Advertisment

ଆସ ଖାଇବା ଚଟ୍‌ପଟା ‘ଆଳୁ ଟିକ୍କି ଚାଟ୍’

ଗରମାଗରମ୍‌ ଚଟପଟା ଖାଇବାକୁ ଇଚ୍ଛା ହେଉଛି କି ? ତେବେ ଏଥିପାଇଁ ଫୁଟପାଥ୍‌ର ଷ୍ଟଲ୍‌ ଅବା କୌଣସି ରେସ୍ତୁରାଁକୁ ନଯାଇ, ଘରେ ଆଜି ହିଁ ବନାନ୍ତୁ, ଚଟ୍‌ପଟା ଆଳୁ ଟିକ୍କି ଚାଟ୍‌।

aloo tikki chaat recipe

aloo tikki chaat recipe

Advertisment

ଘରେ ଆମେ ବିଭିନ୍ନ ପ୍ରକାରର ଜଳଖିଆ ବନେଇ ଥାଉ । ଆଜି ଆମେ ଆପଣଙ୍କ ପାଇଁ ଏକ ଚଟପଟା ଜଳଖିଆ ବନେଇବୁ । ଏହି ରେସିପି ବନେଇବା ଅତି ସହଜ ଓ ସରଳ । ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।

Advertisment

‘ଆଳୁ ଟିକ୍କି ଚାଟ୍’ ବନେଇବା ପାଇଁ ଆବଶ୍ୟକ ସାମଗ୍ରୀ:

ସିଝା ଆଳୁ, ତେଲ, ଧଣିଆ ପତ୍ର, କଞ୍ଚା ଲଙ୍କା, କର୍ନଫ୍ଲୋର୍‌, ଲୁଣ, ତେଲ, ଦହି, ତେନ୍ତୁଳିର ମିଠା ଚଟଣୀ, ଧଣିଆ ଚଟଣୀ, ଭଜା ଜିରା ଗୁଣ୍ଡ, ବିଟ୍‌ ଲୁଣ, ଭଜା ଲଙ୍କାଗୁଣ୍ଡ ଓ ଛଣା ସେଉ।

ପ୍ରସ୍ତୁତି ପ୍ରଣାଳୀ:

  • ପ୍ରଥମେ ସିଝା ଆଳୁକୁ ଭଲଭାବେ ଚକଟି ଦିଅନ୍ତୁ।
  • ପରେ ଏଥିରେ କଟା କଞ୍ଚା ଲଙ୍କା, ଲୁଣ, ଧଣିଆ ପତ୍ର ଓ କର୍ନପ୍ଲୋର୍‌ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ।
  • ବର୍ତ୍ତମାନ ଏକ ପ୍ୟାନ୍‌ରେ ତେଲ ଗରମ କରନ୍ତୁ।
  • ଏହା ଭିତରେ ହାତରେ ଅଳ୍ପ ତେଲ ନେଇ ସିଝା ଆଳୁ ଚକଟାରୁ କିଛି ଆଣି ନିଜ ମନପସନ୍ଦର ଆକୃତି ଦେଇ ଗୁଳା ବନାନ୍ତୁ।
  • ଏବେ ଏହାକୁ ହାତରେ ଟିକେ ଚେପଟା କରିଦିଅନ୍ତୁ।
  • ସମସ୍ତ ଆଳୁକୁ ଏହିପରି କରି ଗୋଟିଏ ଗୋଟିଏ ଟିକ୍କି ପ୍ରସ୍ତୁତ କରି ରଖନ୍ତୁ।
  • ପ୍ୟାନ୍‌ରେ ତେଲ ଗରମ ହୋଇଯିବା ପରେ ଆଳୁ ଟିକ୍କିଗୁଡ଼ିକୁ ସେଥିରେ ପକାଇ କମ୍‌ ଆଞ୍ଚରେ ଭଲ ଭାବେ ସେକନ୍ତୁ।
  • ଆଳୁ ଟିକ୍କିର ଗୋଟିଏ ପଟ ସୁନେଲି ରଙ୍ଗ ହୋଇଆସିଲେ,ଏହାକୁ ଓଲଟାଇ ଦିଅନ୍ତୁ ଓ ଉଭୟ ପଟ ଲାଲ୍‌ ହେବା ଯାଏ ସେକନ୍ତୁ। ବର୍ତ୍ତମାନ ପ୍ରସ୍ତୁତ ହୋଇଗଲା ଆଳୁ ଟିକ୍କି। ଏହି ର୍ସିପିଟି ଘରେ ବନେଇ ନିଜେ ଖାଆନ୍ତୁ ଓ ଘର ଲୋକଙ୍କୁ ପରଷନ୍ତୁ ।
Advertisment
Odia Food And Recipes
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ