Advertisment

Alcohol Warning in Liquor Bottle: ଉଜୁଡ଼ି ଯାଉଛି ପରିବାର...ମଦ ବୋତଲରେ କ୍ୟାନସର ଚେତାବନୀ ଲେଖିବାକୁ ପ୍ରସ୍ତାବ

ଆମେରିକାର ସର୍ଜନ ଜେନେରାଲଙ୍କ ଅନୁଯାୟୀ, ତମାଖୁ ଏବଂ ମେଦବହୁଳତା ପରେ ମଦ୍ୟପାନ ଯୁକ୍ତରାଷ୍ଟ୍ରରେ କର୍କଟ ରୋଗର ତୃତୀୟ ପ୍ରମୁଖ କାରଣ । ଆମେରିକୀୟ ଆସୋସିଏସନ୍ ଫର କ୍ୟାନସର ରିସର୍ଚ୍ଚ ୨୦୨୪ ରିପୋର୍ଟ ଅନୁଯାୟୀ, କର୍କଟ ରୋଗର ସମସ୍ତ ପ୍ରକାର କେସ୍‌ରୁ ୫% କେବଳ ମଦ୍ୟପାନ ସହିତ ଜଡିତ। ମଦ୍ୟପାନ କରିବା ଦ୍ୱାରା ୭ ପ୍ରକାର କର୍କଟ ରୋଗ ହେବାର ସମ୍ଭାବନା ରହିଛି ।

author-image
Pragyan Paramita Behera
ଅଦ୍ୟତନ ହୋଇଛି
ମଦ ବୋତଲରେ ରହିବ କ୍ୟାନସର ଚେତାବନୀ

ମଦ ବୋତଲରେ ରହିବ କ୍ୟାନସର ଚେତାବନୀ

ମଦ ଏକ ମୃଦୁ ବିଷ । ଟଙ୍କା ଦେଇ କ୍ୟାନସର କିଣିବାର କଲଚର ଦିନକୁ ଦିନ ବଢ଼ି ବଢ଼ି ଚାଲିଛି । ମଦ୍ୟପାନ ସ୍ୱାସ୍ଥ୍ୟ ପକ୍ଷେ ହାନିକାରକ ଜାଣି ସୁଦ୍ଧା ଲୋକେ ନାଲିପାଣି ନିଶାରେ ପାଗଳ । ପରିଣାମ ସ୍ବରୂପ ବର୍ଷକୁ ବର୍ଷ ମଦ୍ୟପାନ ଜନିତ କ୍ୟାନସର ରୋଗୀଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି। ମଦ ଆଉ ମଦୁଆ ସମାଜରେ ଏକ ବିଷାକ୍ତ ପରିବେଶ ସୃଷ୍ଟି କରିବା ପଛର ମୁଖ୍ୟ କାରଣ । ଯୁବଗୋଷ୍ଠୀଙ୍କୁ ଏକପ୍ରକାର ଅକର୍ମଣ୍ୟ କରିଦେଉଛି ଏ ମଦ, ତାଙ୍କରି ପାଇଁ ପରିବାର ଲୋକ ଅଭାବଗ୍ରସ୍ତ ଓ ଅଭିଶପ୍ତ ଜୀବନ ବିତାଇବାକୁ ବାଧ୍ୟ ହେଉଛନ୍ତି । ଅତ୍ୟଧିକ ମଦ୍ୟପାନ କରୁଥିବା ବ୍ୟକ୍ତି ପରିବାର ତଥା ସମାଜ ପାଇଁ ବୋଝ । କିଛି ସମୟର ଉନ୍ମାଦନା ବ୍ୟତୀତ ମଦ ମଣିଷକୁ ଦେଉଛି କ’ଣ ? ହେଲେ ଏ ନିର୍ବୋଧ ମଣିଷ ସାମାଜିକ ସ୍ନେହଶ୍ରଦ୍ଧା ଓ ସବୁ ସୁଖଶାନ୍ତିକୁ ଜଳାଞ୍ଜଳି ଦେଇ ମଦ ପଛରେ ଏକପ୍ରକାର ପାଗଳ ।

Advertisment

ମଦ ପାଇଁ କେତେ ପରିବାର ଉଜୁଡ଼ି ଯାଉଛି, ଧ୍ୱସ୍ତବିଧ୍ୱସ୍ତ ହୋଇଯାଉଛି ତାହାର ସୀମା ନାହିଁ । ଏହାକୁ ଦୃଷ୍ଟିରେ ରଖି ଆମେରିକାର ସର୍ଜନ ଜେନେରାଲ ବିବେକ ମୂର୍ତ୍ତି ଏକ ପ୍ରସ୍ତାବ ଦେଇଛନ୍ତି । ମଦ୍ୟପାନ କର୍କଟ ରୋଗର ଏକ ପ୍ରମୁଖ କାରଣ । ଲୋକଙ୍କୁ ସଚେତନ କରିବା ପାଇଁ ମଦ ବୋତଲରେ ସ୍ପଷ୍ଟ ଭାବରେ କ୍ୟାନସର ଚେତାବନୀ ଚିହ୍ନିତ କରାଯିବା ଉଚିତ ବୋଲି ସେ ପ୍ରସ୍ତାବ ଦେଇଛନ୍ତି । ଆମେରିକାରେ ମଦ ଓ କ୍ୟାନସରର ଲିଙ୍କ୍ ସମ୍ପର୍କରେ ଲୋକଙ୍କୁ ଭଲଭାବରେ ଅବଗତ କରାଇବା ଆବଶ୍ୟକ । ଗତ ଦଶନ୍ଧିରେ ଆମେରିକାରେ ପ୍ରାୟ ଏକ ଲକ୍ଷ କର୍କଟ ରୋଗ ପାଇଁ ମଦ୍ୟପାନ ହିଁ ଦାୟୀ ।

ମଦ୍ୟପାନ ପାଇଁ ପ୍ରତିବର୍ଷ ୧୦୦୦୦ ଲୋକ କର୍କଟ ରୋଗରେ ପଡ଼ୁଥିବା ବେଳେ ପ୍ରାୟ ୨୦ ହଜାର ପ୍ରାଣ ହରାଇଥାଆନ୍ତି । ସେହିପରି ମଦ୍ୟପାନ ଜନିତ ଦୁର୍ଘଟଣା ମୃତ୍ୟୁ ମଧ୍ୟ ୧୩,୫୦୦ରୁ ଅଧିକ । ମଦ ଏବଂ ବିୟର ବୋତଲ ଗୁଡିକରେ ପୂର୍ବରୁ ଦିଆଯାଇଥିବା ଚେତାବନୀ ଅନୁସାରେ, ଶିଶୁ ଓ ଗର୍ଭବତୀ ମହିଳାଙ୍କ ପାଇଁ ମଦ୍ୟପାନ କ୍ଷତିକାରକ । ମଦ୍ୟପାନ ସମସ୍ତଙ୍କ ପାଇଁ କ୍ଷତିକାରକ ବୋଲି ଲେଖାଯିବା ଉଚିତ ।

Advertisment

୭ ପ୍ରକାର କ୍ୟାନସରର ଆଶଙ୍କା

ଆମେରିକାର ସର୍ଜନ ଜେନେରାଲଙ୍କ ଅନୁଯାୟୀ, ତମାଖୁ ଏବଂ ମେଦବହୁଳତା ପରେ ମଦ୍ୟପାନ ଯୁକ୍ତରାଷ୍ଟ୍ରରେ କର୍କଟ ରୋଗର ତୃତୀୟ ପ୍ରମୁଖ କାରଣ ଅଟେ। ଆମେରିକୀୟ ଆସୋସିଏସନ୍ ଫର କ୍ୟାନସର ରିସର୍ଚ୍ଚ ୨୦୨୪ ରିପୋର୍ଟ ଅନୁଯାୟୀ, କର୍କଟ ରୋଗର ସମସ୍ତ ପ୍ରକାର କେସରୁ ୫% କେବଳ ମଦ୍ୟପାନ ସହିତ ଜଡିତ। ମଦ୍ୟପାନ କରିବା ଦ୍ୱାରା ୭ ପ୍ରକାରର କର୍କଟ ରୋଗ ହେବାର ସମ୍ଭାବନା ରହିଛି । ଅନ୍ୟପଟେ ଠିକ ସମୟରେ ଏହି ନିଶାରୁ ନିଜକୁ ମୁକ୍ତ କଲେ, ମଦ୍ୟପାନ ସମ୍ବନ୍ଧୀୟ କର୍କଟ ରୋଗ ହେବାର ଆଶଙ୍କା ୮% ପର୍ଯ୍ୟନ୍ତ ହ୍ରାସ ହୋଇଯାଏ । ମଦ ପିଇବା ଦ୍ୱାରା ମସ୍ତିଷ୍କ, ଗଳା, ସ୍ତନ, ମଳାଶୟ, ଫୁସଫୁସ, ଯକୃତ ଓ ଖାଦ୍ୟ ନଳୀ କର୍କଟ ହେବାର ଆଶଙ୍କା ଅଧିକ ରହିଛି । ସ୍ତନ କର୍କଟର ୧୬. ୪ ପ୍ରତିଶତ ରୋଗୀ ମଦ୍ୟପାନ ପାଇଁ ଏ ରୋଗ ଭୋଗୁଥିବା ସୂଚନା ମିଳିଛି ।

ଯେଉଁ ଲୋକମାନେ ପ୍ରତିଦିନ ମଦ୍ୟପାନ କରନ୍ତି, ସେମାନଙ୍କର ଫ୍ୟାଟି ଲିଭରର ସମସ୍ୟା ବଢ଼ି ଯାଇଥାଏ । ଅଧିକ ମାତ୍ରାର ମଦ୍ୟପାନ ଉଭୟ ଶରୀର ଓ ମନ ଉପରେ ବିଷାଦ ଭାବ ସୃଷ୍ଟି କରିଥାଏ । ତେଣୁ ଜଣେ ଟଳମଳ ହେବା ସହ ନିଦରେ ବେଳେବେଳେ ବିଳିବିଳାଏ । ଶରୀରରେ ବିଷାକ୍ତ କ୍ରିୟା ସୃଷ୍ଟି କରେ ।

ଅଳ୍ପ ମଦ୍ୟପାନ କଲେ ବି କ୍ୟାନସର ଭୟ

ବିଶେଷଜ୍ଞଙ୍କ ଅନୁସାରେ, ଅଳ୍ପ ହେଉ କି ବହୁତ ହେଉ, ମଦ ପିଇବା ଦ୍ୱାରା ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇଥାଏ । ଯେଉଁମାନେ ଭାବନ୍ତି ଅଳ୍ପ ପିଇଲେ କୌଣସି ଅସୁବିଧା ହେବ ନାହିଁ, ସେମାନେ ଜାଣି ରଖିବା ଉଚିତ ଗୋଟିଏ ଢୋକରେ ମଧ୍ୟ ଡିଏନଏ ପ୍ରଭାବିତ ହୋଇଥାଏ ।
ଏ ପ୍ରସଙ୍ଗରେ ମଦ ଉତ୍ପାଦନକାରୀଙ୍କୁ ସେମାନଙ୍କ ଉତ୍ପାଦ ଉପରେ ସ୍ୱାସ୍ଥ୍ୟକୁ ନେଇ ଚେତାବନୀ ଦେବାକୁ ନିବେଦନ କରିଛନ୍ତି ସର୍ଜନ ଜେନେରାଲ । ମଦ୍ୟପାନ କର୍କଟ ରୋଗ ସୃଷ୍ଟି କରୁଥିବା ଲୋକେ ଜାଣିଲେ, ହୁଏତ ମଦ୍ୟପଙ୍କ ସଂଖ୍ୟା ହ୍ରାସ କରାଯାଇପାରିବ ।

• ଅଳ୍ପ ସମୟ ମଧ୍ୟରେ ଶରୀରରେ ମିଶିଯାଏ ମଦ । ଏହା ମସ୍ତିଷ୍କର ସୂଚନା ଉପରେ ମଧ୍ୟ ପ୍ରଭାବ ପକାଇପାରେ । ମସ୍ତିଷ୍କ ଆକାରରେ ଛୋଟ ହୋଇପାରେ । ମଦ୍ୟପାନ ମସ୍ତିଷ୍କର ଫ୍ରଣ୍ଟାଲ୍ ଲୋବ୍ସକୁ ସଂପୂର୍ଣ୍ଣ ପ୍ରଭାବିତ କରିଥାଏ । ଯଦି କେହି ଦୀର୍ଘ ଦିନ ପର୍ଯ୍ୟନ୍ତ ମଦ୍ୟପାନ କରନ୍ତି, ତେବେ ମସ୍ତିଷ୍କ ଟିସୁ ନଷ୍ଟ ହୋଇପାରେ ।
• ଅଧିକ ମଦ୍ୟପାନ ଦ୍ବାରା ମେଟାବୋଲିଜିମ୍ ପ୍ରକ୍ରିୟା ସଠିକ୍ ଭାବରେ ହୋଇନଥାଏ । ଶରୀର ଉପରେ ମଦ୍ୟପାନର ପ୍ରଭାବ ଶୀଘ୍ର ପଡିଥାଏ । ଏହାର ପ୍ରଭାବ ପ୍ରଥମେ ରକ୍ତରେ ଦେଖାଯାଥାଏ ।
• ଯକୃତର ଶରୀରର ମଇଳାକୁ ସଫା କରେ । ସଠିକ୍ ହଜମ ପ୍ରକ୍ରିୟା, ମେଟାବୋଲିଜିମ୍, ବିଷାକ୍ତ ପଦାର୍ଥ ଅପସାରଣରେ ସାହାଯ୍ୟ କରେ ଲିଭର । ସ୍ବାସ୍ଥ୍ୟ ଏବଂ ସୁସ୍ଥତାକୁ ପ୍ରଭାବିତ କରିବାରେ ଲିଭର ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । କିନ୍ତୁ ପ୍ରତିଦିନ ମଦ୍ୟପାନ ଦ୍ୱାରା ଯକୃତକୁ ସିଧାସଳଖ କ୍ଷତି ପହଞ୍ଚେ ।
• ମଦ୍ୟପାନ ହରମୋନ୍ ସ୍ତରକୁ ପରିବର୍ତ୍ତନ କରିଥାଏ । ବିଶେଷତଃ ଇଷ୍ଟ୍ରୋଜେନ ଅଧିକ ପ୍ରଭାବିତ ହୋଇଥାଏ, ଯାହା ସ୍ତନ କର୍କଟ ହେବାର କାରଣ ସାଜେ ।

Cancer Alcohol Addiction US Government Alcohol Alcohol Consumption
Advertisment
Advertisment