Advertisment

HMPV Virus: ସାମ୍ନାକୁ ଆସିଲା ଦେଶର ତୃତୀୟ ସଂକ୍ରମଣ ମାମଲା

ବେଙ୍ଗାଲୁରୁର ୮ ବର୍ଷର ଶିଶୁ ଓ ଜଣେ ୩ ବର୍ଷୀୟା ଶିଶୁ ଏହି ଭାଇରସ ଦ୍ବାରା ଆକ୍ରାନ୍ତ ହୋଇଥିବା ଜଣାପଡିଛି। ସେହିପରି ଗୁଜରାଟର ଅହମଦାବାଦରେ ଜଣେ ଦୁଇ ବର୍ଷୀୟ ଶିଶୁ ମଧ୍ୟ ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ଏହି ଛୋଟ ଛୁଆ ଜଣଙ୍କ ବର୍ତ୍ତମାନ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବେଳେ ଅବସ୍ଥା ସ୍ଥିର ରହିଛି।

ଅଦ୍ୟତନ ହୋଇଛି
HMPV Virus

HMPV Virus

Advertisment

ଚାଇନାରେ ଚିହ୍ନଟ ହୋଇଥବା ହ୍ୟୁମାନ ମେଟାନିମୋଭାଇରସ (ଏଚଏମପିଭି)ର ତୃତୀୟ ସଂକ୍ରମଣ ମାମଲା ଭାରତରେ ଚିହ୍ନଟ ହୋଇଛି। ସୋମବାର ସୁଦ୍ଧା ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୩ରେ ପହଞ୍ଚିଛି। ଏହା ମଧ୍ୟରେ ବେଙ୍ଗାଲୁରୁର ୨ ଓ ଗୁଜରାଟର ଜଣେ ସଂକ୍ରମିତ ରହିଛନ୍ତି।

Advertisment

ବେଙ୍ଗାଲୁରୁର ୮ ବର୍ଷର ଶିଶୁ ଓ ଜଣେ ୩ ବର୍ଷୀୟା ଶିଶୁ ଏହି ଭାଇରସ ଦ୍ବାରା ଆକ୍ରାନ୍ତ ହୋଇଥିବା ଜଣାପଡିଛି। ସେହିପରି ଗୁଜରାଟର ଅହମଦାବାଦରେ ଜଣ ଦୁଇ ବର୍ଷୀୟ ଶିଶୁ ମଧ୍ୟ ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ଏହି ଛୋଟ ଛୁଆଟି ବର୍ତ୍ତମାନ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବେଳେ ଅବସ୍ଥା ସ୍ଥିର ରହିଛି। ରାଜସ୍ଥାନର ଡୁଙ୍ଗରପୁରରେ ଏହି ଶିଶୁଟିର ଘର ହୋଇଥିବା ବେଳେ ଚିକିତ୍ସା ପାଇଁ ଅହମଦାବାଦରେ ଅଛନ୍ତି। ତେବେ ବର୍ତ୍ତମାନ ସୁଦ୍ଧା ଚିହ୍ନଟ ହୋଇଥିବା ୩ ଆକ୍ରାନ୍ତଙ୍କ ବିଦେଶ ଯାତ୍ରାର କୌଣସି ରେକର୍ଡ ନ ଥିବା ବେଳେ ଏହା ଚିନ୍ତାର କାରଣ ପାଲଟିଛି।

ଅଧିକ ପଢ଼ନ୍ତୁ: କରୋନାର ୫ ବର୍ଷ ପରେ ପୁଣି ଆସିଲା ନୂଆ ଭାଇରସ୍‌; ଖେଳାଉଛି ଆତଙ୍କ, ଚିନ୍ତାରେ ଲୋକେ !

Advertisment

ସୂଚନା ଅନୁସାରେ ଏବେ ଚୀନରେ ଆତଙ୍କ ଖେଳାଇଛି ଏହି ନୂଆ ଭାଇରସ୍ । ଏହାର ଲକ୍ଷଣ ମଧ୍ୟ ଫ୍ଲୁ ଓ କୋଭିଡ୍ ଭଳି ବୋଲି କୁହାଯାଉଛି । ଆକ୍ରାନ୍ତଙ୍କ ଠାରେ କାଶ, ଜ୍ବର, ନାକ ବନ୍ଦ, ନିଶ୍ବାସ-ପ୍ରଶ୍ବାସ ବେଳେ ହ୍ବିସିଲ୍ ବାଜିବା ଭଳି ଶବ୍ଦ ହେବା ଏବଂ ଜଟିଳ କ୍ଷେତ୍ରରେ ବ୍ରୋଙ୍କାଇଟିସ୍ କିମ୍ବା ନିମୋନିଆ ଭଳି ଲକ୍ଷଣ ପ୍ରକାଶ ପାଉଛି । ଛୋଟ ପିଲା ଏବଂ ବୃଦ୍ଧମାନଙ୍କରେ HMPV ସଂକ୍ରମଣ ଗୁରୁତର ହୋଇପାରେ । ଦୁର୍ବଳ ରୋଗ ପ୍ରତିରୋଧକ ଶକ୍ତି ଥିବା ଲୋକଙ୍କଠାରେ ଏହି ଭାଇରସ୍ ଗୁରୁତର ରୋଗ ସୃଷ୍ଟି କରିପାରେ ।

ବିଶେଷଜ୍ଞମାନେ ମଧ୍ୟ HMPV ପାଇଁ ଆଣ୍ଟିଭାଇରାଲ୍ ବ୍ୟବହାର କରିବାକୁ ମନା କରିଛନ୍ତି । ବର୍ତ୍ତମାନ HMPV ଭାଇରସ୍ ପାଇଁ କୌଣସି ଟିକା ଆସିନାହିଁ । ୨୦୨୩ ମସିହାରେ ନେଦରଲ୍ୟାଣ୍ଡ, ବ୍ରିଟେନ, ଫିନଲ୍ୟାଣ୍ଡ, ଅଷ୍ଟ୍ରେଲିଆ, କାନାଡା, ଆମେରିକା ଏବଂ ଚୀନ୍‌ରେ HMPV ଭାଇରସ୍‌ ଚିହ୍ନଟ ହୋଇଥିଲା ।

Advertisment

ଅଧିକ ପଢ଼ନ୍ତୁ: ଚୀନର HMPV ଭାଇରସକୁ ନେଇ ଭାରତରେ ଛନକା, ସତର୍କ ରହିବାକୁ ପରାମର୍ଶ

Coronavirus China New Cases HMPV Virus
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ