ଧୋଇ ଦିଅନ୍ତୁ।

ଅଧିକ ପଢ଼ନ୍ତୁ: ଘରେ ପ୍ରସ୍ତୁତ କରି ଲଗାନ୍ତୁ ହର୍ବାଲ୍ ଫେସ୍‌ପ୍ୟାକ୍, ଚମକିବ ତ୍ୱଚା

Beauty Tips
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ