ଅଦ୍ୟତନ ହୋଇଛି
3 yoga poses that will protect from diarrhea
Advertisment
ରାଜ୍ୟରେ ଏବେ ଡାଇରିଆକୁ ନେଇ ସବୁଠି ଆତଙ୍କ । ଅନେକ ଜୀବନ ମଧ୍ୟ ଗଲାଣି। ଏନେଇ ସ୍ୱାସ୍ଥ୍ୟ ବିଭାଗ ଚିନ୍ତାରେ ପଡିଛି। ଲୋକଙ୍କୁ ସତର୍କ ରହିବା ପାଇଁ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଚାଲିଛି। ଏହାର ଆତଙ୍କକୁ ଲକ୍ଷରେ ରଖି କେଉଁ ପୂଜାପାଠ ଚାଲିଛି ତ ପୁଣି କେଉଁଠି ହୋମ-ଯଜ୍ଞ।
Advertisment
ତେବେ ଡାଇରିଆ ଭଳି ଆତଙ୍କରୁ ରକ୍ଷା ପାଇବା ପାଇଁ ଯୋଗ ମଧ୍ୟ ବିଶେଷ ଉପକାରୀ ହୋଇପାରେ। ତେବେ ଆସନ୍ତୁ ଏହି ରୋଗରୁ ମୁକ୍ତି ପାଇଁ ୩ ଯୋଗାସନ ବିଷୟରେ ଜାଣିନେବା।
ଅଧିକ ପଢ଼ନ୍ତୁ: ଯୋଗ କରିବାକୁ ଚାହୁଁଛନ୍ତି, ଜାଣିପାରୁ ନାହାନ୍ତି କ’ଣ କରିବେ; ଜାଣନ୍ତୁ ଆପଣଙ୍କ ଶରୀର ପାଇଁ କେଉଁ ଆସନ
Advertisment
ଅର୍ଦ୍ଧ ମତ୍ସ୍ୟେନ୍ଦ୍ରାସନ:
- ଯୋଗ ମ୍ୟାଟ୍ ପକାଇ ବସନ୍ତୁ
- ଶରୀର ସାମ୍ନାରେ ଗୋଡ଼କୁ ସିଧା ରଖନ୍ତୁ
- ଡାହାଣ ଗୋଡ଼କୁ ଭାଙ୍ଗି ଡାହାଣ ପାଦକୁ ବାମ ଗୋଡ଼ ବାହାରେ ଭୂମିରେ ରଖନ୍ତୁ
- ବାମ ଗୋଡ଼କୁ ଭାଙ୍ଗି ଏହାକୁ ନିତମ୍ବ ତଳେ କିମ୍ବା ନିତମ୍ବ ପାଖରେ ରଖନ୍ତୁ
- ଶ୍ୱାସ ଛାଡି ବାମ ହାତ କିମ୍ବା କହୁଣୀକୁ ଡାହାଣ ଆଣ୍ଠୁ ଉପରେ କିମ୍ବା ତା' ଉପରେ ରଖନ୍ତୁ ଏବଂ ଧିରେ ଧିରେ ଡାହାଣ କାନ୍ଧ ଉପରେ ମୋଡି ହୁଅନ୍ତୁ
- କିଛି ସମୟ ପାଇଁ ଏହି ପୋଜ୍କୁ ଧରି ରଖନ୍ତୁ, ତା'ପରେ ପାର୍ଶ୍ୱ ପରିବର୍ତ୍ତନ କରନ୍ତୁ୍
ଭୁଜଙ୍ଗାସନ:
- ଯୋଗ ମ୍ୟାଟ୍ ଉପରେ ପେଟ ମାଡି ଶୋଇ ଯାଆନ୍ତୁ
- ପାପୁଲିକୁ କାନ୍ଧ ପାଖରେ ଭୂମିରେ ରଖନ୍ତୁ
- ଶ୍ୱାସ ନେଇ ମୁଣ୍ଡକୁ ଉପରକୁ ଉଠାନ୍ତୁ, ଏବଂ ବେକକୁ ଧୀରେ ପଛକୁ ଭାଙ୍ଗନ୍ତୁ
- ହାତକୁ ତଳେ ଚାପନ୍ତୁ, କାନ୍ଧ ଏବଂ ଶରୀରର ଉପର ଭାଗକୁ ଧୀରେ ଉପରକୁ ଉଠାନ୍ତୁ
- ଏହି ପୋଜ୍ରେ କିଛି ସମୟ ପାଇଁ ରୁହନ୍ତୁ
- ଧିରେ ଧିରେ ମୂଳ ଅବସ୍ଥାକୁ ଆସନ୍ତୁ
- ଏହାକୁ ୮ରୁ ୧୦ ଥର ପୁନରାବୃତ୍ତି କରନ୍ତୁ
Advertisment
ପବନମୁକ୍ତାସନ:
- ଯୋଗ ମ୍ୟାଟ୍ରେ ପିଠି ପଟିଆ ଶୋଇପଡ଼ନ୍ତୁ ଏବଂ ଆଣ୍ଠୁକୁ ଛାତି ଆଡକୁ ଆଣନ୍ତୁ
- ଦୁଇ ହାତକୁ ଆଣ୍ଠୁ ତଳକୁ ରଖନ୍ତୁ
- ଶ୍ୱାସ ଛାଡି ମୁହଁକୁ ଉପରକୁ ଉଠାନ୍ତୁ ଏବଂ ପିଠିକୁ ତଳେ ଚାପ ଦିଅନ୍ତୁ
- ଧିରେ ଧିରେ ଆଣ୍ଠୁକୁ ଛାତି ଆଡକୁ ଆଣନ୍ତୁ
- ଏହି ପୋଜରେ କିଛି ସମୟ ରୁହନ୍ତୁ, ତା'ପରେ ଛାଡିଦିଅନ୍ତୁ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1750688170.jpg)