ଅଧିକ ମାତ୍ରାରେ ବାଦାମ ଖାଉଛନ୍ତି କି ? ସାବଧାନ, ହୋଇପାରେ ଏହି ସବୁ କ୍ଷତି

ଆମେ ଛୋଟ ବେଳୁ ଶୁଣି ଆସିଛୁ ଯେ ବାଦମ ଖାଇବା ଦ୍ୱାରା ବହୁତ କିଛି ଉପକାର ହୋଇଥାଏ । କେବଳ ଶୁଣି ନାହୁଁ ବହି ମଧ୍ୟ ପଢିଛୁ । ଏହାକୁ ଖାଇବା ଦ୍ୱାରା ସ୍ମୃତି ଶକ୍ତି ବଢିଥାଏ । କେଶ ସହ ସୌନ୍ଦର୍ଯ୍ୟର ଚମକ ବୃଦ୍ଧି ପାଇଥାଏ । କିନ୍ତୁ ଦରକାର ଠାରୁ ଅଧିକ ଖାଇଲେ ଖରାପ ହୋଇଥାଏ । ଏଥିରୁ ପୁଷ୍ଟିକର ଖାଦ୍ୟ ପାଇବା ପରିବର୍ତ୍ତେ ଏହା ଶରୀର ଉପରେ ବିପରୀତ ପ୍ରଭାବ ପକାଇଥାଏ ।

Eating too much almonds?

News Summary

ବାଦାମ ଶରୀରରେ HCN ସ୍ତରକୁ ବୃଦ୍ଧି କରିଥାଏ

ଯଦି ଆପଣ ଅଧିକ ମାତ୍ରାରେ ବାଦାମ ଖାଉଛନ୍ତି, ତେବେ ଏହା ଆପଣଙ୍କ ଶରୀରକୁ ଅନେକ ପ୍ରକାରର କ୍ଷତି ପହଞ୍ଚାଇଥାଏ । ତେବେ ଚାଲନ୍ତୁ ଜାଣିବା  ।

କୋଷ୍ଠକାଠିନ୍ୟ:

 ବାଦାମରେ ଫାଇବର ଭରପୂର ରହିଥାଏ । ଯାହା ଫଳରେ ଅତ୍ୟଧିକ ଫାଇବର ଥିବାରୁ କୋଷ୍ଠକାଠିନ୍ୟର କାରଣ ହୋଇଥାଏ । ଏହା ହଜମ ସମ୍ବନ୍ଧୀୟ ଅନେକ ସମସ୍ୟା ସୃଷ୍ଟି କରିଥାଏ ।

ମୋଟାପଣ:

ବାଦାମ ଅଧିକ ଖାଇବା ଦ୍ୱାରା ମଧ୍ୟ ମୋଟାପଣର କାରଣ ହୋଇଥାଏ । ଯଦି ଅଧିକ ଓଜନ ବଢିବାର ଅସୁବିଧାରେ ପଡିଛନ୍ତି, ତେବେ ଦିନକୁ ୧୦ ଅଧିକ ବାଦାମ ଖାଇବା ଉଚିତ୍ ନୁହେଁ ।

କିଡନୀରେ ଷ୍ଟୋନ୍‌:

ବାଦାମରେ ଅକ୍ସାଲେଟ୍ ଥାଏ ଯାହା ଫଳରେ କିଡନୀରେ ଷ୍ଟୋନ ସୃଷ୍ଟି ହୋଇଥାଏ ।

ଭିଟାମିନ୍ -ଇ ଓଭରଡୋଜ:

ବାଦାମର ଭିଟାମିନ୍-ଇ ର ଏକ ଉତ୍ତମ ଉତ୍ସ ରହିଛି କିନ୍ତୁ ଏହା ଅଧିକ ଖାଇବା ଦ୍ୱାରା ଭିଟାମିନ୍-ଇ ର ମାତ୍ରା ଅଧିକ ହୋଇପାରେ । ଯାହା ହରମନର ବାଲାନ୍ସ କରିବାରେ ଅସୁବିଧା ହୋଇଥାଏ ।

ନିଶ୍ୱାସ ନେବାରେ ଅସୁବିଧା:

ବାଦାମ ଶରୀରରେ HCN ସ୍ତରକୁ ବୃଦ୍ଧି କରିଥାଏ । ଯାହା ଫଳରେ ଏହା ନିଶ୍ୱାସ ନେବାରେ ଶ୍ୱାସକ୍ରିୟାରେ ଅସୁବିଧା ହୋଇଥାଏ ।