ଅଦ୍ୟତନ ହୋଇଛି
sabudana ladoo
Advertisment
ଘରେ ପର୍ବପର୍ବାଣୀ ଆସିଲେ ବିଭିନ୍ନ ପ୍ରକାର ମିଠା ଓ ପିଠା ପ୍ରସ୍ତୁତ କରାଯାଏ । ଗରୁବାର ରାନ୍ଧଣାରେ ଆଜି ଆମେ ମିଠାର ଏକ ନୂଆ ରେସିପି ପ୍ରସ୍ତୁତ କରିବା । ଏହି ରେସିପିର ନାଁ ହେଉଛି ‘ସାବୁଦାନା ଲଡ଼ୁ’ ।
Advertisment
‘ସାବୁଦାନା ଲଡ଼ୁ’ ବନେଇବା ପାଇଁ ଆବଶ୍ୟକ ସାମଗ୍ରୀ:
ସାବୁଦାନା,ନଡ଼ିଆ କୋରା,ଚିନି,ଗୁଜୁରାତି ଗୁଣ୍ଡ,କାଜୁ,ଆଲମଣ୍ଡ,ଗୁଆଘିଅ
ପ୍ରସ୍ତୁତି ପ୍ରଣାଳୀ:
- ପ୍ରଥମେ ଏକ କଡ଼େଇରେ ସାବୁଦାନାକୁ ଭାଜନ୍ତୁ।
- ସାବୁଦାନାଗୁଡ଼ିକ ଯେତେବେଳେ ଫୁଲିଯିବ ଓ ହାଲକା ଲାଲ୍ ହୋଇଆସିବ ଚୁଲି ବନ୍ଦ କରି ଦିଅନ୍ତୁ।
- ଏବେ ଏହାକୁ ଗ୍ରାଇଣ୍ଡରରେ ଗୁଣ୍ଡ କରି ଦିଅନ୍ତୁ।
- ଏହାପରେ ଏକ କଡ଼େଇରେ ଗୁଆଘିଅ ଗରମ କରି ଏଥିରେ ନଡ଼ିଆକୋରା ପକାଇ ଭାଜନ୍ତୁ।
- ନଡ଼ିଆ ହାଲକା ଭାଜି ହୋଇଗଲେ ଏଥିରେ ସାବୁଦାନା ପାଉଡର ଓ ଚିନି ପକାଇ ଭଲଭାବେ ଗୋଳାଇ ଏକ ପାତ୍ରକୁ କାଢ଼ି ଦିଅନ୍ତୁ।
- ଏବେ ସେହି କରେଇରେ ଅଳ୍ପ ଗୁଆଘିଅ ଗରମ କରି କାଜୁ ଓ ଆଲମଣ୍ଡକୁ ଭାଜନ୍ତୁ।
- ହାଲକା ଭାଜି ହୋଇଗଲେ ଏଥିରେ ସାବୁଦାନା -ନଡ଼ିଆ ମିଶ୍ରଣ ଓ ଗୁଜୁରାତି ଗୁଣ୍ଡ ପକାଇ ଭଲଭାବେ ଗୋଳାଇ ୫ ମିନିଟ୍ ପରେ ଚୁଲି ବନ୍ଦ କରିଦିଅନ୍ତୁ।
- ଏହି ମିଶ୍ରଣ ହାଲକା ଗରମ ଥିବା ଅବସ୍ଥାରେ ହାତରେ ନେଇ ଗୋଲ୍ ଗୋଲ୍ ଲଡ଼ୁ ଗଢ଼ନ୍ତୁ।
ଏବେ ପ୍ରସ୍ତୁତ ହୋଇଗଲା ଆପଣଙ୍କର ସୁଆଦିଆ ‘ସାବୁଦାନା ଲଡ଼ୁ’ ।ଏହାକୁ ଆପଣ ଆପଣ ଏୟାର ଟାଇଟ୍ ଡବାରେ ରଖି ବହୁ ଦିନ ପର୍ଯ୍ୟନ୍ତ ଖାଇ ପାରିବେ। ଘରକୁ କୁଣିଆ ଆସିଲେ ଏହାକୁ ପରଷି ପାରିବେ ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1639574914.jpg)