ଅଦ୍ୟତନ ହୋଇଛି
soya manchurian
Advertisment
ଆଜି ଆମେ ଆପଣମାନଙ୍କୁ ସୋୟାବିନର ଏକ ସହଜ ଓ ଚଟପଟା ରେସିପି ବିଷୟରେ କହିବାକୁ ଯାଉଛୁ । ଏହି ରେସିପିର ନାଁ ହେଉଛି ‘ସୋୟା ମଞ୍ଚୁରିଆନ୍’। ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।
Advertisment
ଆବଶ୍ୟକ ସାମଗ୍ରୀ:
ସୋୟାବିନ, କର୍ଣ୍ଣଫ୍ଲୋର, ଲଙ୍କା ଗୁଣ୍ଡ, ଗୋଲମରିଚ, ପିଆଜ, ଶିମଳା ଲଙ୍କା, ଚିଲି ସସ୍, ସୋୟା ସସ୍, ରସୁଣ, ଅଦା, କଟା ପିଆଜ, କଞ୍ଚାଲଙ୍କା, ଟମାଟୋ ସସ୍, ଲୁଣ ଓ ତେଲ
ପ୍ରସ୍ତୁତି ପ୍ରଣାଳୀ:
- ପ୍ରଥମେ ସୋୟାବିନକୁ ଗରମ ପାଣିରେ ତିନି ଚାରି ମିନିଟ ବତୁରାଇ ଦିଅନ୍ତୁ ।
- ଏହାପରେ ସୋୟାବିନ ଗୁଡ଼ିକୁ ପାଣିରୁ ଚିପୁଡି କାଢି ନିଅନ୍ତୁ।
- ଏକ ପାତ୍ରରେ ବତୁରି ଯାଇଥିବା ସୋୟାବିନକୁ କର୍ଣ୍ଣଫ୍ଲୋର, ଲୁଣ, ଲଙ୍କାଗୁଣ୍ଡ ଓ ଗୋଲମରିଚ ଗୁଣ୍ଡ ପକାଇ କିଛି ସମୟ ପର୍ଯ୍ୟନ୍ତ ରଖିଦିଅନ୍ତୁ।
- ଏହାପରେ ତାକୁ ତେଲରେ ଛାଣି ଏକ କଡ଼େଇରେ ରଖନ୍ତୁ।
- ଏବେ କଡ଼େଇରେ ଅଳ୍ପ ତେଲ ଗରମ କରନ୍ତୁ।
- ତେଲ ଅଳ୍ପ ଗରମ ହୋଇଯିବା ପରେ ସେଥିରେ ଅଦା ରସୁଣ, ପିଆଜ କଞ୍ଚାଲଙ୍କା ଓ ଶିମିଳା ଲଙ୍କା ପକାଇ ୧ମିନିଟ ଭାଜନ୍ତୁ ।
- ଏହାପରେ ସେଥିରେ ଟମାଟୋ ସସ୍, ଚିଲି ସସ୍, ସୋୟା ସସ୍ ଓ ଅଳ୍ପ ଲୁଣ ପକାନ୍ତୁ।
- ଏହାପରେ ଏଥିରେ ଅଧାକପ୍ ପାଣି ମିଶାଇ ତାକୁ ଭଲରେ ଭାବରେ ଗୋଳାଇ ଦିଅନ୍ତୁ।
- ଏବେ ପୂର୍ବରୁ ରଖିଥିବା ସୋୟାବିନକୁ ଝୋଳରେ ପକାଇ ଗୋଳାଇ ଦିଅନ୍ତୁ।
Advertisment
ଏବେ ପ୍ରସ୍ତୁତ ହୋଇଗଲା ଗରମାଗରମ ‘ସୋୟା ମଞ୍ଚୁରିଆନ’। ଏହି ରେସିପିଟିକୁ ରୁଟି ବା ପରଟା ସହ ଖାଇଲେ ବେଶୀ ଭଲ ଲାଗିଥାଏ । ଏହି ରେସିପିଟିକୁ ଘରେ ବନେଇ ନିଜେ ଖାଆନ୍ତୁ ଓ ଘର ଲୋକଙ୍କୁ ପରଷନ୍ତୁ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1722069015.jpg)