Advertisment

ଏହି ଜନ୍ମାଷ୍ଟମୀରେ ଘରେ ପ୍ରସ୍ତୁତ କରନ୍ତୁ ‘ତାଡ଼ିଆ’

ଆଜି ଆମେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ୫୬ ଭୋଗରୁ ଏକ ଭୋଗ ବିଷୟରେ କହିବାକୁ ଯାଉଛୁ । ଏହି ମିଠା ରେସିପିର ନାଁ ହେଉଛି ‘ତାଡ଼ିଆ’। ତେବେ ଏହାକୁ କିଭଳି ପ୍ରସ୍ତୁତ କରାଯାଏ ଆସନ୍ତୁ ଜାଣିବା ।

ଅଦ୍ୟତନ ହୋଇଛି
chhena tadia

chhena tadia

Advertisment

ଆମ ଓଡ଼ିଆ ଘରେ ବାର ମାସରେ ତେର ପରବ । ଆଉ ଏହି ପର୍ବପର୍ବାଣୀରେ ଘରେ ବିଭିନ୍ନ ମିଠା ଓ ପିଠା ପ୍ରସ୍ତୁତ କରାଯାଇଥାଏ । ଏହି ଜନ୍ମାଷ୍ଟମୀ ଘରେ ଆପଣ ଅଳ୍ପ ଖର୍ଚ୍ଚରେ ମିଠା ବନେଇ ପାରିବେ । ଆଜି ଆମେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ୫୬ ଭୋଗରୁ ଏକ ଭୋଗ ବିଷୟରେ କହିବାକୁ ଯାଉଛୁ । ଏହି ମିଠା ରେସିପିର ନାଁ ହେଉଛି ‘ତାଡ଼ିଆ’। ଏହି ରେସିପିଟି ଆପଣମାନେ ଅତ୍ୟନ୍ତ ସହଜ ଓ ସରଳ ଉପାୟରେ ଘରେ ବନେଇ ପାରିବେ । ତେବେ ଏହାକୁ କିଭଳି ପ୍ରସ୍ତୁତ କରାଯାଏ ଆସନ୍ତୁ ଜାଣିବା ।

Advertisment

ତାଡ଼ିଆ ବନେଇବା ପାଇଁ ଆବଶ୍ୟକ ସାମଗ୍ରୀ : ଛେନା-ଦୁଇ କପ,କ୍ଷୀର-ଦୁଇ ଲିଟର, ଚିନି- ଦୁଇ କପ୍ ,ମଇଦା,ଗୁଆ ଘିଅ ଓ ଗୁଜୁରାତି

ପ୍ରସ୍ତୁତି ପ୍ରଣାଳୀ:

  • ପ୍ରଥମେ ଚୁଲିରେ କଡ଼େଇ ବସାଇ ସେଥିରେ କ୍ଷୀରକୁ ପକାଇ ଗରମ କରନ୍ତୁ ।
  • ଏହାପରେ କ୍ଷୀରକୁ ଗରମ କରି ସେଥିରେ ଚିନି ପକାଇ ଗୋଳାଇ ଦିଅନ୍ତୁ ।
  • ଏହାପରେ କ୍ଷୀରକୁ ଦଶରୁ ପନ୍ଦର ମିନିଟ ପର୍ଯ୍ୟନ୍ତ ଫୁଟାନ୍ତୁ । କ୍ଷୀର ଅଧା ହୋଇଗଲେ ପରେ ତାହାକୁ ଚୁଲିରୁ ଓହ୍ଲାଇ ଏକ ପାତ୍ରରେ ରଖି ଦିଅନ୍ତୁ।
  • ଏକ ପାତ୍ରରେ ଛେନାକୁ ଭଲ ଭାବେ ଚିପୁଡ଼ି ରଖନ୍ତୁ ।
  • ଏହାପରେ ଛେନାରେ ମଇଦା ମିଶାଇ ଭଲ କରି ଚକଟି ଦିଅନ୍ତୁ । ମନେରଖନ୍ତୁ ଛେନା ଓ ମଇଦାକୁ ଭଲଭାବେ ଚକଟିଲେ ଏହାର ଗୁଳା ଗୁଡିକ ଭଲ ଭାବେ ଫୁଲିଥାଏ ।
  • ଏହାପରେ ଭଲଭାବେ ଚକଟି ଗୋଲ ଗୋଲ କାକରାର ଆକାର ତିଆରି କରି ଏକ ପାତ୍ରରେ ରଖନ୍ତୁ ।
  • ଏହାପରେ କଡେଇରେ ଘିଅକୁ ଗରମ କରନ୍ତୁ । କଡେଇରେ ଘିଅ ଗରମ ହୋଇଗଲା ପରେ ଛେନା-ମଇଦାରେ ପ୍ରସ୍ତୁତ କାକରା ଗୁଡିକ ଛାଣନ୍ତୁ ।
  • ଏହା ଗୁଡିକ ଅଳ୍ପ ନାଲି ଓ ବାଦୀମୀ ରଙ୍ଗ ହୋଇଗଲା ପରେ ଏକ ପାତ୍ରକୁ ଛାଣି କାଢି ଦିଅନ୍ତୁ ।
  • ଏହାକୁ  ଆଗରୁ ପ୍ରସ୍ତୁତ ହୋଇଥିବା କ୍ଷୀରରେ ପକାନ୍ତୁ ।
  • ଏବେ ଏଥିରେ ଅଳେଇଚ ଗୁଣ୍ଡ ପକାଇ କିଛି ସମୟ ଥଣ୍ଡା ହେବା ପାଇଁ ଛାଡ଼ି ଦିଅନ୍ତୁ।
Advertisment

ଏବେ ପ୍ରସ୍ତୁତ ହୋଇଗଲା ସ୍ୱାଦିଷ୍ଟ ‘ତାଡ଼ିଆ’। ଏହି ଜନ୍ମାଷ୍ଟମୀରେ ଏହି ‘ତାଡ଼ିଆ’ ତଥା ମିଠା ରେସିପିଟିକୁ ତିଆରି କରି ଭଗବାନଙ୍କ ପାଖରେ ଭୋଗ ଲଗାନ୍ତୁ । ଏହି ମିଠା ରେସିପିଟିକୁ ନିଜେ ଖାଅନ୍ତୁ ଓ ନିଜ ଘର ଲୋକଙ୍କୁ ପରଷନ୍ତୁ ।

Odia Food Recipes Chhena Tadia
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ