Advertisment

ପର୍ବପର୍ବାଣୀରେ ଘରେ ବନାନ୍ତୁ 'ଆମ୍ବ ଖିରି'

ଚାଉଳ ଖିରି ହେଉ କି ସିମେଇ ଖିରି ଆପଣ ଏହିଭଳି ଖିରି ଘରେ ବନେଇ ଥିବେ । କିନ୍ତୁ ଆପଣ କେବେ କି ଆମ୍ୱରେ ଖିରି ପ୍ରସ୍ତୁତ କରିଛନ୍ତି କି ? ଆଜି ଆମେ ବନେଇବା ଆମ୍ବ ଖିରି । ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।

ଅଦ୍ୟତନ ହୋଇଛି
mango kheer recipe

mango khiri

Advertisment

ଆପଣ ଘରେ ବିଭିନ୍ନ ପ୍ରକାରର ଖିରି ବନେଇ ଥିବେ । କିନ୍ତୁ ଆପଣ କେବେ ଆମ୍ବରେ ପ୍ରସ୍ତୁତ ଖିରି ଖାଇଛନ୍ତି କି । ଆଜି ଆମେ ଆପଣଙ୍କ ପାଇଁ ଏକ ନୂଆ ଓ ଦେଶୀ ରେସିପି ବନେଇବୁ । ଏହି ରେସିପିର ନାଁ ହେଉଛି ‘ଆମ୍ବ ଖିରି’ ।

Advertisment

ଆବଶ୍ୟକ ସାମଗ୍ରୀ- କ୍ଷୀର, ପାଚିଲା ଆମ୍ବ, ଅରୁଆ ଚାଉଳ, ଚିନି, ଗୁଜୁରାତି, କାଜୁ, ପିସ୍ତାବାଦାମ (ଆଲ୍‌ମଣ୍ଡ୍‌)

ପ୍ରସ୍ତୁତି ପ୍ରଣାଳୀ-

  • ପ୍ରଥମେ ଏକ ପ୍ୟାନ୍‌ରେ ଏକ ଲିଟର କ୍ଷୀରକୁ ଫୁଟାନ୍ତୁ।
  • କାଜୁ ଏବଂ ପିସ୍ତାବାଦାମ୍‌କୁ ଛୋଟ ଛୋଟ କରି କାଟି ଦିଅନ୍ତୁ।
  • ଅରୁଆ ଚାଉଳକୁ ଧୋଇ ଫୁଟୁଥିବା କ୍ଷୀରରେ ପକାଇ ଦିଅନ୍ତୁ।
Advertisment

ଅଧିକ ପଢ଼ନ୍ତୁ: ଏହି ଗରମରେ ଘରେ ବନାନ୍ତୁ ‘କେଶର ପିସ୍ତା କୁଲ୍‌ଫି’

  • ଏହାପରେ କଟାଯାଇଥିବା କାଜୁ ଏବଂ ପିସ୍ତା ବାଦାମ୍‌କୁ ସେଥିରେ ପକାଇ ଦିଅନ୍ତୁ।
  • ଖିରି ପ୍ରସ୍ତୁତ ହୋଇଗଲେ ଶେଷ ଆଡ଼କୁ ସେଥିରେ ଚିନି ଏବଂ ଗୁଜୁରାତି ପକାନ୍ତୁ।
  • ଏହା ପରେ ଗ୍ୟାସ୍‌କୁ ବନ୍ଦ କରି ଦିଅନ୍ତୁ। ଖିରିକୁ ଚୁଲିରୁ ଓହ୍ଲାଇ ଦିଅନ୍ତୁ। ଏବେ ସେଥିରେ ପାଚିଲା ଆମ୍ବର ରସ ପକାନ୍ତୁ।
  • ଏଥିସହ ସେଥିରେ ଆପଣ ମଧ୍ୟମ ପାଚିଲା ଆମ୍ବକୁ ଛୋଟ ଛୋଟ ପିସ୍‌ କରି ମଧ୍ୟ ପକାଇ ପାରିବେ।

ଏବେ ପ୍ରସ୍ତୁତ ହୋଇଗଲା ଆମ୍ବ ଖିରି। ଏହି ରେସିପିଟିକୁ ଆପଣ ପର୍ବପର୍ବାଣୀରେ ବନେଇ ଠାକୁରଙ୍କୁ ଭୋଗ ଲଗେଇ ପାରିବେ ।

Advertisment
Odia Food And Recipes
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ