Advertisment

ଗଣେଶ ପୂଜାରେ ଘରେ ବନାନ୍ତୁ ସୁଆଦିଆ ‘ରସାବଳୀ’

ସାଧାରଣତଃ ମିଠା ଖାଇବାକୁ ପ୍ରାୟ ସମସ୍ତଙ୍କୁ ଭଲ ଲାଗିଥାଏ । ଆମ ଓଡ଼ିଆ ଘରର ପାରମ୍ପରିକ ଏହି ମିଠା ରେସିପିର ସ୍ୱାଦ ପୂରା ନିଆରା । ଆଗକୁ ଆସୁଛି ଗଣେଶ ପୂଜା । ଏହି ଅବସରରରେ ଆଜି ପ୍ରସ୍ତୁତ କରିବା ସୁଆଦିଆ ‘ରସାବଳୀ’। ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।

ଅଦ୍ୟତନ ହୋଇଛି
Rasabali sweet

Rasabali sweet

Advertisment

ଆମ ଓଡ଼ିଆ ଘରେ ବାର ମାସରେ ତେର ପର୍ବ । ପର୍ବପର୍ବାଣୀ ଆସିଲେ ଘରେ ବିଭିନ୍ନ ମିଠା ପ୍ରସ୍ତୁତ କରାଯାଏ । ଗଣେଶ ପୂଜା ଅବସରରେ ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ଓଡ଼ିଆ ଘରର ଏକ ସୁଆଦିଆ ମିଠା ‘ରସାବଳୀ’ । ଏହି ମିଠାର ରେସିପିକୁ ଆମେ ଘରେ ସହଜ ଓ ସରଳ ଉପାୟରେ ପ୍ରସ୍ତୁତ କରିପାରିବା ।

Advertisment

ଆବଶ୍ୟକ ସାମଗ୍ରୀ:

ଛେନା, ସୁଜି, ଚିନି, ବେକିଂ ସୋଡ଼ା, ଡାଲଚିନି ଗୁଣ୍ଡ, ଗୁଜୁରାତି, କ୍ଷୀର, ବାଦାମ, କାଜୁ, କେଶର, ଘିଅ ବା ତେଲ

ପ୍ରସ୍ତୁତି ପ୍ରଣାଳୀ:

  • ପ୍ରଥମେ ଏକ ବାଉଲରେ ଛେନା, ବେକିଂ ସୋଡ଼ା, ଚିନି, ସୁଜି ଓ ଡାଲଚିନି ଗୁଣ୍ଡକୁ ମିଶାଇ ଭଲ ଭାବେ ଚକଟି ଦିଅନ୍ତୁ।
  • ଏବେ ଏହାକୁ ଛୋଟ ଛୋଟ ଗୁଳା କରି ହାତରେ ଟିକେ ଚାପି ଚେପଟା କରି ଦିଅନ୍ତୁ।
  • ବର୍ତ୍ତମାନ ଆଉ ଏକ ପାତ୍ରରେ କ୍ଷୀରକୁ ଫୁଟାନ୍ତୁ। କିଛି ସମୟ ପରେ ଏଥିରେ କେଶର ଓ ଗୁଜୁରାତି ପକାଇ ଭଲ ଭାବେ ଫୁଟାନ୍ତୁ।
  • ଏହା ଭଲଭାବେ ଫୁଟିଗଲା ପରେ ବର୍ତ୍ତମାନ ଏଥିରେ ଚିନି ପକାଇ ୮ ରୁ ୧୦ ମିନିଟ ଯାଏଁ କମ୍ ଆଞ୍ଚରେ ବସାନ୍ତୁ।
  • ବର୍ତ୍ତମାନ ଏକ କଡ଼େଇରେ ତେଲ ବା ଘିଅ ଗରମ କରି ସେଥିରେ ଛେନା ଗୁଳାକୁ ପକାଇ ଲାଲ୍ ହେବା ଯାଏଁ ଭାଜନ୍ତୁ।
  • ପରେ ଏହି ଛେନା ଭଜା ଗୁଡ଼ିକୁ ପ୍ରସ୍ତୁତ ହୋଇଥିବା କ୍ଷୀରରେ ପକାଇ ଥଣ୍ଡା ହେବାକୁ ଛାଡ଼ିଦିଅନ୍ତୁ।
  • ଥଣ୍ଡା ହୋଇଗଲେ ଏଥିରେ କାଜୁ ଓ ପେସ୍ତା ପକାଇ ସଜାନ୍ତୁ।
Advertisment

ଏବେ ପ୍ରସ୍ତୁତ ହୋଇଗଲା ସୁଆଦିଆ ‘ରସାବଳୀ’ । ଗଣେଶ ପୂଜାରେ ଏହି ମିଠାର ରେସିପି ତିଆରି କରି ଭଗବାନଙ୍କୁ ଭୋଗ ଲଗାନ୍ତୁ ।

Odia Food And Recipes
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ