Advertisment

ଦିନକୁ ଦିନ ଘାତକ ହେଉଛି ବ୍ରେନ୍ ଷ୍ଟ୍ରୋକ୍, ପ୍ରତି ୪ ଜଣରେ ଜଣଙ୍କୁ ରହିଛି ଷ୍ଟ୍ରୋକର ରିସ୍କ

ଏବେ ନଜର ପକାନ୍ତୁ ବ୍ରେନ୍ ଷ୍ଟ୍ରୋକ୍ ରୋଗର ଲକ୍ଷଣ ଓ ପ୍ରତିଷେଧକ ଉପରେ । ଡାଇବେଟିସ ଓ ରକ୍ତଚାପ ନିୟନ୍ତ୍ରଣ ରଖିଲେ ଆପଣ କିଛି ମାତ୍ରାରେ ଏହାକୁ ପ୍ରତିରୋଧ କରିପାରିବେ। ସମୟ ସମୟରେ ନିୟନ୍ତ୍ରଣ ହରାଇବା, ମୁଣ୍ଡ ବ୍ୟଥା କିମ୍ବା ମାନ୍ଦା ଲାଗିଲେ ସଙ୍ଗେ ସଙ୍ଗେ ଡାକ୍ତରୀ ପରାମର୍ଶ କରନ୍ତୁ।

undefined

Brain Stroke

Advertisment

ଘାତକ ସାଜିଛି ବ୍ରେନ ଷ୍ଟୋକ୍ । କ୍ଷଣିକରେ ନେଇ ଯାଉଛି ଜୀବନ। ନ ହେଲେ ସାରା ଜୀବନ ପାଇଁ କରିଦେଉଛି ଅଚଳ। ହେଲେ ସଠିକ୍ ସମୟରେ ସଠିକ୍ ଚିକିତ୍ସା କିଛି ମାତ୍ରାରେ ରୋଗକୁ ପ୍ରତିହତ କରିପାରୁଛି। ଏଇ ଯେମିତି ଭୁବନେଶ୍ୱରର ନନ୍ଦନ ବିହାରର ସୁମିତ ସିଂ ଠାକୁର। ସୁମିତ ଜଣେ ଆଇଟି ପ୍ରଫେସନାଲ। ୨୦୨୦ରେ ୧୨ ଘଣ୍ଟାରେ ଦୁଇ ଦୁଇଟି ଷ୍ଟ୍ରୋକର ଶିକାର ହୋଇଥିଲେ ସୁମିତ। ଅଚଳ ହୋଇଗଲା ଡାହାଣ ଗୋଡ ଆଉ ହାତ। କଥା କହିବା ପୂରା ବନ୍ଦ। ସଙ୍ଗେ ସଙ୍ଗେ ମେଡିକାଲ ନେଇ ଚିକିତ୍ସା ଆରମ୍ଭ ହେବାରୁ ୬ ମାସ ଲାଗିଲା ଟିକେ ରିକୋଭରି ପାଇଁ। ହେଲେ ଏବେ ବି କଥା ପୂରା ଠିକ୍ ସେ କହି ପାରୁନହାନ୍ତି। ପାଟି ଲାଗୁଛି। ଏବେ ଯୋଗ ଆଉ ବ୍ୟାୟାମ ଚାଲିଛି। ଶୀଘ୍ର ସଂପୂର୍ଣ୍ଣ ସୁସ୍ଥ ହୋଇଯିବେ ବୋଲି ଆଶା। ତେଣୁ ଜୀବନଶୈଳୀରେ ପରବିର୍ତ୍ତନ ଆଣି ଯୋଗ ବ୍ୟାୟାମ କରିବାକୁ ପରାମର୍ଶ ଦେଇଛନ୍ତି ସୁମିତ। ତଥ୍ୟ କହୁଛି ପ୍ରତି ୪ ଜଣଙ୍କ ମଧ୍ୟରେ ଜଣଙ୍କୁ ବ୍ରେନ ଷ୍ଟ୍ରୋକ ହେବାର ରିସ୍କ ରହିଛି।

Advertisment

ଏବେ ନଜର ପକାନ୍ତୁ ବ୍ରେନ୍ ଷ୍ଟ୍ରୋକ୍ ରୋଗର ଲକ୍ଷଣ ଓ ପ୍ରତିଷେଧକ ଉପରେ । ଡାଇବେଟିସ ଓ ରକ୍ତଚାପ ନିୟନ୍ତ୍ରଣ ରଖିଲେ ଆପଣ କିଛି ମାତ୍ରାରେ ଏହାକୁ ପ୍ରତିରୋଧ କରିପାରିବେ। ସମୟ ସମୟରେ ନିୟନ୍ତ୍ରଣ ହରାଇବା, ମୁଣ୍ଡ ବ୍ୟଥା କିମ୍ବା ମାନ୍ଦା ଲାଗିଲେ ସଙ୍ଗେ ସଙ୍ଗେ ଡାକ୍ତରୀ ପରାମର୍ଶ କରନ୍ତୁ। ସେମିତି ଆଖିକୁ ହଠାତ୍ ଝାପ୍ସା ଦେଖାଯିବା ଏବଂ ମୁହଁ ବଙ୍କା ଦେଖାଯିବା ବି ବ୍ରେନ୍ ଷ୍ଟ୍ରୋକର ଲକ୍ଷଣ। ହାତ ଗୋଡ ଦୁର୍ବଳ ଲାଗିବା, କଥାବାର୍ତ୍ତା ବେଳେ ଥଙ୍ଗେଇବା ବ୍ରେନ୍ ଷ୍ଟ୍ରୋକର ସଙ୍କେତ। ସବୁଠୁ ବଡ କଥା ହେଲା ଚିକିତ୍ସା ଅପେକ୍ଷା ପ୍ରତିଷେଧକ ଭଲ। ପ୍ରଥମେ ଜୀବନଶୈଳୀରେ ପରିବର୍ତ୍ତନ ଆଣନ୍ତୁ, ନିୟମିତ ଯୋଗ, ପ୍ରାଣାୟାମ ଏବଂ ବ୍ୟାୟାମ କରନ୍ତୁ। ଷ୍ଟ୍ରୋକରୁ ସୁରକ୍ଷିତ ରହିବା ପାଇଁ କମ୍ ଲୁଣ, ଅଧିକ ତନ୍ତୁଯୁକ୍ତ ଖାଦ୍ୟ ଏବଂ କମ୍ ଚର୍ବିଯୁକ୍ତ ଖାଦ୍ୟ ଖାଆନ୍ତୁ।

ଆଜି ବିଶ୍ୱ ବ୍ରେନ୍ ଷ୍ଟ୍ରୋକ୍ ଦିବସ ଅବସରରେ ବିଭିନ୍ନ ହସ୍ପିଟାଲ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ହାତକୁ ନିଆଯାଇଥିଲା। ହାତରେ ଲିଫ୍ ଲେଟ୍ ଏବଂ ଫ୍ଲାଗକାର୍ଡ ଧରି ପଦଯାତ୍ରା କରିଥିଲେ ହସ୍ପିଟାଲର କର୍ମଚାରୀ।

Advertisment
Brain Stroke India Brain Stroke Treatment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ