Viral Girl
ଭୁଲ ଅସ୍ତ୍ରୋପଚାର ଯୋଗୁଁ ମହିଳାଙ୍କ ମୃତ୍ୟୁ ଅଭିଯୋଗ । ସ୍ୱାସ୍ଥ୍ୟକେନ୍ଦ୍ର ଆଗରେ ମୃତଦେହ ରଖି କ୍ଷତିପୂରଣ ଦାବିରେ ସଂପର୍କୀୟଙ୍କ ଧାରଣା । କଟକ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରୁ ଆସିଛି ଏଭଳି ଅଭିଯୋଗ । ମୃତ ମହିଳା ହେଲେ ମହିଂସାଲଣ୍ଡା ପଞ୍ଚାୟତ ଦୁଧିଆନାଳି ଗାଁର ନଖି ସୁଣ୍ଡି ।
ନଖିଙ୍କର ପରିବାର ନିୟୋଜନ ଅସ୍ତ୍ରୋପଚାର ଚାଲିଥିବା ବେଳେ ସେ ଗୁରୁତର ହୋଇପଡିଥିଲେ । ସେଠାରୁ ତାଙ୍କୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ତେବେ ସେଠାରେ ଚିକିତ୍ସଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ ।
ଅନ୍ୟପଟେ ଚିକିତ୍ସା ଅବହେଳାରୁ ନଖିଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ସହିତ କ୍ଷତିପୂରଣ ଦାବିରେ ମେଡିକାଲ ଆଗରେ ଧାରଣାରେ ବସିଥିଲେ ଗ୍ରାମବାସୀ । ଘଟଣାସ୍ଥଳରେ ଉପଜିଲ୍ଲାପାଳ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା ପରେ ଧାରଣା ପ୍ରତ୍ୟାହୃତ ହୋଇଛି ।
ଘଟଣାର ତଦନ୍ତ କରାଯିବା ନେଇ ଉପଜିଲ୍ଳାପାଳ କହିଥିବା ବେଳେ ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡିବ ବୋଲି କହିଛନ୍ତି ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Viral_Girl_1705064410.jpg)