ଅଦ୍ୟତନ ହୋଇଛି
Health Benifits of 'Red banana'
Advertisment
ଲାଲ୍ କଦଳୀ ପୁଷ୍ଟିକର ଏବଂ ଆଣ୍ଟି-ଅକ୍ସିଡାଣ୍ଟ ଗୁଣରେ ପରିପୂର୍ଣ୍ଣ। ଏହାକୁ ଖାଇବା ଦ୍ୱାରା ଇମ୍ୟୁନିଟି ଦ୍ରୁତ ଗତିରେ ବୃଦ୍ଧି ପାଇଥାଏ। ଥକ୍କା, ଦୁର୍ବଳତା ଦୂର ହୋଇ ଦିନସାରା ଶକ୍ତିଶାଳୀ ଅନୁଭବ ହୋଇଥାଏ। ଆସନ୍ତୁ ଜାଣିବା ଲାଲ୍ କଦଳୀ ଖାଇବାର ଉପକାର ବିଷୟରେ…
Advertisment
ଇମ୍ୟୁନିଟି ବଢାଇଥାଏ:
- ଲାଲ୍ କଦଳୀରେ ଭିଟାମିନ୍ C, B6 ଭରପୂର ରହିଥାଏ। ଏହାକୁ ଖାଇବା ଦ୍ୱାରା ଇମ୍ୟୁନିଟି ବଢିଥାଏ। ଭିଟାମିନ୍ B6 ଶରୀରରେ ୱାଇଟ୍ ବ୍ଲଡ୍ ସେଲ୍ସର ସୁରକ୍ଷା ବୃଦ୍ଧିରେ ସାହାଯ୍ୟ କରିଥାଏ। ରୋଗ ସହ ଲଢିବାର ଶକ୍ତି ମିଳିଥାଏ।
ହାଡ ମଜବୁତ ହୋଇଥାଏ:
- ପ୍ରତିଦିନ ନାଲି କଦଳୀ ଖାଇବା ଦ୍ୱାରା ହାଡ ମଜବୁତ ହୋଇଥାଏ। ତେଣୁ ପିଲାମାନଙ୍କଠାରୁ ବୟସ୍କ ପର୍ଯ୍ୟନ୍ତ ସମସ୍ତେ ଏହାକୁ ଖାଇବା ଉଚିତ୍।
Advertisment
ରୋଗରୁ ମୁକ୍ତି ମିଳିଥାଏ:
- ଲାଲ୍ କଦଳୀରେ ପୋଟାସିୟମ୍ ଅଧିକ ମାତ୍ରାରେ ରହିଥାଏ। ଏହା ରକ୍ତଚାପକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ। ଏହାକୁ ଖାଇବା ଦ୍ୱାରା ହୃଦୟ ସହିତ ଜଡିତ ସମସ୍ୟା ଦୁର ହୋଇଥାଏ। କର୍କଟ ଭଳି ଏକ ଗମ୍ଭୀର ରୋଗର ଶିକାର ହେବାର ଆଶଙ୍କା କମ୍ ରହିଥାଏ।
'Red banana'
ଓଜନ କମାଇଥାଏ:
- ଲାଲ୍ କଦଳୀ ଖାଇବା ଦ୍ୱାରା ଓଜନ କମ୍ ହୋଇଥାଏ। ଏହାକୁ ଖାଇବା ଦ୍ୱାରା ପେଟ ଦୀର୍ଘ ସମୟ ପର୍ଯ୍ୟନ୍ତ ପୂର୍ଣ୍ଣ ରହିଥାଏ। ଏହି କାରଣରୁ ଶରୀରରେ ଗଚ୍ଛିତ ଚର୍ବି ଶୀଘ୍ର କମିଯାଏ । ତେଣୁ ଓଜନ ବଢୁଥିବା ଅସୁବିଧା ଭୋଗୁଥିବା ଲୋକମାନେ ଦୈନନ୍ଦିନ ଖାଦ୍ୟରେ ଲାଲ୍ କଦଳୀ ଅନ୍ତର୍ଭୁକ୍ତ କରିବା ଉଚିତ୍।
Advertisment
ଡାଏବେଟିସ୍ କଣ୍ଟ୍ରୋଲ୍ ରହିଥାଏ:
- ଲାଲ୍ କଦଳୀରେ ଫାଇବର ଥାଏ, ଯାହା ଶରୀରରେ ସୁଗାର୍ ଲେଭଲ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ। ତେଣୁ ମଧୁମେହ ରୋଗୀମାନେ ଏହାକୁ ଖାଇବା ଆବଶ୍ୟକ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1640263351.jpg)