Advertisment

ମକର ସଂକ୍ରାନ୍ତିରେ ଘରେ ବନାନ୍ତୁ ଓଡ଼ିଆ ଘରର ଏହି ପାରମ୍ପରିକ ପିଠା

ସାଧାରଣତଃ ପିଠା ଖାଇବାକୁ ପ୍ରାୟ ସମସ୍ତଙ୍କୁ ଭଲ ଲାଗିଥାଏ । ଆମ ଓଡ଼ିଆ ଘରର ପିଠା ରେସିପିର ସ୍ୱାଦ ପୂରା ନିଆରା । ମକର ସଂକ୍ରାନ୍ତିରେ ଆଜି ପ୍ରସ୍ତୁତ କରିବା ‘କ୍ଷୀର ନଡ଼ିଆ ପୋଡ଼ ପିଠା’ । ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।

ଅଦ୍ୟତନ ହୋଇଛି
poda pitha recipe

poda pitha recipe

Advertisment

ଆମ ଓଡ଼ିଆ ଘରେ ବାର ମାସରେ ତେର ପର୍ବ । ପର୍ବପର୍ବାଣୀ ଆସିଲେ ଘରେ ବିଭିନ୍ନ ପିଠା ପ୍ରସ୍ତୁତ କରାଯାଏ । ମକର ସଂକ୍ରାନ୍ତି ଅବସରରେ ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ଓଡ଼ିଆ ଘରର ପାରମ୍ପରିକ ରେସିପି ‘କ୍ଷୀର ନଡ଼ିଆ ପୋଡ଼ ପିଠା’। ଏହି ପିଠାର ରେସିପିକୁ ଆମେ ଘରେ ସହଜ ଓ ସରଳ ଉପାୟରେ ପ୍ରସ୍ତୁତ କରିବା ।

Advertisment

କ୍ଷୀର ନଡ଼ିଆ ପୋଡ଼ ପିଠା’ ବନେଇବା ପାଇଁ ଆବଶ୍ୟକ ସାମଗ୍ରୀ:

କ୍ଷୀର, ନଡ଼ିଆ, ଅରୁଆ ଚାଉଳ, କାଜୁ, କିସ୍‌ମିସ୍‌, ନଡ଼ିଆ ଖଣ୍ଡ, ଗୁଜରାତି, ଗୋଲମରିଚ ଗୁଣ୍ଡ, ଲୁଣ, ଚିନି ଓ ଗୁଆ ଘିଅ।

ପ୍ରସ୍ତୁତି ପ୍ରଣାଳୀ:

  • ପ୍ରଥମେ ପୂର୍ବରୁ ବତୁରାଇଥିବା ଅରୁଆ ଚାଉଳ ସହିତ ନଡ଼ିଆ ଖଣ୍ଡକୁ ମିଶାଇ ବାଟି ଦିଅନ୍ତୁ।
  • କାଜୁ, କିସମିସକୁ ଫ୍ରାଏ କରି ରଖି ଦିଅନ୍ତୁ।
  • ଏବେ ଏକ ପ୍ୟାନରେ କ୍ଷୀର ଗରମ କରନ୍ତୁ।
  • କ୍ଷୀର ଫୁଟିବା ପରେ ସେଥିରେ ଚିନି ମିଶାନ୍ତୁ।
  • ଚିନି ଭଲ ଭାବେ ମିଶିଗଲା ପରେ ଚୁଲିକୁ ମଧ୍ୟମ ଆଞ୍ଚରେ ଫ୍ରାଏ ହୋଇଥିବା କାଜୁ, କିସ୍‌ମିସ୍‌, ନଡ଼ିଆ ଖଣ୍ଡ, ଗୁଜରାତି, ଗୋଲମରିଚ ଗୁଣ୍ଡ, ଲୁଣ ଓ ଗୁଆ ଘିଅ ପକାନ୍ତୁ।
  • ଏହାପରେ ପୂର୍ବରୁ ପ୍ରସ୍ତୁତ କରି ରଖିଥିବା ଚାଉଳ ଓ ନଡ଼ିଆ ବଟାକୁ ଏଥିରେ ପକାଇ ଘାଣ୍ଟନ୍ତୁ ।
  • କମ୍ ଆଞ୍ଚରେ ଜନ୍ତଣି ପ୍ରସ୍ତୁତ ହେବା ଯାଏ ଏହାକୁ ଘାଣ୍ଟନ୍ତୁ ।
  • ଜନ୍ତଣି ପ୍ରସ୍ତୁତ ହୋଇଗଲା ପରେ ଚୁଲିକୁ ବନ୍ଦ କରି ଦିଅନ୍ତୁ l
  • ଏହାପରେ ଏକ ପାତ୍ର ଉପରେ କଦଳୀ ପତ୍ର ରଖି ତାହା ଉପରେ ଭଲ ଭାବେ ଗୁଆ ଘିଅ ମାରିଦିଅନ୍ତୁ
  • ଏହାପରେ ଜନ୍ତଣିକୁ ଢାଳି ତାହା ଉପରେ କାଜୁ, କିସମିସ ଓ ନଡ଼ିଆ ଖଣ୍ଡ ପକାଇ ଭଲ ଭାବେ ହାତରେ ଥାପି ଦିଅନ୍ତୁ .
  • ଏହାପରେ ତାହାକୁ ମାଇକ୍ରୋ ଓଭାନରେ ଘଣ୍ଟାଏ ପାଇଁ ରଖିଦିଅନ୍ତୁ 
  • ଏହା ପରେ ପ୍ରସ୍ତୁତ ହୋଇଗଲା ସୁଆଦିଆ 'କ୍ଷୀର ନଡ଼ିଆ ପୋଡ଼ ପିଠା' l
Advertisment

ଏବେ ଏହାକୁ ଖଣ୍ଡ ଖଣ୍ଡ କରି କାଟି କାଜୁ ଓ ଚେରି ପକାଇ ସଜାଇ ଦିଅନ୍ତୁ । ଏହା ଆମ ଓଡ଼ିଶାର ଏକ ପାରମ୍ପରିକ ପିଠା ରେସିପି । ଏହି ପିଠାର ରେସିପି ତିଆରି କରି ନିଜେ ଖଆନ୍ତୁ ଓ ଘର ଲୋକଙ୍କୁ ପରଷନ୍ତୁ ।

Odia Food And Recipes
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ