Advertisment

ପୁଷ୍ପାର କ୍ରେଜ୍ ପରେ ଡରିଗଲା କି ବଲିଉଡ୍ ? ଏଣିକି ଆଉ ହିନ୍ଦୀରେ ରିଲିଜ୍ ହେବନି ଅଲୁଙ୍କ ହିଟ୍ ଫିଲ୍ମ

ଅସଲ ରାଜନୀତି ତ୍ ଏବେ ସିନେମା ଜଗତରେ ଚାଲିଛି। କହିବାକୁ ଗଲେ ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରି ଅବା ସିଧାସଳଖ କହିବାକୁ ଗଲେ ବଲିଉଡରେ। ଏସବୁ କହିବା କାରଣ ଏହା କି, ବୋଧେ ପ୍ରଥମ ଥର ପାଇଁ ବଲିଉଡରେ ଏପରି କିଛି ଘଟଣା ଘଟିଛି ଯାହା ଜାଣିବା ପରେ ସିନେମା ପ୍ରେମୀଙ୍କ ହୋସ ଉଡ଼ି ଯିବ। ଫିଲ୍ମ ରିଲିଜ୍ ଘୁଞ୍ଚିବା, ବାତିଲ ହେବା ଏପରିକି ପ୍ରୋଜେକ୍ଟ ଅଧାରେ ରହି ଯିବା ଭଳି ଅନେକ ଘଟଣା ନଜର ରହିଛି।

ଅଦ୍ୟତନ ହୋଇଛି
‘Ala Vaikunthapurramuloo’ Hindi release cancelled

‘Ala Vaikunthapurramuloo’ Hindi release cancelled

Advertisment

ଷଡଯନ୍ତ୍ର, ବିବାଦ, ଗୋଡ଼ଟଣା...ଏସବୁ ରାଜନୀତିରେ ହେଉଥିବା କଥା ଶୁଣିଥିବେ। ହେଲେ ଅସଲ ରାଜନୀତି ତ୍ ଏବେ ସିନେମା ଜଗତରେ ଚାଲିଛି। କହିବାକୁ ଗଲେ ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରି ଅବା ସିଧାସଳଖ କହିବାକୁ ଗଲେ ବଲିଉଡରେ। ଏସବୁ କହିବା କାରଣ ଏହା କି, ବୋଧେ ପ୍ରଥମ ଥର ପାଇଁ ବଲିଉଡରେ ଏପରି କିଛି ଘଟଣା ଘଟିଛି ଯାହା ଜାଣିବା ପରେ ସିନେମା ପ୍ରେମୀଙ୍କ ହୋସ ଉଡ଼ି ଯିବ। ଫିଲ୍ମ ରିଲିଜ୍ ଘୁଞ୍ଚିବା, ବାତିଲ ହେବା ଏପରିକି ପ୍ରୋଜେକ୍ଟ ଆଧାରେ ରହି ଯିବା ଭଳି ଅନେକ ଘଟଣା ନଜର ରହିଛି। ହେଲେ ତେଲୁଗୁରେ ନିର୍ମାଣ ହୋଇଥିବା ଫିଲ୍ମ ଯାହାକୁ ହିନ୍ଦୀରେ ପୁଣି ହଲରେ ରିଲିଜ୍ କରାଯାଇଥାନ୍ତା ତାକୁ ଅଟକାଇବାକୁ ନାକେଦମ୍ ବଲିଉଡ୍।

Advertisment

ଏବେ ଏବେ ରିଲିଜ୍ ହୋଇଥିବା ତେଲୁଗୁ ଫିଲ୍ମ ‘ପୁଷ୍ପା‌’ ସାରା ଦେଶରେ ହିଟ୍ ହେବା ପରେ ଅଭିନେତା ଅଲୁ ଅର୍ଜୁନଙ୍କ ଆଉ ଏକ ଫିଲ୍ମକୁ ପୁଣି ରିଲିଜ୍ କରାଯାଇଥାନ୍ତା। ୨୦୨୦ର ସୁପରହିଟ 'ଆଲା ବୈକୁଣ୍ଠ ପୁରାମୁଲୁ'କୁ ହିନ୍ଦି ଡବ କରି ଏହାକୁ ଉତ୍ତର ଭାରତର ହଲରେ ଆସନ୍ତା ୨୬ ତାରିଖରେ ରିଲିଜ୍ କରାଯାଇଥାନ୍ତା। ହେଲେ ରି- ରିଲିଜର କିଛି ଦିନ ପୂର୍ବରୁ ଏହି ନିଷ୍ପତ୍ତିକୁ ପରିବର୍ତ୍ତନ କରାଯାଇଛି। ଯାହା ପରେ ଏବେ ଅଲୁ ଅର୍ଜୁନଙ୍କ ଏହି ସୁପରହିଟ ଫିଲ୍ମ 'ଆଲା ବୈକୁଣ୍ଠ ପୁରାମୁଲୁ'ର ହିନ୍ଦି ଡବ ହଲରେ ରିଲିଜ୍ ହେବନି ।

ଆଉ ଏହାର କାରଣ ଜାଣିଲେ ରାଜନୀତି କାହିଁକି ଓ କେଉଁଠି ହେଉଛି ସେସମ୍ପର୍କରେ ବି ଆପଣ ବୁଝି ପାରିବେ। ଆଲା ବୈକୁଣ୍ଠ ପୁରାମୁଲୁ'ର ସମସ୍ତ ଡିଜିଟାଲ ରାଇଟସ୍ ଗୋଲ୍ଡମାଇନ୍ସ (Goldmines) ପାଖରେ ରହିଛି। ତେଲୁଗୁକୁ ବି ଏହି ସଂସ୍ଥା ରିଲିଜ୍ କରିଥିଲା। ତେଣୁ ବଢୁଥିବା ଅଲୁଙ୍କ କ୍ରେଜ୍ ଓ ତାସହ ଫ୍ୟାନଙ୍କ ଡିମାଣ୍ଡକୁ ନଜରରେ ରଖି ଏହି ଫିଲ୍ମକୁ ହିନ୍ଦୀରେ ପୁଣି ରିଲିଜ୍ କରିବାକୁ ନିଷ୍ପତି ନିଆଗଲା। ବିଶେଷ ଭାବେ ମୁମ୍ବାଇ, ଉତ୍ତର ଏବଂ ପୂର୍ବ ଭାରତର ଏକାଧିକ ହଲରେ ଏହାକୁ ରିଲିଜ୍ କରାଯାଇଥାନ୍ତା। ହିନ୍ଦୀ ଟ୍ରିସର ବି ରିଲିଜ୍ କରାଗଲା। ହେଲେ ଠିକ୍ ଟ୍ରେଲର ରିଲିଜ୍ ପୂର୍ବରୁ ବଦଳି ଗଲା ସବୁ କିଛି। ଫିଲ୍ମର ପ୍ରଯୋଜକ ତଥା ଅଲୁ ଅର୍ଜୁନଙ୍କ ବାପା ଅଲୁ ଅରବିନ୍ଦ ଏହାକୁ ହିନ୍ଦୀରେ ରିଲିଜ୍ ନକରିବାକୁ ଅଡି ବସିଲେ। ଏପରିକି ଖୋଦ୍ ଗୋଲ୍ଡମାଇନ୍ସ କମ୍ପାନୀ ମାଲିକ ମନୀଷ ଶାହାଙ୍କୁ ଭେଟିଥିଲେ। ଗତ କିଛି ଦିନ ଧରି ଏନେଇ ମୁମ୍ବାଇରେ ଘନ ଘନ ଆଲୋଚନା ବି ହୋଇଛି। ଆଉ ଏହା ପଛରେ ରହିଛି ଏକ ବଡ଼ କାରଣ। 'ଆଲା ବୈକୁଣ୍ଠ ପୁରାମୁଲୁ' ପୁଣି ହିନ୍ଦି ରିମେକ୍ କରାଯାଉଛି। କାର୍ତ୍ତିକ ଆର୍ୟନ ଓ କୀର୍ତ୍ତି ସେନନକୁ ନେଇ 'ସେହଜାଦେ' ନାମକ ଫିଲ୍ମ ଚଳିତ ବର୍ଷ ରିଲିଜ୍ ହେବ। ଯଦି ମୂଲ ସିନେମା 'ଆଲା ବୈକୁଣ୍ଠ ପୁରାମୁଲୁ' ଏବେ ହିନ୍ଦୀରେ ରିଲିଜ୍ ହେଉଛି ତେବେ 'ସେହଜାଦେ'ର ଅବସ୍ଥା କଣ ହେବ ? ଏହାକୁ କିଏ ଦେଖିବେ ? ଏହାର ବ୍ୟବସାୟକୁ ଦୃଷ୍ଟିରେ ରଖି ଏସବୁ କରାଯାଇଛି । ତେବେ 'ଆଲା ବୈକୁଣ୍ଠ ପୁରାମୁଲୁ'ର ହିନ୍ଦି ଡବ୍ ଟିଭି ଏବଂ ଓଟିଟିରେ ରିଲିଜ୍ କରାଯିବ।

Advertisment
Article
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ