ଗର୍ଭାବସ୍ଥାରେ ମଦ୍ୟପାନ କରୁଥିଲେ ସାବଧାନ ! ‘ହୋଇପାରେ ଶିଶୁ ଜନ୍ମ ବେଳେ ସମସ୍ୟା’... 

ଗର୍ଭାବସ୍ଥାରେ ମଦ୍ୟପାନ କଲେ କଣ ହୁଏ ? ରିସର୍ଚ୍ଚ ସମୟରେ ଆସିଲା ଚାଞ୍ଚଲ୍ୟକର ତଥ୍ୟ । ତେବେ ଗର୍ଭାବସ୍ଥାରେ ମଦ୍ୟପାନ କରିବା ଦ୍ୱାରା ଶିଶୁ ଜନ୍ମ ସମ୍ବନ୍ଧୀୟ ସମସ୍ୟା ହୋଇପାରେ । 

Alcohol usage during pregnancy

ଗର୍ଭାବସ୍ଥାରେ ମଦ୍ୟପାନ କରିବା ଠିକ୍‌ କି ? ଗର୍ଭାବସ୍ଥାରେ ମଦ୍ୟପାନ କଲେ କଣ ହୁଏ ? ରିସର୍ଚ୍ଚ ସମୟରେ ଆସିଲା ଚାଞ୍ଚଲ୍ୟକର ତଥ୍ୟ । ତେବେ ଗର୍ଭାବସ୍ଥାରେ ମଦ୍ୟପାନ କରିବା ଦ୍ୱାରା ହୋଇପାରେ ଶିଶୁ ଜନ୍ମ ସମ୍ବନ୍ଧୀୟ ସମସ୍ୟା । 

ରିସର୍ଚ୍ଚରେ ଏହା ମଧ୍ୟ ଜଣା ପଡ଼ିଛି ଯେ ଗର୍ଭବତୀ ମହିଳା କମ୍‌ରୁ ମଧ୍ୟମ ଧରଣର ମଦ୍ୟପାନ କରୁଥିଲେ ମଧ୍ୟ ସେମାନଙ୍କ ପିଲାମାନଙ୍କର ପ୍ରସବକାଳୀନ ସମୟରେ ପ୍ରଭାବ ପକାଇପାରେ । ଡାକ୍ତରଙ୍କ ରିସର୍ଚ୍ଚ ଓ ଅଧ୍ୟୟନର ରିପୋର୍ଟ 'ଆଲ୍‌କୋହଲ୍ କ୍ଲିନିକାଲ୍ ଓ ଏକ୍ସପେରିମେନ୍‌ଟାଲ୍‌ ରିସର୍ଚ୍ଚ' ପତ୍ରିକାରେ ପ୍ରକାଶିତ ହୋଇଛି ।

ମେଡିକାଲ ରିସର୍ଚ୍ଚ ଓ ଷ୍ଟଡି ସହିତ ଜଡିତ ବାଖୀରେଭା କହିଛନ୍ତି ଯେ, "ରିସର୍ଚ୍ଚକୁ ବିଶ୍ଳେଷଣ କରିବାବେଳେ ପୁରୁଷ ଶିଶୁମାନଙ୍କଠାରେ ଗର୍ଭଧାରଣ ବୟସର ପ୍ରଭାବ ଅଧିକ ସ୍ପଷ୍ଟ ହୋଇଥିବାବେଳେ ଜନ୍ମ ସମୟର ଓଜନର ପ୍ରଭାବ ମହିଳାମାନଙ୍କଠାରେ ଅଧିକ ରହିଛି । ଅଧ୍ୟୟନରୁ ଜଣାପଡିଛି କି ଗର୍ଭାବସ୍ଥାରେ କମ୍ କିମ୍ବା ଅଧିକ ମଦ ପିଇଲେ ଗର୍ଭସ୍ଥ ଶିଶୁର ମାନସିକ ବିକାଶରେ ବାଧା ଦେଖାଦିଏ ।” 

ଆହୁରି କହିଛନ୍ତି ଯେ , “କେବଳ ସେତିକି ନୁହେଁ ଗର୍ଭାବସ୍ଥାରେ ମଦ୍ୟପାନ କଲେ ଭୃଣ ଉପରେ ବିଭିନ୍ନ ପ୍ରକାର କୁପ୍ରଭାବ ପଡିଥାଏ । ଏହାକୁ ଫଟିଲ ଆଲକହଲ ସ୍ପେକ୍ଟ୍ରମ ଡିସଅର୍ଡର କୁହାଯାଇଥାଏ । ଏହା ପରେ ପିଲାଟି ଜନ୍ମହେଲେ ତାର ଶିଖିବାର କ୍ଷମତା ପ୍ରଭାବିତ ହୋଇଥାଏ । ଏହାସହ ତାର କଥା ହେବାରେ ମଧ୍ୟ ଅସୁବିଧା ଦେଖାଦେଇଥାଏ । ଅନ୍ୟପଟେ ଗର୍ଭାବସ୍ଥାରେ ମା’ ଯଦି ମଦ୍ୟପାନ କରିଥାଏ ତେବେ ପିଲାଟି ଅନ୍ୟ ପିଲାମାନଙ୍କ ତୁଳନାରେ ଅଧିକ ହିଂସ୍ର ହୋଇଥାଏ ।”