Advertisment

ବିନା ପିଆଜ ରସୁଣରେ ବନାନ୍ତୁ ‘ଭେଜ୍ ପଟିଆଲା’

ଆପଣ କେବେ ପାମ୍ପଡ଼ ଓ ପରିବାରେ ତିଆରି ହୋଇଥିବା ରେସିପି ଖାଇଛନ୍ତି କି ? ଆଉ ସେ ପୁଣି ବିନା ପିଆଜ ରସୁଣରେ । ପଞ୍ଚୁକରେ ଆଜି ଆମେ ଆପଣଙ୍କ ପାଇଁ ବିନା ପିଆଜ ରସୁଣରେ ପ୍ରସ୍ତୁତ କରିବୁ 'ଭେଜ୍ ପଟିଆଲା' । ଚାଲନ୍ତୁ ଜାଣିବା..

ଅଦ୍ୟତନ ହୋଇଛି
veg patiala recipe

veg patiala recipe

Advertisment

ଏବେ ଚାଲିଛି ଧର୍ମର ମାସ କାର୍ତ୍ତିକ ମାସ । ସାଧାରଣତଃ ଆମ ଓଡ଼ିଆ ଘରେ ପଞ୍ଚୁକ ସମୟରେ ବିନା ପିଆଜ ରସୁଣରେ ଖାଦ୍ୟ ପ୍ରସ୍ତୁତ କରାଯାଇଥାଏ । ତେବେ ବିନା ପିଆଜ ରସୁଣରେ ଘରେ ଆପଣ କଣ ବନେଇବେ ତାହାକୁ ନେଇ  ଆପଣ ଦୁବିଧାରେ ପଡି ଯାଆନ୍ତି । ତେବେ ଆଉ ଚିନ୍ତା କରନ୍ତୁ ନାହିଁ । ସେଥିପାଇଁ ଆଜି ଆମେ ବିନା ପିଆଜ ରସୁଣରେ ଏକ ନିଆରା ଓ ସ୍ୱାଦିଷ୍ଟ ରେସିପି ପ୍ରସ୍ତୁତ କରିବୁ । ଏହି ରେସିପିର ନାଁ ହେଉଛି ‘ଭେଜ୍ ପଟିଆଲା’। ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରିବା ....

Advertisment

‘ଭେଜ୍ ପଟିଆଲା’ ବନେଇବା ପାଇଁ ସାମଗ୍ରୀ:

ରିଫାଇନ ତେଲ, ଜିରା, ଅଦା କଞ୍ଚା ଲଙ୍କା ପେଷ୍ଟ, ଛୋଟ କଟା ହୋଇଥିବା ଗାଜର, କ୍ୟାପ୍‌ସିକମ୍‌, ବନ୍ଧା କୋବି, ଗ୍ରିନ୍‌ ମଟର, ଲୁଣ, ଗରମ ମସଲା, ହଳଦି ଗୁଣ୍ଡ, ଲଙ୍କା ଗୁଣ୍ଡ, ଧନିଆ ଗୁଣ୍ଡ, ଗୁଜୁରାତି ଗୁଣ୍ଡ, ପନିର୍‌, ପାମ୍ପଡ଼, କର୍ଣ୍ଣଫ୍ଲୋର୍‌, ପାଣି, ଟମାଟୋ, ଅଦା, କସ୍ତୁରି ମେଥି, କାଜୁ ଏବଂ କ୍ରିମ୍‌, ତେଜ ପତ୍ର, ଶୁଖିଲା ଲଙ୍କା ।

ପ୍ରସ୍ତୁତି ପ୍ରଣାଳୀ:

  • ‘ଭେଜ୍ ପଟିଆଲା’ ବନେଇବା ପାଇଁ ପ୍ରଥମେ ଏହାର ମସଲା ବା ପୁର ତିଆରି କରିବା ।
  • ପ୍ରଥମେ ଗ୍ୟାସ୍‌ରେ କଡ଼େଇ ବସାଇ ସେଥିରେ ତେଲ ଗରମ କରନ୍ତୁ।
  • ଏହାପରେ ଜିରା ପକାଇ ସେଥିରେ ଅଦା କଞ୍ଚା ଲଙ୍କା ପେଷ୍ଟ, ଛୋଟ କଟା ହୋଇଥିବା ଗାଜର, କ୍ୟାପ୍‌ସିକମ୍‌, ବନ୍ଧା କୋବି, ମଟର, ଲୁଣ, ଗରମ ମସଲା, ହଳଦି ଗୁଣ୍ଡ, ଲଙ୍କା ଗୁଣ୍ଡ ପକାଇ ଭଲରେ ଗୋଳାଇ ଦିଅନ୍ତୁ।
  • ଏହା ସିଝି ସାରିଲା ପରେ ସେଥିରେ କୋରା ହୋଇଥିବା ପନିର୍‌, ଧନିଆ ପତ୍ର ଏବଂ ଗୁଜୁରାତି ଗୁଣ୍ଡ ପକାଇ ଗୋଳାଇ ଦିଅନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ଆପଣଙ୍କର ଭେଜ୍‌ ପଟିଆଲା ପାଇଁ ମସଲା ବା ପୂର।
  • ଏବେ ଗୋଟେ ପାତ୍ରରେ କର୍ଣ୍ଣଫ୍ଲୋର୍‌ ନେଇ ସେଥିରେ ପାଣି ମିଶାଇ ଘୋଳ ତିଆରି କରନ୍ତୁ।
  • ଏହାପରେ ପାମ୍ପଡ଼ ନିଅନ୍ତୁ ,ଏହାର ଦୁଇ ପାଖରେ ପାଣି ଲଗାଇ ଦିଅନ୍ତୁ।
  • ଏହାପରେ ପୂର୍ବରୁ ପ୍ରସ୍ତୁତ କରି ରଖିଥିବା ପରିବା ମସଲାକୁ ପାମ୍ପଡ଼ ମଝିରେ ଦେଇ ଦୁଇ କଡ଼ରେ ଘୋଳ କରିଥିବା କର୍ଣ୍ଣଫ୍ଲୋର୍‌ ଲଗାଇ ପାମ୍ପଡ଼କୁ ବନ୍ଦ କରି ଦିଅନ୍ତୁ।
Advertisment
veg patiala recipeveg patiala recipe
  • ଏହିପରି ଆବଶ୍ୟକ ଅନୁସାରେ ପାମ୍ପଡ଼ ନେଇ ତିଆରି କରନ୍ତୁ।
  • ବାକି କିଛି ମସଲା ଗ୍ରେଭି ତିଆରି କରିବା ପାଇଁ ରଖିବେ।
  • ଏହାକୁ ଏବେ ତାୱାରେ ତେଲ ଦେଇ ଲାଲ୍‌ କରି ଭାଜି ଦିଅନ୍ତୁ।
  • ଏକ ଗ୍ରାଇଣ୍ଡିଂ ଜାର୍‌ରେ କଟା ଟମାଟୋ, ଅଦା, କସ୍ତୁରି ମେଥି, କାଜୁ ଏବଂ କ୍ରିମ୍‌ ପକାଇ ଗ୍ରାଇଣ୍ଡିଂ କରି ଦିଅନ୍ତୁ।
  • ଏହାପରେ କଡ଼େଇରେ ତେଲ ଗରମ କରି ସେଥିରେ ତେଜ ପତ୍ର, ଶୁଖିଲା ଲଙ୍କା, ଜିରା ପକାଇଲା ପରେ ଗ୍ରାଇଣ୍ଡଂ କରିଥିବା ଗ୍ରେଭିକୁ ପକାଇ ଦିଅନ୍ତୁ।
  • ଏବେ ସେଥିରେ ଲଙ୍କା ଗୁଣ୍ଡ, ହଳଦୀ ଗୁଣ୍ଡ, ଗରମ ମସଲା ଏବଂ ଲୁଣ ପକାଇ ଭଲରେ ଗୋଳାଇ ଦିଅନ୍ତୁ। ଏବଂ ଏହାକୁ ଘୋଡ଼ଣୀ ଦେଇ ସିଝିବାକୁ ଛାଡ଼ି ଦିଅନ୍ତୁ।
  • ୨ରୁ ୩ ମିନିଟ ପରେ ସେଥିରେ ପୂର୍ବରୁ ଥିବା ପରିବା ମସଲା ଏବଂ ପାଣିକୁ ପକାଇ ଆଉ କିଛି ସମୟ ଘୋଡ଼ାଇ ସିଝିବାକୁ ଦିଅନ୍ତୁ।
  • ଏହାପରେ ଛୁଙ୍କ ଦେବା ପାଇଁ ଏକ କଡ଼େଇରେ ତେଲ ଗରମ କରନ୍ତୁ, ସେଥିରେ ଜିରା ଏବଂ ଲଙ୍କା ଗୁଣ୍ଡ ପକାଇ ରଖନ୍ତୁ।
  • ଏବେ ଆଗରୁ ପ୍ରସ୍ତୁତ କରିଥିବା ମସଲା ପାମ୍ପଡ଼କୁ କାଟି ରଖନ୍ତୁ।
  • ଏହା ଉପରେ ଏବେ ଗ୍ରେଭି ଏବଂ ଛୁଙ୍କ ଦିଅନ୍ତୁ। ଏହାପରେ ଏହା ଉପରେ ନଡିଆ କୋରା ଦେଇ ସଜେଇ ଦିଅନ୍ତୁ ।

ଏବେ ପ୍ରସ୍ତୁତ ହୋଇଗଲା ସ୍ୱାଦିଷ୍ଟ ‘ଭେଜ୍‌ ପଟିଆଲା’ ।

Odia Food And Recipes
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ