Advertisment

Ayushman Bharat Card: ସ୍ବାସ୍ଥ୍ୟସେବାରେ ଯୋଡ଼ି ହେବ ନୂଆ ଅଧ୍ୟାୟ; ୭୦ ବର୍ଷରୁ ଊର୍ଦ୍ଧ୍ବଙ୍କ ପାଇଁ ମିଳିବ ‘ବୟୋ ବନ୍ଦନା’ କାର୍ଡ...

ବହୁ ପ୍ରତୀକ୍ଷାର ହେଉଛି ଅନ୍ତ। ଯୋଡ଼ି ହେବାକୁ ଯାଉଛି ସ୍ବାସ୍ଥ୍ୟସେବାରେ ନୂତନ ଅଧ୍ୟାୟ। ଐତିହାସିକ ବାଲିଯାତ୍ରା ପଡ଼ିଆରେ ଆୟୁଷ୍ମାନ ଭାରତ ସହ ଗୋପବନ୍ଧୁ ଜନଆରୋଗ୍ୟ ଯୋଜନାର ହେବାକୁ ଯାଉଛି ଶ୍ରୀଗଣେଶ।

ଅଦ୍ୟତନ ହୋଇଛି
Ayushman Bharat Card

Ayushman Bharat Card

Advertisment

ରାଜ୍ୟବାସୀଙ୍କ ପାଇଁ ଖୁସି ଖବର। ଆରମ୍ଭ ହେବାକୁ ଯାଉଛି ସ୍ବାସ୍ଥ୍ୟସେବା କ୍ଷେତ୍ରରେ ନୂତନ ଅଧ୍ୟାୟ ସୃଷ୍ଟି କରିଥିବା ‘ଆୟୁଷ୍ମାନ ଭାରତ’ ଯୋଜନା। ଆସନ୍ତା ୧୧ରେ କେନ୍ଦ୍ର ସରକାରଙ୍କ ‘ଆୟୁଷ୍ମାନ’ ସହ ରାଜ୍ୟ ସରକାରଙ୍କ ଗୋପବନ୍ଧୁ ଜନଆରୋଗ୍ୟ ଯୋଜନାର ହେବ ଶୁଭାରମ୍ଭ। କଟକ ବାଲିଯାତ୍ରା ପଡ଼ିଆରେ ଏହାର ଶୁଭାରମ୍ଭ କରିବେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜେ.ପି.ନଡ୍ଡା। ଫଳରେ ଉଭୟ ଯୋଜନା ଦ୍ବାରା ଦେଶବ୍ୟାପି ମାଗଣା ସ୍ବାସ୍ଥ୍ୟସେବାର ସୁବିଧା ପାଇପାରିବେ ରାଜ୍ୟବାସୀ। ପ୍ରତ୍ୟେକ ହିତାଧିକାରୀଙ୍କୁ ମିଳିବ ଗୋଟିଏ ଲେଖାଏଁ କାର୍ଡ। ଯାହାକୁ ନେଇ ବଢ଼ିଛି ଜନତାଙ୍କ ଉତ୍କଣ୍ଠା।

Advertisment

ବହୁ ପ୍ରତୀକ୍ଷାର ହେଉଛି ଅନ୍ତ। ଯୋଡ଼ି ହେବାକୁ ଯାଉଛି ସ୍ବାସ୍ଥ୍ୟସେବାରେ ନୂତନ ଅଧ୍ୟାୟ। ଐତିହାସିକ ବାଲିଯାତ୍ରା ପଡ଼ିଆରେ ଆୟୁଷ୍ମାନ ଭାରତ ସହ ଗୋପବନ୍ଧୁ ଜନଆରୋଗ୍ୟ ଯୋଜନାର ହେବାକୁ ଯାଉଛି ଶ୍ରୀଗଣେଶ। ଏଥିପାଇଁ ବାଲିଯାତ୍ରା ଉପର ପଡ଼ିଆରେ ଚାଲିଛି ରାଜ୍ୟ ସରକାରଙ୍କ ପ୍ରସ୍ତୁତି ପର୍ବ। କାର୍ଯ୍ୟକ୍ରମ ଆୟୋଜନ ପୂର୍ବରୁ ଗ୍ରାଉଣ୍ଡ ଜିରୋକୁ ଯାଇ ସ୍ଥିତି ପରଖିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ। କାରଣ ଆସନ୍ତା ୧୧ ତାରିଖ ଶୁକ୍ରବାର ଡବଲ୍ ଇଞ୍ଜିନ ସରକାରଙ୍କ ଆୟୁଷ୍ମାନ ଏବଂ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାକୁ ମିଳିତ ଭାବେ ଶୁଭାରମ୍ଭ କରିବେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜେ.ପି.ନଡ୍ଡା। କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହ କେନ୍ଦ୍ରମନ୍ତ୍ରୀ, ଉପ ମୁଖ୍ୟମନ୍ତ୍ରୀ, ସାଂସଦ ଏବଂ ବିଧାୟକ। ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି, ରାଜନୈତିକ ଶିକାର ଭିତରେ ଗତ ୫ ବର୍ଷ ଧରି ଯେଉଁ ଆୟୁଷ୍ମାନ ଭାରତ ଲାଗୁ ହୋଇପାରିନଥିଲା, ଆସନ୍ତା ୧୧ ତାରିଖରେ ଏହାର ଶୁଭାରମ୍ଭ ହେବାକୁ ଯାଉଛି। ଫଳରେ ରାଜ୍ୟବାସୀ ଓଡ଼ିଶା ସମେତ ଦେଶବ୍ୟାପି ମାଗଣା ଚିକିତ୍ସା ସୁବିଧା ପାଇ ପାରିବେ। ଯଦି ବା କୌଣସି କାରଣବଶତଃ ନୂଆ କାର୍ଡରେ କିଛି ସମସ୍ୟା ଉପୁଜେ, ଆଧାର ନମ୍ବର ଦେଇ ଦେଶର ଯେକୌଣସି ଅନୁବନ୍ଧିତ ମେଡ଼ିକାଲରେ ଚିକିତ୍ସା ସୁବିଧା ପାଇପାରିବେ। 

ଅଧିକ ପଢ଼ନ୍ତୁ : ହୃଦଘାତର ଆଗୁଆ ସୂଚନା ଦେଇଥାଏ ଏହି ୧୦ ଲକ୍ଷଣ, ଆଜି ହିଁ ହେଇଯାଆନ୍ତୁ ସତର୍କ

Advertisment

ଓଡ଼ିଶାରେ ଆୟୁଷ୍ମାନ ଭାରତ କାର୍ଯ୍ୟକାରୀ ପାଇଁ ଗତ ଜାନୁୟାରୀ ୧୩ରେ ଜାତୀୟ ସ୍ବାସ୍ଥ୍ୟ କର୍ତ୍ତୃପକ୍ଷଙ୍କ ସହ ଚୁକ୍ତି କରିଥିଲେ ରାଜ୍ୟ ସରକାର। ଯୋଜନା ଅନୁଯାୟୀ, କେନ୍ଦ୍ରର ଆୟୁଷ୍ମାନ ଯୋଜନାରେ ୬୭ ଲକ୍ଷ ୮୦ ହଜାରରୁ ଅଧିକ ପରିବାର ଏବଂ ରାଜ୍ୟର ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାରେ ୩୫ ଲକ୍ଷ ୮୪ ହଜାରରୁ ଅଧିକ ପରିବାର ଉପକୃତ ହେବେ। ଏଭଳି ଭାବେ ୧ କୋଟି ୩ ଲକ୍ଷରୁ ଅଧିକ ପରିବାର ଉପକୃତ ହେବେ। ପୂର୍ବରୁ ପରିବାର ପିଛା ମିଳୁଥିଲା ଗୋଟିଏ ଲେଖାଏଁ କାର୍ଡ। କିନ୍ତୁ ଏବେ ଉଭୟ ଯୋଜନାର କୋ-ବ୍ରାଣ୍ଡିଂ କରି ପ୍ରତି ହିତାଧିକାରୀଙ୍କୁ ଦିଆଯିବ ଗୋଟିଏ ଲେଖାଏଁ କାର୍ଡ। ଏହା ଜରିଆରେ ପୁରୁଷ ହିତାଧିକାରୀଙ୍କୁ ୫ ଲକ୍ଷ ଓ ମହିଳା ହିତାଧିକାରୀଙ୍କୁ ୧୦ ଲକ୍ଷ ଯାଏଁ ଚିକିତ୍ସା ଖର୍ଚ୍ଚ ବହନ କରାଯିବ। 

ଅନ୍ୟପଟେ ପରିବାରରେ ୭୦ ବର୍ଷ ବୟସରୁ ଅଧିକ ବୟସ୍କ ହିତାଧିକାରୀ ଥିଲେ ପରିବାର ପ୍ରତି ଚିକିତ୍ସା ଖର୍ଚ୍ଚ ସର୍ବାଧିକ ୧୫ ଲକ୍ଷ ଟଙ୍କା ହେବ। କାରଣ ୭୦ ବର୍ଷରୁ ଅଧିକ ବୟସ୍କଙ୍କୁ ସାମିଲ କରାଯିବ ‘ଆୟୁଷ୍ମାନ ବୟୋବନ୍ଦନା’ ଯୋଜନାରେ। ରାଜ୍ୟରେ ଏବେ ଏହି ବର୍ଗଙ୍କ ସଂଖ୍ୟା ୨୩ ଲକ୍ଷ ୧୨ ହଜାରରୁ ଅଧିକ। ସେମାନଙ୍କ ମଧ୍ୟରୁ ପ୍ରାୟ ୧୭ ଲକ୍ଷ ‘ଆୟୁଷ୍ମାନ’ ଓ ‘ଗୋପବନ୍ଧୁ ଜନ ଆରୋଗ୍ୟ’ରେ ସାମିଲ ହୋଇଥିବାରୁ ଅଧିକ ୬ ଲକ୍ଷ ହିତାଧିକାରୀ ଏବେ ଯୋଡ଼ିହେବେ। ପୂର୍ବରୁ ୧୬ଟି ରାଜ୍ୟରେ ୯ଶହ ତାଲିକାଭୂକ୍ତ ହସ୍ପିଟାଲରେ ମାଗଣା ଚିକିତ୍ସା ସୁବିଧା ମିଳୁଥିଲା। ଏଣିକି ରାଜ୍ୟର ସବୁ ହିତାଧିକାରୀ ଓଡ଼ିଶା ସହ ଦେଶର ୨୯ ହଜାରରୁ ଅଧିକ ସରକାରୀ ଓ ପଞ୍ଜିକୃତ ଘରୋଇ ଡାକ୍ତରଖାନାରେ ଚିକିତ୍ସା ସୁବିଧା ପାଇପାରିବେ। ତେବେ ଇକେୱାଇସି ଅପଡେଟ୍ ସହ ପ୍ରସ୍ତତ ନୂଆ କାର୍ଡ ନପାଇବା ଯାଏଁ ପୂର୍ବରୁ ପ୍ରଚଳିତ BSKY କାର୍ଡ ଜରିଆରେ ଚିକିତ୍ସା ସେବା ପାଇପାରିବେ ହିତାଧିକାରୀ। 

Advertisment

ତେଣେ ‘ଆୟୁଷ୍ମାନ’ ଆସୁଥିବା ଜାଣି ଖୁସି ବ୍ୟକ୍ତ କରିଛନ୍ତି ଲୋକେ। ଓଡ଼ିଶା ଭଳି ଦିଲ୍ଲୀରେ ମଧ୍ୟ ଆସନ୍ତା ୧୦ରେ ଲାଗୁ ହେବ ଆୟୁଷ୍ମାନ ଭାରତ। କିନ୍ତୁ ପଶ୍ଚିମବଙ୍ଗ ହେଉଛି ସେହି ଗୋଟିଏ ରାଜ୍ୟ, ଯେଉଁଠି ଏହି ଯୋଜନାକୁ କାର୍ଯ୍ୟକାରୀ କରିନାହାଁନ୍ତି ମମତା ସରକାର। 

ଅଧିକ ପଢ଼ନ୍ତୁ: ନାଁ ନନେଇ ବବିଙ୍କ ଉପରେ ବର୍ଷିଲେ ବ୍ୟାସନଗର ପୌରାଧ୍ୟକ୍ଷା; କହିଲେ...

Ayushman Bharat Mukesh Mahaling
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ