ନଡିଆ ରସଦିଆ ପୋଇ ଚିଙ୍ଗୁଡି ଛେଞ୍ଚଡ଼ା

ଓଡିଆ ରୋଷଶାଳାରେ ଚିଙ୍ଗୁଡିକୁ ନେଇ ଅନେକ ରେସିପି ରହିଛି । ଆମେ ଆପଣଙ୍କୁ ଚିଙ୍ଗୁଡିର ଏକ ଦେଶୀ ଓ ସୁଆଦିଆ ରେସିପି ବିଷୟରେ କହିବାକୁ ଯାଉଛୁ। ଏହି ରେସିପିର ନା ହେଉଛି ‘ନଡିଆ ରସଦିଆ ପୋଇ ଚିଙ୍ଗୁଡି ଛେଞ୍ଚଡ଼ା’।

odia food

News Summary

ଦେଶୀ ଉପାୟରେ ବନାନ୍ତୁ ନଡିଆ ରସଦିଆ ପୋଇ ଚିଙ୍ଗୁଡି ଛେଞ୍ଚଡ଼ା

ଯେତିକି ସହଜ, ସେତିକି ସ୍ୱାଦିଷ୍ଟ

ସାରା ଦେଶରେ ଆମ ଓଡ଼ିଆ ଖାଦ୍ୟ ଓ ତାହାର ସ୍ୱାଦର ବେଶ ଚାହିଦା ରହିଛି ।  ଓଡିଆ ଘରେ ଚିଙ୍ଗୁଡିକୁ ନେଇ ଅନେକ ରେସିପି ରହିଛି ।  ଆମେ ଆପଣଙ୍କୁ ଚିଙ୍ଗୁଡିର ଏକ ଦେଶୀ ଓ ସୁଆଦିଆ ରେସିପି ବିଷୟରେ କହିବାକୁ ଯାଉଛୁ। ଏହି ରେସିପିର ନା ହେଉଛି ‘ନଡିଆ ରସଦିଆ ପୋଇ ଚିଙ୍ଗୁଡି ଛେଞ୍ଚଡ଼ା’। ଏହି ରେସିପିଟି ଆପଣମାନେ ଅତ୍ୟନ୍ତ ସରଳ ଓ ଦେଶୀ ଉପାୟରେ ବନେଇ ପାରିବେ । ତେବେ ଏହାକୁ କିଭଳି ପ୍ରସ୍ତୁତ କରାଯାଏ ଆସନ୍ତୁ ଜାଣିବା ।

ନଡିଆ ରସଦିଆ ପୋଇ ଚିଙ୍ଗୁଡି ଛେଞ୍ଚଡ଼ା ପାଇଁ ସାମଗ୍ରୀ: ଚୋପା ଛଡା ଯାଇଥିବା ଚିଙ୍ଗୁଡି, କିଛି ପୋଇପତ୍ର, ପୋସ୍ତ, ନଡିଆ ରସ,ଛୋଟ କଟା ନଡିଆ, ପିଆଜ, ଅଦା, ରସୁଣ, କଞ୍ଚାଲଙ୍କା,ଜୀରା,ଧନିଆ,ଡାଲଚିନ,ଗୁଜୁରାତି ଓ ସ୍ୱାଦ ଅନୁସାରେ ଲୁଣ ।

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଧନିଆପତ୍ର, ଲଙ୍କା, ଜୀରା, ଧନିଆ, ଡାଲଚିନି ,ଗୁଜରାତି, ପିଆଜ, ଅଦା, ରସୁଣ, କଞ୍ଚାଲଙ୍କା ଓ ପୋସ୍ତକୁ ଭଲଭାବେ ଚିକ୍କଣ କରି ବାଟି ଦିଅନ୍ତୁ । ତାପରେ କଡେଇରେ ତେଲ ଗରମ କରି ପୋଇ ପତ୍ରକୁ ତେଲରେ ଭାଜି ଦିଅନ୍ତୁ । ଏହାପରେ ପୋଇପତ୍ର ଭାଜି ହେବା ପରେ ସେଗୁଡ଼ିକୁ କାଢ଼ି ଦିଅନ୍ତୁ । ପୁଣି ଥରେ ତେଲ ଗରମ କରି ପୂର୍ବରୁ ବଟା ହୋଇଥିବା ମସଲାକୁ ଗୋଳାଇ ଭଲଭାବେ କଷନ୍ତୁ । ମସଲା କଷି ହୋଇଯିବା ପରେ ଚିଙ୍ଗୁଡି ଓ ସ୍ୱାଦ ଅନୁସାରେ ଲୁଣ ପକାଇ ଗୋଳେଇ ଘୋଡେଇ ଦିଅନ୍ତୁ । ଘୋଡେଇ ହେବାର ୩ ମିନିଟ ପରେ ଘୋଡଣୀ କାଢି କଷି ହୋଇଥିବା ମସଲାରେ ଭଜା ପୋଇପତ୍ର ପକାଇ ଗୋଳେଇ ଦିଅନ୍ତୁ । ଏହାପରେ ନଡିଆ ରସ,କଟା ହୋଇଥିବା ଛୋଟ ଛୋଟ ନଡିଆ ଓ ଅଳ୍ପ ଲୁଣ ଓ କଟା ହୋଇଥିବା କଞ୍ଚା ଲଙ୍କା ପକେଇ ଘାଡାଇ ଦିଅନ୍ତୁ । ପାଞ୍ଚ ମିନିଟ୍ ପରେ ଘୋଡଣୀ ବାହାର କରି ସେଥିରେ ଗରମ ମସଲା ପକାଇ ଚୁଲିକୁ ବନ୍ଦ କରି ଦିଅନ୍ତୁ । ଏବେ ପ୍ରସ୍ତୁତ ହୋଇଗଲା ଗରମା ଗରମ ‘ ନଡିଆ ରସଦିଆ ପୋଇପତ୍ର ଚିଙ୍ଗୁଡ଼ି ଛେଞ୍ଚଡା’। ଏହି ରେସିପିକୁ ଆପଣମାନେ ନିଜେ ଖାଆନ୍ତୁ ଓ ନିଜ ଘର ଲୋକଙ୍କୁ ପରଷନ୍ତୁ ।