Advertisment

କେବେ ଖାଇଛନ୍ତି କି ଚଟ୍‌ପଟା ‘ଆଚାରି ଚିକେନ୍’

ଆପଣ ଲଞ୍ଚ୍‌ରେ କଣ ଖାଇବା ପ୍ରସ୍ତୁତ କରିବେ ସେ ନେଇ ଚିନ୍ତିତ କି ? ତେବେ ବିଲ୍‌କୁଲ୍ ବି ଚିନ୍ତା କରନ୍ତୁ ନାହିଁ । ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ଚିକେନର ଏକ ସୁଆଦିଆ ରେସିପି । ଆଜି ଶୁକ୍ରବାର ରାନ୍ଧଣାରେ ଘରେ ପ୍ରସ୍ତୁତ କରନ୍ତୁ ଚଟ୍‌ପଟା ‘ଆଚାରି ଚିକେନ୍’ ।

Achari chicken recipe

Achari chicken recipe

Advertisment

ପ୍ରାୟତଃ ଶୀତଦିନେ ଅଧିକାଂଶ ଲୋକ କିଛି ନା କିଛି ଚଟ୍‌ପଟା ଖାଦ୍ୟ ଖାଇବାକୁ ଭଲ ପା’ନ୍ତି। ଆଜି ଆମେ ସେଭଳି ଏକ ଚଟ୍‌ପଟା ଖାଦ୍ୟ ‘ଆଚାରି ଚିକେନ୍‌’ ଘରେ କିପରି ପ୍ରସ୍ତୁତ କରିବେ, ସେ ସମ୍ପର୍କରେ ଆପଣଙ୍କୁ ଟିପ୍‌ସ୍‌ ଦେବୁ।

Advertisment

‘ଆଚାରି ଚିକେନ୍’ ବନେଇବା ପାଇଁ ଆବଶ୍ୟକ ସାମଗ୍ରୀ:

କେନ୍‌, କଟା ପିଆଜ, ପିଆଜ- ଅଦା-ରସୁଣ ବଟା, ଟମାଟୋ, କାଜୁ ପେଷ୍ଟ୍‌, ତେଲ, ଲବଙ୍ଗ, ଗୁଜୁରାତି, ଡାଲଚିନି, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଧନିଆ ଗୁଣ୍ଡ, ଜିରା ଗୁଣ୍ଡ, ଆମଚୁର ପାଉଡର, ଦହି, ଚାଟ୍‌ ମସଲା, ଆଚାର ଓ ଲୁଣ।

ପ୍ରସ୍ତୁତି ପ୍ରଣାଳୀ:

  • ପ୍ରଥମେ ଚିକେନ୍‌କୁ ଭଲ ଭାବେ ଧୋଇ ସାରିବା ପରେ ଏଥିରେ ଲୁଣ, ହଳଦୀ ଓ ଅଳ୍ପ ଦହି ଗୋଳାଇ ମ୍ୟାରିନେଟ୍ କରି ରଖନ୍ତୁ।
  • ଏବେ ଏକ କଡ଼େଇରେ ତେଲ ଗରମ କରି ଏଥିରେ ଲବଙ୍ଗ, ଗୁଜୁରାତି ଓ ଡାଲଚିନି ପକାଇ ଭାଜନ୍ତୁ। ପରେ ଏଥିରେ କଟା ପିଆଜ ପକାଇ କିଛି ସମୟ ଭାଜନ୍ତୁ।
  • ଏବେ ଏଥିରେ ପିଆଜ, ଅଦା ଓ ରସୁଣ ବଟା ପକାଇ କିଛି ସମୟ କଷନ୍ତୁ।
  • କିଛି ସମୟ କଷିବା ପରେ ଏଥିରେ ଟମାଟୋ, ଲଙ୍କା ଗୁଣ୍ଡ, ହଳଦୀ ଗୁଣ୍ଡ, ଧନିଆ ଗୁଣ୍ଡ, ଜିରା ଗୁଣ୍ଡ, ଏବଂ ଚାଟ୍‌ ମସଲା ପକାଇ ଆଉ କିଛି ସମୟ ଧୀମା ଆଞ୍ଚରେ କଷନ୍ତୁ।
  • ମସଲା କଷି ହୋଇ ଆସିଲେ, ଏଥିରେ ଚିକେନ୍‌, ଲୁଣ, ଆମଚୁର ପାଉଡର୍‌, କାଜୁ ପେଷ୍ଟ୍‌ ଏବଂ ଆଚାର ପକାଇ ପୁଣି କଷନ୍ତୁ।
  • ଏବେ ଏହାକୁ ସିଝିବା ଲାଗି କିଛି ସମୟ ଘୋଡ଼ଣୀ ଦେଇ ଛାଡ଼ି ଦିଅନ୍ତୁ। ସିଝିଗଲା ପରେ ଏହାକୁ ପ୍ଲେଟ୍‌କୁ କାଢ଼ି ଦିଅନ୍ତୁ।
Advertisment

ବର୍ତ୍ତମାନ ପ୍ରସ୍ତୁତ ହୋଇଗଲା ଚଟ୍‌ପଟା ଆଚାରି ଚିକେନ୍‌। ଏହି ରେସିପିଟିକୁ ଆପଣ ରୁଟି, ନାନ୍‌, ପରଟା ବା ରୁମାଲ୍‌ ରୁଟି ସହିତ ଖାଇଲେ ବେଶୀ ସୁଆଦିଆ ଲାଗିଥାଏ । ଏହି ରେସିପିଟିକୁ ଘରେ ବନେଇ ନିଜେ ଖାଆନ୍ତୁ ଓ ଘର ଲୋକଙ୍କୁ ପରଷନ୍ତୁ ।

Odia Food And Recipes
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ