Advertisment

ଆସ ଖାଇବା ‘ଚିଙ୍ଗୁଡ଼ି ଦମ୍ ବିରିୟାନି’

ଖାଇବାରେ ଚିଙ୍ଗୁଡ଼ିର ରେସିପି ପ୍ରାୟତଃ ସମସ୍ତଙ୍କୁ ପସନ୍ଦ ଆସିଥାଏ । ସେଥିପାଇଁ ଘରେ ଆମେ ଚିଙ୍ଗୁଡ଼ିର ବିଭିନ୍ନ ରେସିପି ବନେଇ ଖାଇଥାଉ । ଆଜି ଆମେ ଆପଣଙ୍କ ପାଇଁ ଚିଙ୍ଗୁଡ଼ିର ଏକ ସୁଆଦିଆ ଦେଶୀ ରେସିପି ପ୍ରସ୍ତୁତ କରିବୁ । ଏହି ରେସିପିର ନାଁ ହେଉଛି ‘ଚିଙ୍ଗୁଡ଼ି ଦମ୍ ବିରିୟାନି’ ।

prawn dum biriyani

prawn dum biriyani

Advertisment

ବିରିୟାନି ସମସ୍ତଙ୍କର ପ୍ରିୟ ଖାଦ୍ୟ ହୋଇଥାଏ। ଆମେ ବିଭିନ୍ନ ପ୍ରକାର ବିରିୟାନି ଖାଇଛୁ। ଆଜି କିନ୍ତୁ ଚିଙ୍ଗୁଡ଼ି ବିରିୟାନି କିପରି ହୁଏ ଆପଣଙ୍କୁ ଶିଖାଇବୁ। ଏହାର ସ୍ୱାଦ ଅନ୍ୟ ସବୁ ବିରିୟାନିର ସ୍ୱାଦଠାରୁ ଭିନ୍ନ । ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ । 

Advertisment

‘ଚିଙ୍ଗୁଡ଼ି ଦମ୍ ବିରିୟାନି’ ଆବଶ୍ୟକ ସାମଗ୍ରୀ:

ଚିଙ୍ଗୁଡ଼ି, ଅଦା ରସୁଣ ପେଷ୍ଟ, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଜିରା ପାଉଡର୍‌, ଗରମ ମସଲା, ଲେମ୍ବୁ ରସ, ତେଲ, କଟା ପି଼ଆଜ, ତେଜପତ୍ର, ଲବଙ୍ଗ, ଡାଲଚିନି, ଗୁଜୁରାତି, ଆଳୁ, କଞ୍ଚା ଲଙ୍କା, ଟମାଟୋ, ଦହି, ଲୁଣ, ଜାଇତ୍ରି, ବଡ଼ ଗୁଜୁରାତି, ଲବଙ୍ଗ, ପାନ ମଧୁରୀ, ଧଣିଆ ପତ୍ର, ପୁଦିନା ପତ୍ର, ବିରିୟାନି ଚାଉଳ,ଫୁଡ୍‌ କଲର୍‌।

ପ୍ରସ୍ତୁତି ପ୍ରଣାଳୀ:

  • ପ୍ରଥମେ ଏକ ପାତ୍ରରେ ସଫା ହୋଇଥିବା ଚିଙ୍ଗୁଡ଼ି ନେଇ ତାକୁ ମ୍ୟାରିନେଟ୍‌ କରନ୍ତୁ।
  • ମ୍ୟାରିନେଟ୍‌ କରିବା ପାଇଁ ଚିଙ୍ଗୁଡ଼ିରେ ଅଦା ରସୁଣ ପେଷ୍ଟ, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଜିରା ପାଉଡର୍‌, ଗରମ ମସଲା ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ।
  • ଏହାପରେ ଚିଙ୍ଗୁଡ଼ି ମ୍ୟାରିନେଟ୍‌ ହେବାକୁ ଅଧଘଣ୍ଟା ପର୍ଯ୍ୟନ୍ତ ଛାଡ଼ି ଦିଅନ୍ତୁ।
  • ଏହାପରେ ଏକ ବଡ଼ ପାତ୍ର ନିଅନ୍ତୁ। ଯେପରି ବିରିୟାନି ସେଥିରେ ହୋଇ ପାରିବ।
  • ଏହାପରେ ଗ୍ୟାସ୍‌ରେ ପାତ୍ର ବସାଇ ସେଥିରେ ତେଲ ଗରମ କଲା ପରେ କଟା ହୋଇଥିବା ପିଆଜ ପକାଇ ଲାଲ୍‌ ହେବା ଯାଏ ଫ୍ରାଏ କରି ଏକ ପାତ୍ରକୁ କାଢ଼ି ଦିଅନ୍ତୁ।
  • ଏହା ପରେ ସେଥିରେ ତେଜପତ୍ର, ଲବଙ୍ଗ, ଡାଲଚିନି, ଗୁଜୁରାତି ଏବଂ କଟା ପିଆଜ ପକାଇ ଭାଜନ୍ତୁ।
  • ଏହାପରେ ସେଥିରେ କଟା ହୋଇଥିବା ଆଳୁ ପକାନ୍ତୁ। ଏହାକୁ ଆପଣ ବଡ଼ କରି କାଟିବେ।
  • ପିଆଜ ଏବଂ ଆଳୁ ଅଳ୍ପ ଭାଜି ହେଲା ପରେ ସେଥିରେ କଞ୍ଚା ଲଙ୍କା, ଟମାଟୋ, ଜିରା ପାଉଡର୍‌, ଧନିଆ ପାଉଡର୍‌, ଗରମ ମସଲା, ହଳଦି ଗୁଣ୍ଡ, ଲଙ୍କା ଗୁଣ୍ଡ ପକାଇ ଭଲରେ ଗୋଳାଇ ଦିଅନ୍ତୁ। ଏହାପରେ ସେଥିରେ ଦହି ପକାଇ ଭଲରେ ଗୋଳାଇ ଦିଅନ୍ତୁ।
  • ଏବେ ଆପଣ ଆଉ ଏକ ପାତ୍ର ନେଇ ବିରିୟାନି ପାଇଁ ସାଧା ଭାତ କରିବା ପାଇଁ ସେଥିରେ ପାଣି ନେଇ ସେଥିରେ ଲୁଣ, ତେଜପତ୍ର, ଡାଲଚିନି, ଜିରା, ଗୋଲ ମରିଚ, ଗୁଜୁରାତି, ଲବଙ୍ଗ, ଜାଇତ୍ରି, ବଡ଼ ଗୁଜୁରାତି, ପାନ ମଧୁରୀ, ଘିଅ, କଞ୍ଚା ଲଙ୍କା ପକାଇ ପାଣି ଫୁଟିବା ପାଇଁ ଛାଡ଼ି ଦିଅନ୍ତୁ।
  • ଏହାପରେ ଆପଣ ଆଉ ଗୋଟେ ପାତ୍ରରେ କଷାଉଥିବା ମସଲାରେ ପୂର୍ବରୁ ମ୍ୟାରିନେଟ୍‌ ହୋଇଥିବା ଚିଙ୍ଗୁଡ଼ି ପକାଇ ଭଲରେ କଷି ଦିଅନ୍ତୁ।
  • ମସଲା ସହ ଚିଙ୍ଗୁଡ଼ି ଭଲରେ କଷି ହେଲା ପରେ ଗ୍ୟାସ୍‌ ବନ୍ଦ କରି ସେଥିରେ ଧନିଆ ପତ୍ର, ପୁଦିନା ପତ୍ର ପକାଇ ଭଲରେ ଗୋଳାଇ ଦିଅନ୍ତୁ।
  • ଅନ୍ୟପଟେ ଆପଣ ବସାଇଥିବା ପାଣି ଫୁଟି ଆସିଲେ ସେଥିରେ ବିରିୟାନି ଚାଉଳ ପକାଇ ଫୁଟିବାକୁ ଛାଡ଼ିଦିଅନ୍ତୁ। ଚାଉଳ ଅଧା ହୋଇ ଆସିଲେ ପାଣିରେ ଚାଉଳକୁ ଛାଣି ଏକ ପାତ୍ରରେ ରଖନ୍ତୁ।
  • ଏବେ ଆପଣ ପୂର୍ବରୁ ପ୍ରସ୍ତୁତ କରିଥିବା ମସଲାରୁ ଅଧା ମସଲା ଏକ ପାତ୍ରରେ ବାହାର କରି ରଖନ୍ତୁ।
  • ଏହାପରେ ପାତ୍ରରେ ଥିବା ମସଲାରେ ଅଧା ଭାତ ପକାଇ ପୂର୍ବରୁ ଛଣା ହୋଇଥିବା ପିଆଜ, କଟା ଧନିଆ ପତ୍ର, ପୁଦିନା ପତ୍ର ପକାଇ ବାକି ଥିବା ଚିଙ୍ଗୁଡ଼ି ମସଲାକୁ ସେଥିରେ ପକାନ୍ତୁ।
  • ଏହାପରେ ପୁଣି ଭାତ ଦେଇ ସେଥିରେ ଛଣା ପିଆଜ, କଟା ଧନିଆ ପତ୍ର, ପୁଦିନା ପତ୍ର, ଘିଅ, ଫୁଡ୍‌ କଲର୍‌ ପକାଇ ଢାଙ୍କୁଣି ଘୋଡ଼ାଇ ଦିଅନ୍ତୁ।
  • ଏହାପରେ ବିରିୟାନିକୁ ଦମ୍‌ ଦେବା ପାଇଁ ୨୦ ମିନିଟ୍‌ ଅଳ୍ପ ଆଞ୍ଚରେ ଗ୍ୟାସ୍‌ରେ ବସାନ୍ତୁ।
  • ଏହାପରେ ଗ୍ୟାସ୍‌ ବନ୍ଦ କରି ୫ରୁ ୧୦ ମିନିଟ୍‌ ଯାଏ ଛାଡ଼ି ଦିଅନ୍ତୁ।
Advertisment

 ଏବେ ପ୍ରସ୍ତୁତ ହୋଇଗଲା 'ଚିଙ୍ଗୁଡ଼ି ଦମ୍‌ ବିରିୟାନି' । ଏହି ରେସିପିଟିକୁ ଘରେ ବନେଇ ନିଜେ ଖାଆନ୍ତୁ ଓ ଘର ଲୋକଙ୍କୁ ପରଷନ୍ତୁ ।

Odia Food And Recipes
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ