Make ‘Yogurt Eelishi’ at home in Sunday cooking.
ଆମେ ଘରେ ମାଛର ବିଭିନ୍ନ ରେସିପି ପ୍ରସ୍ତୁତ କରିଥାଉ । ଯେମିତିକି ମାଛ ମସଲା,ମାଛ ବେସର ଆଦି ବିଭିନ୍ନ ରେସିପି । କିନ୍ତୁ ଆଜି ଆମେ ଇଲିଶି ମାଛର ଏକ ନିଆରା ଓ ସୁଆଦିଆ ରେସିପି ପ୍ରସ୍ତୁତ କରିବୁ । ଏହି ରେସିପିର ନାଁ ହେଉଛି ‘ଦହି ଇଲିଶି’। ଏହି ରେସିପିକୁ ଅତି ସହଜ ଓ ସରଳ ଉପାୟରେ ଆମେ ବନେଇ ପାରିବା ।
‘ଦହି ଇଲିଶି’ ବନେଇବା ପାଇଁ ଆବଶ୍ୟକ ସାମଗ୍ରୀ:
ଇଲିଶି ମାଛ, ବସା ଦହି, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ସୋରିଷ, ସୋରିଷ ତେଲ, ଧନିଆ ପତ୍ର ଓ ଲୁଣ।
ପ୍ରସ୍ତୁତି ପ୍ରଣାଳୀ:
ଦହି ଇଲିଶି’ ପ୍ରସ୍ତୁତ କରିବା ପାଇଁ ପ୍ରଥମେ ଇଲିଶି ମାଛକୁ ଭଲ ଭାବେ ଧୋଇ ସେଥିରେ ବସା ଦହି, ଲୁଣ, ଲଙ୍କା ଗୁଣ୍ଡ, ହଳଦୀ ଗୁଣ୍ଡ ଓ ପାଣି ଦେଇ ଭଲ କରି ଗୋଳାଇ ଦିଅନ୍ତୁ।
ଏହାକୁ କିଛି ସମୟ ମ୍ୟାରିନେଟ୍ ହେବାକୁ ଛାଡ଼ିଦିଅନ୍ତୁ।
ଏବେ ସୋରିଷ ଆଉ କଞ୍ଚା ଲଙ୍କା ବାଟି ପେଷ୍ଟ୍ ବନାନ୍ତୁ।
ତା’ପରେ ଏକ କଡ଼େଇରେ ତେଲ ଗରମ କରି ଗୋଟା ସୋରିଷ ପକାଇ ଫୁଟାନ୍ତୁ ଏବଂ ମ୍ୟାରିନେଟ୍ ହୋଇ ରହିଥିବା ମାଛଗୁଡ଼ିକୁ ସେଥିରେ ପକାନ୍ତୁ।
ଯେଉଁ ପାତ୍ରରେ ମାଛ ମ୍ୟାରିନେଟ୍ କରିଥିଲେ, ସେଥିରେ ଥିବା ମସଲା ପାଣିକୁ ମଧ୍ୟ କଡ଼େଇରେ ଢାଳି ଦିଅନ୍ତୁ।
ଏହାପରେ ଅଳ୍ପ ଆଞ୍ଚରେ ମାଛ ସିଝିବାକୁ ଦିଅନ୍ତୁ।
ମାଛ ସିଝିଗଲା ପରେ ଆଞ୍ଚକୁ ଆଉ ଟିକେ କମ୍ କରି ବସା ଦହି ପକାନ୍ତୁ ଏବଂ ୨ ମିନିଟ୍ ପରେ ଚୁଲି ବନ୍ଦ କରନ୍ତୁ। ନ ହେଲେ ଦହି ଛିଡିଯାଇ ପାରେ ।
ଏବେ ପ୍ରସ୍ତୁତ ହୋଇଗଲା ସୁଆଦିଆ ଢାବା ଷ୍ଟାଇଲ ‘ଦହି ଇଲିଶି’। ଏହି ରେସିପିଟିକୁ ଗରମ ଭାତ ବା ଫ୍ରାଏଡ୍ ରାଇସ୍ ସହିତ ଖାଇଲେ ବେଶୀ ସୁଆଦିଆ ଲାଗିଥାଏ ।ଏହି ରେସିପିଟିକୁ ଘରେ ବନେଇ ନିଜେ ଖାଆନ୍ତୁ ଘର ଲୋକଙ୍କୁ ପରଷନ୍ତୁ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1648975177.jpg)