Advertisment

ଡିନର ପାଇଁ ପ୍ରସ୍ତୁତ କରନ୍ତୁ ଚିକେନର ଏହି ସୁଆଦିଆ ରେସିପି

ଆପଣ କେବେ ‘ଚିକେନ୍ ମଲାଇ ଟିକ୍କା’ ରେସିପି ଖାଇଛନ୍ତି କି ? ଯଦି ଖାଇ ନାହାନ୍ତି ଆଜି ହିଁ ଘରେ ପ୍ରସ୍ତୁତ କରନ୍ତୁ ‘ଚିକେନ ମଲାଇ ଟିକ୍କା’ । ତେବେ ଚାଲନ୍ତୁ ଜାଣିବା ‘ଚିକେନ୍ ମଲାଇ ଟିକ୍କା’ ଘରେ କିପରି ସହଜରେ ପ୍ରସ୍ତୁତ କରି ପାରିବେ ।

chicken malai tikka

chicken malai tikka

Advertisment

ଚିକେନରେ ଆପଣ ବିଭିନ୍ନ ରେସିପି ଖାଇଥିବେ । ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ଚିକେନର ଏକ ନୂଆ ଓ ସୁଆଦିଆ ରେସିପି । ଏହି ରେସିପିଟିକୁ ଆପଣ ଷ୍ଟାର୍ଟରରେ ବନେଇ ଖାଇପାରିବେ । ଏହି ରେସିପିର ନାଁ ହେଉଛି ‘ଚିକେନ୍ ମଲାଇ ଟିକ୍କା’ ।

Advertisment

‘ଚିକେନ୍ ମଲାଇ ଟିକ୍କା’ ବନେଇବା ପାଇଁ ସାମଗ୍ରୀ:

ବୋନ୍‌ଲେସ୍‌ ଚିକେନ୍‌, ଅଦା-ରସୁଣ ପେଷ୍ଟ୍‌, ଲଙ୍କା ପେଷ୍ଟ୍‌, ଲେମ୍ବୁ ରସ, କାଜୁ ପେଷ୍ଟ୍‌, ଗ୍ରେଟେଡ୍‌ ପନୀର, କ୍ରୀମ୍‌ କିମ୍ବା ମଲାଇ, ଦହି, ବିରିଆନୀ ମସଲା, ଗରମ ମସଲା, ଗୋଲମରିଚ ଗୁଣ୍ଡ, ଜିରା ଗୁଣ୍ଡ, ଧନିଆ ଗୁଣ୍ଡ, ଚାଟ୍‌ ମସଲା, ମହୁ, କଳା ଲୁଣ ଏବଂ ଆବଶ୍ୟକ ଅନୁସାରେ ତେଲ ଓ ଲୁଣ।

ପ୍ରସ୍ତୁତି ପ୍ରଣାଳୀ:

  • ପ୍ରଥମେ ଚିକେନ୍‌କୁ ଭଲ ଭାବେ ଧୋଇ ଏକ ପାତ୍ରରେ ରଖିବା ପରେ ସେଥିରେ ଅଦା ରସୁଣ ପେଷ୍ଟ, ଲଙ୍କା ପେଷ୍ଟ ଓ ଲେମ୍ବୁ ରସ ମିଶାନ୍ତୁ।
  • ଏହାପରେ ଏହାକୁ ସେହିଭଳି ଘଣ୍ଟାଏ ଯାଏ ଛାଡ଼ି ଦିଅନ୍ତୁ। ଏବେ ଅନ୍ୟ ଏକ ପାତ୍ରରେ କାଜୁ ପେଷ୍ଟ, ଗ୍ରେଟେଡ୍‌ ପନୀର, କ୍ରୀମ୍‌ କିମ୍ବା ମଲାଇ ଓ ଦହି ମିଶାନ୍ତୁ।
  • ଏହାପରେ ଏଥିରେ ମ୍ୟାରିନେଟ୍‌ ହୋଇ ରହିଥିବା ଚିକେନ୍‌କୁ ଭଲ ଭାବେ ଗୋଳାନ୍ତୁ।
  • ଏହାପରେ ଏଥିରେ ଗରମ ମସଲା, ଗୋଲମରିଚ ଗୁଣ୍ଡ, ଜିରା ଗୁଣ୍ଡ, ଧନିଆ ଗୁଣ୍ଡ, ଚାଟ୍‌ ମସଲା ପକାଇ ଆହୁରି ଗୋଳାନ୍ତୁ।
  • ଏହାପରେ ସେଥିରେ ମହୁ, ବିଟ ଲୁଣ ଏବଂ ସ୍ୱାଦାନୁସାରେ ଲୁଣ ପକାଇ ଗୋଳାନ୍ତୁ।
  • ଏହାପରେ ଏହାକୁ ପୁଣି ଥରେ ମ୍ୟାରିନେଟ୍‌ କରିବା ଲାଗି ଅଧଘଣ୍ଟା ଯାଏ ଛାଡ଼ି ଦିଅନ୍ତୁ। ଏହି ରେସିପିଟିକୁ ବନେଇ ନିଜେ ଖାଆନ୍ତୁ ଓ ଘର ଲୋକଙ୍କୁ ପରଷନ୍ତୁ ।
  • ଏହାପରେ ଚିକେନ୍‌କୁ ଗ୍ରୀଲ୍‌ରେ ରଖନ୍ତୁ ଓ ଓଭେନକୁ ୨୪୦ ଡିଗ୍ରୀରେ ପ୍ରିହିଟ୍‌ କରି ୧୫ ମିନିଟ୍‌ ଯାଏ ଚିକେନ୍‌କୁ ସିଝାନ୍ତୁ।
  • ୧୫ ମିନିଟ୍‌ ପରେ ପୁଣିଥରେ ଚିକେନ୍‌ରେ ତେଲ ଲଗାଇ ଆଉ ୧୦ ମିନିଟ୍‌ ଯାଏ ଗୋଲ୍ଡେନ୍‌ ରଙ୍ଗ ହେବା ପର୍ଯ୍ୟନ୍ତ ତନ୍ଦୁର କରନ୍ତୁ।
  • ଏହାପରେ ଓଭେନକୁ ବନ୍ଦ କରି ଏକ ପାତ୍ରକୁ କାଢି ଦିଅନ୍ତୁ
Advertisment

ଏବେ ପ୍ରସ୍ତୁତ ହୋଇଗଲା ସୁଆଦିଆ ‘ଚିକେନ୍‌ ମଲାଇ ଟିକ୍କା’। ଏହି ରେସିପିଟିକୁ ଆପଣ ପିଆଜ, ଲେମ୍ବୁ ଓ ଚଟଣୀ ସହ ଗରମ ଗରମ ଖାଇଲେ ବେଶୀ ସୁଆଦିଆ ଲାଗିଥାଏ ।

Odia Food And Recipes
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ