Advertisment

ଶରୀର ପାଇଁ କ୍ଷତିକାରକ ଅଧିକ ଭିଟାମିନ୍-ବି...ଖାଇଲେ ଦେଖାଦେବ ଏହି ସମସ୍ୟା

ଭିଟାମିନ୍-ବି ଯୁକ୍ତ ଖାଦ୍ୟ ହେଉଛି ଡାଲି, ପନିପରିବା, ମାଛ, ମାଂସ, ଅଣ୍ଡାକେଶର, କ୍ଷୀର ଇତ୍ୟାଦି। ଯଦି ଶରୀରରେ ଭିଟାମିନ୍-ବି ର ପରିମାଣ ଅତ୍ୟଧିକ ହୋଇଯାଏ, ତେବେ ଅନେକ ପାର୍ଶ୍ୱ ପ୍ରତିକ୍ରିୟା ଦେଖଦିଏ।

ଅଦ୍ୟତନ ହୋଇଛି
Vitamin-B

Vitamin-B

Advertisment

ସୁସ୍ଥ ରହିବା ପାଇଁ ଶରୀରରେ ସମସ୍ତ ପୋଷକ ତତ୍ତ୍ୱ ରହିବା ଅତ୍ୟନ୍ତ ଜରୁରୀ । ଶରୀରରେ ଥିବା ଏହି ସମସ୍ତ ପୋଷକ ତତ୍ତ୍ୱ ଆମର ସଠିକ୍ ବିକାଶ ଏବଂ ସୁସ୍ଥ ରହିବାରେ ସାହାଯ୍ୟ କରିଥାଏ। ଭିଟାମିନ୍-ବି ଏହି ଅତ୍ୟାବଶ୍ୟକ ପୋଷକ ତତ୍ତ୍ୱ ମଧ୍ୟରୁ ଗୋଟିଏ, ଯାହା ଆମ ଶରୀରରେ ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରିଥାଏ। ଏଭଳି ପରିସ୍ଥିତିରେ, ଏହାର ଗୁରୁତ୍ୱକୁ ଦେଖି ଲୋକମାନେ ଶରୀରରେ ଥିବା ଅଭାବକୁ ଦୂର କରିବା ପାଇଁ ଭିଟାମିନ୍-ବି ଭରପୂର ଖାଦ୍ୟ ଖାଆନ୍ତି। କିନ୍ତୁ କୁହାଯାଏ ଯେକୌଣସି ଜିନିଷର ଅତ୍ୟଧିକ ବ୍ୟବହାର ଆମ ପାଇଁ କ୍ଷତିକାରକ।

Advertisment

ଶରୀରକୁ ସୁସ୍ଥ ରଖିବା ପାଇଁ ଭିଟାମିନ୍, ମିନେରାଲ୍ସ, ପ୍ରୋଟିନ୍, ଫ୍ୟାଟ୍ ଆଦି ଆବଶ୍ୟକ ହୋଇଥାଏ । ଏଗୁଡିକ ଶରୀରକୁ ଶକ୍ତି ଯୋଗାଇଥାଏ ଏବଂ ଅତ୍ୟାବଶ୍ୟକ ପୋଷକ ତତ୍ତ୍ୱର ଅଭାବକୁ ପୂରଣ କରିଯାଏ । ଏହି ସମସ୍ତ ପୋଷକ ତତ୍ତ୍ୱ ଆମ ଶରୀରରେ ଇନ୍ଧନ ପରି କାମ କରେ । ଯଦି କୈଣସି ପୋଷକ ତତ୍ତ୍ୱର ଅଭାବ ଥାଏ, ତେବେ ଶରୀରରେ ଅନେକ ପ୍ରକାରର ସମସ୍ୟା ଉପୁଜିପାରେ । ତେବେ ଅତ୍ୟଧିକ ପରିମାଣର ଭିଟାମିନ୍ ଶରୀର ପ୍ରତି କ୍ଷତାକାରକ।

ଭିଟାମିନ୍-ବି ଯୁକ୍ତ ଖାଦ୍ୟ ହେଉଛି ଡାଲି, ପନିପରିବା, ମାଛ, ମାଂସ, ଅଣ୍ଡାକେଶର, କ୍ଷୀର ଇତ୍ୟାଦି। ଯଦି ଶରୀରରେ ଭିଟାମିନ୍-ବି ର ପରିମାଣ ଅତ୍ୟଧିକ ହୋଇଯାଏ, ତେବେ ଏହାର ଅନେକ ପାର୍ଶ୍ୱ ପ୍ରତିକ୍ରିୟା ଦେଖଦିଏ। ହୃଦଘାତ ଠାରୁ ଆରମ୍ଭ କରି ଯକୃତ ନଷ୍ଟ ହେବା ପର୍ଯ୍ୟନ୍ତ ଅନେକ ସମସ୍ୟା ଉପୁଜି ପାରେ। ଆସନ୍ତୁ ଜାଣିବା ଅତିରିକ୍ତ ଭିଟାମିନ୍-ବି ଖାଦ୍ୟ ଖାଇଲେ କ’ଣ ହୁଏ?

Advertisment

ପାକସ୍ଥଳୀ ସମସ୍ୟା

ଅଧିକ ଭିଟାମିନ୍-ବି ଅଧିକ ଖାଇବା ଦ୍ୱାରା ହଜମ ପ୍ରକ୍ରିୟାରେ ସମସ୍ୟା ଦେଖାଦିଏ। କିଛି ଲୋକଙ୍କର ବାନ୍ତି, କିମ୍ବା ପେଟ ଖରାପ ହୋଇଥାଏ। ବିଶେଷକରି ଯଦି ପେଟ ସମସ୍ୟା କିମ୍ବା ଆପଣଙ୍କର ବୟସ ଅଧିକ ତେବେ ଏହା ଆପଣଙ୍କ ଶରୀର ପାଇଁ ଉପକାରୀ ହୋଇନପାରେ।

ଚର୍ମରେ ଦାଗ ସୃଷ୍ଟି ହେବା

ଭିଟାମିନ୍-ବି ପାର୍ଶ୍ୱ ପ୍ରତିକ୍ରିୟାର ସବୁଠାରୁ ପ୍ରମୁଖ ଏବଂ ଉଲ୍ଲେଖନୀୟ କଥା ହେଉଛି ଏହା ଚର୍ମରେ ଦାଗ ସୃଷ୍ଟି କରିଥାଏ। ଫ୍ଲାଶିଂ, ଯେଉଁଥିରେ ଆପଣଙ୍କ ଚେହେରା ଏବଂ ବେକ ଅସ୍ୱାଭାବିକ ଗରମ ଅନୁଭବ କରେ ଏବଂ ନାଲି ହୋଇଯାଏ। ଏହାଦ୍ୱାରା ଆଲର୍ଜି ହେବା ସହ କୁଣ୍ଡେଇ ହୋଇଥାଏ। କେତେକ କ୍ଷେତ୍ରରେ ଶରୀର ବିଭିନ୍ନ ସ୍ଥାନରେ ଫୁଲିଯାଇଥିବା ପରି ଦାଗ ଦେଖାଯାଏ ।

Advertisment

ଅନିଦ୍ରା

ଭିଟାମିନ୍-ବି ହେଉଛି ଏକ ଶକ୍ତି ବୃଦ୍ଧିକାରୀ ଭିଟାମିନ୍ । ବିଶେଷକରି B12, ଆପଣଙ୍କର ସାଧାରଣ ଶୋଇବା ଚକ୍ରରେ ବାଧା ସୃଷ୍ଟି କରିପାରେ।

ଆଖି ସମ୍ବନ୍ଧୀୟ ସମସ୍ୟା

ଅତ୍ୟଧିକ ପରିମାଣର ଭିଟାମିନ୍-ବି ଆପଣଙ୍କ ଆଖି ଉପରେ ମଧ୍ୟ ପ୍ରଭାବ ପକାଇପାରେ । ଏହା ଆଲୋକ ପ୍ରତି ସମ୍ବେଦନଶୀଳତା, ଅସ୍ପଷ୍ଟ ଦୃଷ୍ଟିଶକ୍ତି ଏବଂ ଆଖି ଭିତରେ ତରଳ ଜମା କରିପାରେ। ଏହା ଆପଣଙ୍କ ଅପ୍ଟିକ୍ ସ୍ନାୟୁକୁ ମଧ୍ୟ କ୍ଷତି ପହଞ୍ଚାଇପାରେ ।

ମୁଡ୍ ସୁଇଙ୍ଗ୍

ଭିଟାମିନ୍-ବି ର ଅତ୍ୟଧିକ ସେବନ ମଧ୍ୟ ଆପଣଙ୍କ ମୁଡ୍ ସୁଇଙ୍ଗ୍ କରିପାରେ। ଆପଣ ଅସ୍ଥିରତା ଅନୁଭବ କରିପାରନ୍ତି ଏବଂ ଉଦାସୀନତା ଆଡକୁ ଯାଇପାରନ୍ତି । ବିଶେଷକରି ଯଦି ଆପଣଙ୍କର ମାନସିକ ସ୍ୱାସ୍ଥ୍ୟ ସମସ୍ୟା ରହିଛି, ଅଧିକ ମାତ୍ରାରେ ଭିଟାମିନ୍-ବି ଖାଦ୍ୟ ଅଳ୍ପ ପରିମାଣରେ ଖାଆନ୍ତୁ।

Skin Diseases Vitamin B12 Health Issue
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ