ଏମ୍ସରେ ଆରମ୍ଭ ହେଲା ଇ-ପେମେଣ୍ଟ ବ୍ୟବସ୍ଥା

ଏନେଇ ପ୍ଲେ ଷ୍ଟୋରରେ ଉପଲବ୍ଧ ହୋଇଛି ଆପ୍ । ଗୁଗୁଲ ପ୍ଲେ ଷ୍ଟୋରରେ ଉପଲବ୍ଧ ଥିବା ଏମ୍ସ ଭୁବନେଶ୍ବର ସ୍ବାସ୍ଥ୍ୟ ଆପ ଜରିଆରେ ଏହି ସୁବିଧା ପାଇ ପାରିବେ ରୋଗୀ ଓ ତାଙ୍କ ସମ୍ପର୍କୀୟ ।

Aiims bhubaneswar

ବିଲ ପେମେଣ୍ଟ ପାଇଁ ଆଉ ଲମ୍ବା ଲାଇଲରେ ଛିଡ଼ା ହେବେନି ଲୋକେ । ପେପରଲେସ ତଥା ଇ-ହସ୍ପିଟାଲ ଦିଗରେ ଆଉ ପାଦେ ଆଗେଇଲା  ଭୁବନେଶ୍ବର ଏମ୍ସ । ଭୁବନେଶ୍ବର ସ୍ଥିତ ଏମ୍ସରେ କାର୍ଯ୍ୟକାରୀ ହେଲା ଇ-ପେମେଣ୍ଟ ବ୍ୟବସ୍ଥା ।

ଆଜିଠାରୁ ଏମ୍ସରେ ଆରମ୍ଭ ହୋଇ ଯାଇଛି ଇ-ପେମେଣ୍ଟ ବ୍ୟବସ୍ଥା । ନିଜ ମୋବାଇଲ ଜରିଆରେ ଆବଶ୍ୟକ ପେମେଣ୍ଟ କରିପାରିବେ ରୋଗୀ । ଏନେଇ ପ୍ଲେ ଷ୍ଟୋରରେ ଉପଲବ୍ଧ ହୋଇଛି ଆପ୍ । ଗୁଗୁଲ ପ୍ଲେ ଷ୍ଟୋରରେ ଉପଲବ୍ଧ ଥିବା ଏମ୍ସ ଭୁବନେଶ୍ବର ସ୍ବାସ୍ଥ୍ୟ ଆପ ଜରିଆରେ ଏହି ସୁବିଧା ପାଇ ପାରିବେ ରୋଗୀ ଓ ତାଙ୍କ ସମ୍ପର୍କୀୟ ।

ସ୍ବାସ୍ଥ୍ୟ ଆପରେ ପଞ୍ଜିକରଣ କରି ବିଲିଂ ସେକ୍ସନକୁ ଯାଇ ଓପିଡି ଦେୟଠାରୁ ଆରମ୍ଭ କରି ବିଭିନ୍ନ ସ୍ବାସ୍ଥ୍ୟ ପରୀକ୍ଷାର ବିଲ ମଧ୍ୟ ପୈଠ କରି ପାରିବେ । ଅନ୍ୟପଟେ ସ୍ମାର୍ଟ ଫୋନର ବ୍ୟବହାର ଜାଣି ନଥିବା ଲୋକଙ୍କ ପାଇଁ କ୍ୟାସ କାଉଣ୍ଟରର ସୁବିଧା ମଧ୍ୟ ରହିବ । ପ୍ରଧାନମନ୍ତ୍ରୀଙ୍କ ଜିଜିଟାଲ ଇଣ୍ତିଆକୁ ଏହା ଅଧିକ ପୃଷ୍ଠପୋଷକତା କରିବ ବୋଲି କହିଛନ୍ତି ଏମ୍ସ ଡାକ୍ତର । ସୂଚନା ଥାଉକି, ପୂର୍ବରୁ ଏମ୍ସ ଭୁବନେଶ୍ବରରେ ଇ-ଓପିଡି, ଇ-ଅଫିସ, ଇ-ଲ୍ୟାବ ଆଦି କାର୍ଯ୍ୟକାରୀ ହୋଇ ସାରିଛି ।