Hair transplantation
ମୃତ୍ୟୁ ଏମିତି ବି ଆସେ। କେଶ ପ୍ରତିରୋପଣ କରି ଚାଲିଗଲା ଜୀବନ। ଉତ୍ତର ପ୍ରଦେଶର କାନପୁରରେ ଘଟିଛି ଏ ଅଭାବନୀୟ ଘଟଣା। କେଶ ପ୍ରତିରୋପଣ ଅସ୍ତ୍ରୋପଚାର କରିବାର ୪୮ ଘଣ୍ଟା ପରେ ଦୁଇ ଇଞ୍ଜିନିୟରଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ବିନିତ କୁମାର ଦୁବେ ଓ ପ୍ରମୋଦ କଟିୟାର। ତେବେ ଏହି କେଶ ପ୍ରତିରୋପଣ ଯିଏ କରିଛନ୍ତି, ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ। କେଶ ପ୍ରତିରୋପଣ କରିଛନ୍ତି ଜଣେ ଦାନ୍ତ ଡାକ୍ତର। ଏହି କେଶ ପ୍ରତିରୋପଣ କରିଥିବା ଦାନ୍ତ ଡାକ୍ତର ଆତ୍ମସମର୍ପଣ କରିବା ପରେ ତାଙ୍କୁ ଗିରଫ କରାଯାଇଛି।
ମୃତ ବିନିତ ଦୁବେଙ୍କ ପତ୍ନୀ ଜୟା ତ୍ରିପାଠୀଙ୍କ ଅଭିଯୋଗ ଅନୁଯାୟୀ, ତାଙ୍କ ସ୍ବାମୀ ଗତ ମାର୍ଚ୍ଚ ୧୩ ତାରିଖରେ କେଶ ପ୍ରତିରୋପଣ କରିଥିଲେ ଏବଂ ମାର୍ଚ୍ଚ ୧୫ ତାରିଖରେ ଅନ୍ୟ ଏକ ହସ୍ପିଟାଲରେ ତାଙ୍କର ମୃତ୍ୟୁ ଘଟିଥିଲା। ଏ ନେଇ ସେ ପୋଲିସ ଷ୍ଟେସନରେ ଅଭିଯୋଗ କରିଥିଲେ ମଧ୍ୟ ପ୍ରଥମେ ପୋଲିସ ଏହାକୁ ଗୁରୁତର ସହ ନେଇନଥିଲା। ମେ ୯ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଅଭିଯୋଗ କରିବା ପରେ ପୋଲିସ ମାମଲା ରୁଜୁ କରିଥିଲା। ଏହା ପରେ ଘଟଣାର ଛାନଭିନ୍ ଆରମ୍ଭ କରିଥିଲା ପୋଲିସ।
ଅଧିକ ପଢ଼ନ୍ତୁ: ଟ୍ରମା ଡମ୍ପିଂ କାହିଁକି ଘଟେ ଏବଂ ଅନ୍ୟମାନଙ୍କୁ ଆଘାତ ନ ଦେଇ ଏଥିରୁ ସୁସ୍ଥ ହେବେ କିପରି?
ଗତ ମେ ୯ ତାରିଖରେ ଜୟା ତ୍ରିପାଠୀଙ୍କ ଅଭିଯୋଗ ଅନୁସାରେ, ମାର୍ଚ୍ଚ ୧୩ ତାରିଖରେ କେଶ ପ୍ରତିରୋପଣ କରିବା ପରେ ମାର୍ଚ୍ଚ ୧୪ ତାରିଖରେ ତାଙ୍କ ସ୍ବାମୀ ମୁହଁରେ ଜଳାପୋଡା ହେଉଥିବାର ତାଙ୍କୁ ଫୋନ କରି କହିଥିଲେ। ଏହା ପରେ ସେ ଡାକ୍ତର ଅନୁଷ୍କାଙ୍କୁ ଫୋନ କରିଥିଲେ, କିନ୍ତୁ ସେ ଫୋନ ରିସିଭ କରିନଥିଲେ। ସେ ପୁଣି ଥରେ ସେହିଦିନ ରାତି ୧୧ଟାରେ କଲ କରିବା ପରେ ମାନିଥିଲେ ଯେ ବିନା ଟେଷ୍ଟରେ ସେ ସର୍ଜରୀ କରିଛନ୍ତି। ଏହା ପରେ ମାର୍ଚ୍ଚ ୧୫ ତାରିଖରେ ସେ ତାଙ୍କ ସ୍ବାମୀଙ୍କୁ ଅନ୍ୟ ହସ୍ପିଟାଲକୁ ସ୍ଥାନାନ୍ତର କରିଥିଲେ। ଯେଉଁଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହି ବାର୍ତ୍ତାଳାପର କଲ ରେକର୍ଡିଂ ସେ ନିଜ ପାଖରେ ରଖିଛନ୍ତି।
ସରକାରୀ ଓକିଲ କହିଛନ୍ତି ଯେ, ଡାକ୍ତର ଅନୁଷ୍କା ତିୱାରୀଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆସିଛି। ଅନୁଷ୍କା ତିୱାରୀ ଯେଉଁ ସର୍ଜରୀ କହିଛନ୍ତି ସେ ସେହି ଫିଲ୍ଡରୁ ନୁହଁନ୍ତି। ତାଙ୍କ ନାଁରେ କାକାଦେବ ପୋଲିସ ଷ୍ଟେସନରେ ଏକ ମାମଲା ରୁଜୁ କରାଯାଇଛି। ଆମ ପାଖରେ ତାଙ୍କ ବିରୋଧରେ ଯଥେଷ୍ଟ ପ୍ରମାଣ ରହିଛି। ସେ ଆତ୍ମସମର୍ପଣ କରିବା ପରେ ତାଙ୍କୁ ଜେଲ ପଠାଇ ଦିଆଯାଇଛି।
ଏହି ମାମଲାରେ ଅଭିଯୁକ୍ତ ଡାକ୍ତର ଅନୁଷ୍କା ତିୱାରୀ ୧୮ ଦିନ ହେଲା ଫେରାର ଥିବା ବେଳେ ଗତକାଲି ସ୍ଥାନୀୟ କୋର୍ଟରେ ଆତ୍ମସମର୍ପଣ କରିବା ପରେ କୋର୍ଟ ତାଙ୍କୁ ଜେଲ୍ ପଠାଇ ଦେଇଛନ୍ତି। ଅନୁଷ୍କା ଜଣେ ପ୍ଲାଷ୍ଟିକ ସର୍ଜନ ନହୋଇ ମଧ୍ୟ ସେ କେଶ ପ୍ରତିରୋପଣ କରୁଥିଲେ ବୋଲି ଅଭିଯୋଗ ହୋଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1748331739.jpg)