badam chiki recipe
Advertisment
ମକର ସଂକ୍ରାନ୍ତି ଅବସରରେ ଘରେ ବିଭିନ୍ନ ମିଠାର ରେସିପି ତିଆରି ତିଆରି କରାଯାଏ । ତେବେ ଏହି ଦିନ ଘରେ ଆପଣ ଚାହିଁଲେ ବାଦାମ ଚିକ୍କି ତିଆରି କରିପାରିବେ। ଶୀତ ଦିନ ଶରୀରରକୁ ଏହା ଗରମ ରଖିବା ସହ ଶକ୍ତି ପ୍ରଦାନ କରିଥାଏ । ଏହି ରେସିପିକୁ ଅତି ସହଜ ଓ ସରଳ ଉପାୟରେ ବନେଇବା । ତେବେ ଚାଲନ୍ତୁ ଜାଣିବା ଏହାକୁ କିଳଭି ପ୍ରସ୍ତୁତ କରାଯାଏ ।
Advertisment
‘ବାଦାମ ଚିକ୍କି’ ବନେଇବା ପାଇଁ ଆବଶ୍ୟକ ସାମଗ୍ରୀ:
ଚିନାବାଦମ୍- ୨ କପ୍,ଗୁଡ଼-ଦେଧ କପ୍,ଘିଅ-୧କପ୍
ପ୍ରସ୍ତୁତି ପ୍ରଣାଳୀ:
- ପ୍ରଥମେ ଚୁଲିରେ କଡେଇ ବସେଇ ବାଦାମକୁ ଭଲ ଭାବେ ଭାଜି ଜିଅନ୍ତୁ ।
- ଏହାପରେ ବାଦାମକୁ ଭାଜି ଏକ ପାତ୍ରରେ ରଖନ୍ତୁ ।
- ଏହାପରେ କଡେଇରେ ଅଳ୍ପ ଘିଅ ପକାନ୍ତୁ
- ଘିଅ ଗରମ ହୋଇଗଲେ ସେଥିରେ ଗୁଡ଼ ପକାନ୍ତୁ ।
- ଏହାପରେ ସେଥିରେ ଗୁଡ ଏବଂ ପାଣି ପକାଇ ଏକ ମିଶ୍ରଣ ତିଆରି କରନ୍ତୁ।
- ଏହାପରେ ସେଥିରେ ଭଜା ଚିନାବାଦାମ ପକାଇ ମିଶାନ୍ତୁ।
- ଏହାପରେ ବାଦାମ ଓ ଗୁଡ଼ ଭଲଭାବେ ମିଶିଗଲେ ଚୁଲିକୁ ବନ୍ଦ କରି ଦିଅନ୍ତୁ ।
- ଏହାପରେ ଏକ ଥାଳିରେ ସବୁଆଡେ ଘିଅ ଲଗାଇ ଦିଅନ୍ତୁ ।
- ଗୁଡ ଏବଂ ଚିନା ବାଦାମର ମିଶ୍ରଣକୁ ଥାଳିକୁ ବାହାର କରି ଆଣନ୍ତୁ
- ଏହାପରେ ଏହାକୁ ସବୁଆଡେ ଖେଳାଇ ଏକ୍ ସେପ୍ ଦିଆନ୍ତୁ ।
- କିଛି ସମୟ ପରେ ଥଣ୍ଡା ହୋଇଗଲେ ଆପଣ ଯେଉଁ ଆକାରରେ ଖାଇବାକୁ ଚାହିଁବେ ସେହି ଆକାର ଦିଅନ୍ତୁ ।
ଏବେ ପ୍ରସ୍ତୁତ ହୋଇଗଲା ଆପଣଙ୍କର ସୁଆଦିଆ ‘ବାଦାମ ଚିକ୍କି’ । ମକରରେ ଘରେ ଏହାକୁ ବନାନ୍ତୁ । ନିଜେ ଖାଆନ୍ତୁ ଓ ଘର ଲୋକଙ୍କୁ ପରଷନ୍ତୁ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1642061165.jpg)