Advertisment

କେବେ ଖାଇଛନ୍ତି କି ସୁଆଦିଆ ‘କାଲାକନ୍ଦ’

ଘରକୁ କୁଣିଆ ଆସିଲେ ଆମେ ସାଧାରଣତଃ ବାହାରୁ ମିଠା ଆଣିଥାଉ । କିନ୍ତୁ ଆପଣ ଚାହିଁଲେ ଘରେ ମଧ୍ୟ ସୁଆଦିଆ ମିଠଆ ପ୍ରସ୍ତୁତ କରି ଘରେ ଅତିଥି ଚର୍ଚ୍ଚା କରିପାକିବେ । ସେଥିପାଇଁ ଆଜି ଆମେ ନେଇ ଆସିଛୁ ମିଠାର ଏକ ସୁଆଦିଆ ରେସିପି । ଏହି ରେସିପିର ନାଁ ହେଉଛି ସୁଆଦିଆ ‘କାଲାକନ୍ଦ’ ।

kalakand sweet recipe

kalakand sweet recipe

Advertisment

ଆମ ଚଳଣିରେ ମିଠାର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ପୂଜାରେ ଭୋଗ ଲାଗିବାଠୁ ଆରମ୍ଭ କରି ପ୍ରାୟ ସମସ୍ତେ ବିଭିନ୍ନ ଉତ୍ସବ, ପର୍ବପର୍ବାଣୀ ତଥା ଖୁସିର ମୁହୂର୍ତ୍ତରେ ମିଠା ଖାଇଥା’ନ୍ତି ଓ ଅନ୍ୟଙ୍କୁ ଖୁଆଇଥା’ନ୍ତି। ଆଜି ଆମେ ଆପଣଙ୍କ ପାଇଁ ବନେଇବୁ ସୁଆଦିଆ ମିଠା ’କାଲାକନ୍ଦ’ । ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।

Advertisment

‘କାଲାକନ୍ଦ’ ବନେଇବା ପାଇଁ ଆବଶ୍ୟକ ସାମଗ୍ରୀ:

ଖୁଆ, ଛେନା, କ୍ରିମ୍‌, କ୍ଷୀର, ପେଶା ଚିନି, ଡାଲଚିନି ଗୁଣ୍ଡ, କଟା ବାଦାମ୍ ଓ ଘିଅ।

ପ୍ରସ୍ତୁତି ପ୍ରଣାଳୀ:

  • ପ୍ରଥମେ ଛେନା ଓ ଖୁଆକୁ ଭଲଭାବେ ଏକାଠି ପେଶି ଦିଅନ୍ତୁ।
  • ବର୍ତ୍ତମାନ କଡ଼େଇରେ ଘିଅ ଗରମ କରନ୍ତୁ। ଘିଅ ଗରମ ହୋଇଗଲେ, ଛେନା ଓ ଖୁଆର ମିଶ୍ରଣ ସହ କ୍ରିମ୍‌ ଓ କ୍ଷୀର ପକାଇ ଭଲ ଭାବେ ଗୋଳାନ୍ତୁ।
  • ଏହାକୁ ଲଗାତାର ଭାବେ ଗୋଳାନ୍ତୁ ଯେପରି ଏହା ତଳେ ଲାଗି ନଯାଏ।
  • ଏହାକୁ ସେତେବେଳ ଯାଏ ଫୁଟାନ୍ତୁ, ଯେତେବେଳ ଯାଏ ଏହା ଶୁଖିଲା ନହୋଇଛି।
  • ଏହା ଶୁଖା ହୋଇଯିବା ପରେ ଏଥିରେ ଚିନି ଓ ଡାଲଚିନି ଗୁଣ୍ଡ ପକାଇ ଭଲଭାବେ ଗୋଳାଇ ଦିଅନ୍ତୁ ଓ ଆଞ୍ଚ ବନ୍ଦ କରିଦିଅନ୍ତୁ।
  • ଏକ ଗହୀରିଆ ଥାଳିରେ ହାଲକା ଭାବେ ଘିଅ ଲଗାଇ ଏଥିରେ ଏହି ମିଶ୍ରଣକୁ ଢାଳି ଦିଅନ୍ତୁ।
  • ଏବେ ଏହା ଉପରେ କଟା ବାଦାମ୍‌ ପକାଇ ଟିକେ ଚାମଚ ସାହାଯ୍ୟରେ ଚାପି ଦିଅନ୍ତୁ।
  • ଏହାପରେ ଏହାକୁ ମନପସନ୍ଦର ଆକୃତିରେ କାଟି ଦିଅନ୍ତୁ।

ବର୍ତ୍ତମାନ ପ୍ରସ୍ତୁତ ହୋଇଯାଇଛି ସ୍ୱାଦିଷ୍ଟ କାଲାକନ୍ଦ। ଆପଣ ଚାହିଁଲେ ଏଥିରେ ଖାଦ୍ୟ ଉପଯୋଗୀ ସିଲଭର୍ ପେପର ମଧ୍ୟ ଲଗାଇପାରିବେ। ଏହି ମିଠାର ରେସିପିକୁ ଆପଣ ଫ୍ରିଜ୍ ରେ ରଖି ବହୁତ ଦିନ ଖାଇପାରିବେ । ଏହି ମିଠାର ରେସିପି ବନେଇ ଘରେ ନିଜେ ଖଆନ୍ତୁ ଓ ଘର ଲୋକଙ୍କୁ ପରଷନ୍ତୁ ।

Advertisment
Odia Food And Recipes
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ