Advertisment

Digestion: ଖାଇବା ହଜମ ହେଉନି କି ? ଚିନ୍ତା ଛାଡ଼ନ୍ତୁ , ଖାଆନ୍ତୁ ଏହି ଖାଦ୍ୟ

ଏହି ସବୁ ଖାଦ୍ୟ ଆପଣଙ୍କ ରୋଷେଇ ଘରେ ସହଜରେ ମିଳିଯିବ । ଅଧିକ ଖର୍ଚ୍ଚ କରିବାକୁ ପଡିବନି । ହଜମ ଶକ୍ତି ବଢ଼ିବା ସହ ଆହୁରି ଅନେକ ଫାଇଦା ମିଳିବ ।

ଅଦ୍ୟତନ ହୋଇଛି
Digestion

Digestion

Advertisment
DigestionDigestion

ଆଜିକାଲି ପ୍ରାୟ ଲୋକଙ୍କ ଗୋଟିଏ ଅଭିଯୋଗ ଖାଇବା ଠିକରେ ହଜମ ହେଉନି । ତେବେ କିଛି ଲୋକ ଅଛନ୍ତି ଯେଉଁମାନଙ୍କ ଖାଇବା ଠିକରେ ହଜମ ହେଇଯାଏ । ଯଦି ଖାଇବା ଠିକରେ ହଜମ ହେବନି ତାହାହେଲେ ଦିନ ଭଲ ଯାଏନି । ଚିଡିଚିଡା ଲାଗେ , କୌଣସି କାମ କରିବାକୁ ଇଚ୍ଛା ହୁଏନି । ଗ୍ୟାସ ଭଳି ସମସ୍ୟା ବି ଦେଖାଦେଇପାରେ । ଯଦି ଆପଣ ଏଭଳି ସମସ୍ୟା ଭୋଗୁଛନ୍ତି ତାହାହେଲେ ଖାଆନ୍ତୁ ଏହି ୩ଟି ଖାଦ୍ୟ । ଏହା ଆପଣଙ୍କ ପାଚନ ଶକ୍ତି ବଢ଼ାଇବାରେ ସାହାଯ୍ୟ କରିବ ଓ ଶରୀରକୁ ସୁସ୍ଥ ରଖିବ

Advertisment
DigestionDigestion

ଦହି

ସମସ୍ତଙ୍କୁ ଜଣା ଦହି ପେଟ ପାଇଁ ଖୁବ ଭଲ । ଏହା ପେଟକୁ ଥଣ୍ଡା ରଖିଥାଏ । କିନ୍ତୁ ଖାଇବାର ସଠିକ ଉପାୟ ହେଉଛି ବିନା ଚିନି ପକାଇ ଦହି ଖାଆନ୍ତୁ । ଏଥିରେ ଆପଣ ହେଙ୍ଗୁ, ଜିରା ତଟକା ଦେବା ସହ କଳା ଲୁଣ ଗୋଳେଇ ଖାଇପାରିବେ । ଦହିରେ ପ୍ରୋବାୟୋଟିକ ରହିଛି । ଏହା ଆପଣଙ୍କ ହଜମ ଶକ୍ତିକୁ ବଢ଼ାଇଥାଏ ।

DigestionDigestion

ଓଟ୍ସ

ଓଟ୍ସରେ ଭରପୁର ଫାଇବର ରହିଥାଏ । ଯାହା ଆପଣଙ୍କ ପାଚନ ପ୍ରକ୍ରିୟାକୁ ଠିକ କରିଥାଏ । ଫାଇବର ପେଟର ଅନେକ ସମସ୍ୟା ଦୂର କରିଥାଏ । ଓଟ୍ସ ଖାଇବା ଦ୍ବାରା ଶରୀରର ଓଜନ ବି ନିୟନ୍ତ୍ରଣରେ ରହେ । ହାର୍ଟ ଆଟାକର ଆଶଙ୍କାକୁ ବି କମାଇଥାଏ ।

Advertisment
DigestionDigestion

ପୁଦିନା

ଖାଇବାରେ ପୁଦିନା ସାମିଲ କରନ୍ତୁ ଦେଖିବେ ଆପଣଙ୍କ ପେଟର ଅନେକ ସମସ୍ୟା ଦୂର ହୋଇଯିବ । ଏହା ଚର୍ମକୁ ସୁସ୍ଥ ରଖିବାରେ ବି ସାହାଯ୍ୟ କରେ । ଏହା ସହ ପୁଦିନା ଖାଇବା ଦ୍ବାରା ଶରୀରର ଇମ୍ୟୁନିଟି ବି ବଢ଼ିଥାଏ ।

ଅଧିକ ପଢନ୍ତୁ: କାମରେ ଧ୍ୟାନ କେନ୍ଦ୍ରୀଭୂତ ହେଉନାହିଁ ? ବାରମ୍ବାର ଭୁଲି ଯାଉଛନ୍ତି କି ? କ’ଣ ରହିଛି ଏହା ପଛର କାରଣ ଜାଣନ୍ତୁ

Advertisment
Symptoms Of Indigestion Curd Water
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ