Advertisment

ଘରେ ବନାନ୍ତୁ 'ମଲାଇ ମଶରୁମ୍'

ଆପଣ କେବେ ମଲାଇ ମଶରୁମର ରେସିପି ଖାଇଛନ୍ତି କି ?ଯଦି ଖାଇ ନାହାନ୍ତି । ଆଜି ହିଁ ଘରେ ବନାନ୍ତୁ ‘ମଲାଇ ମଶରୁମ୍’ ।ଏହି ରେସିପିଟି ବନେଇବା ଅତି ସହଜ ଓ ସରଳ ଅଟେ । ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।

ଅଦ୍ୟତନ ହୋଇଛି
'Malai Masroom'

'Malai Masroom'

Advertisment

ନିରାମିଷ ଖାଦ୍ୟରେ ସାଧାରଣତଃ ମଶରୁମରେ ତିଆରି ବିଭିନ୍ନ ରେସିପି ସମସ୍ତଙ୍କୁ ଭଲ ଲାଗିଥାଏ । ଆଜି ଆମେ ମଶରୁମର ଏକ ନୂଆ ଓ ସୁଆଦିଆ ରେସିପି ପ୍ରସ୍ତୁତ କରିବୁ । ଏହି ରେସିପିର ନାଁ ହେଲା ‘ମଲାଇ ମଶରୁମ’ । ଏହି ରେସିପିଟିକୁ ଆମେ ଅତି ସହଜ ଓ ସରଳ ଉପାୟରେ ବନେଇବା ।

Advertisment

'ମଲାଇ ମଶରୁମ୍' ବନେଇବା ପାଇଁ ଆବଶ୍ୟକ ସାମଗ୍ରୀ:

ମଶ୍‌ରୁମ,କଟା ପିଆଜ,ଟମାଟୋ ପ୍ୟୁରି,କାଜୁ ବଟା,ଅଦା-ରସୁଣ ବଟା,କସ୍ତୁରୀ ମେଥି
ଗରମ ମସଲା,ଫ୍ରେଶ୍‌ କ୍ରିମ୍‌,ଗୋଲମରିଚ ଗୁଣ୍ଡ,ତେଲ ।

ପ୍ରସ୍ତୁତି ପ୍ରଣାଳୀ:

  • ପ୍ରଥମେ ଚୁଲିରେ କଡେଇ ବସେଇ ତେଲ ପକାନ୍ତୁ
  • ତେଲ ଗରମ ହୋଇଗଲା ପରେ କଡ଼େଇରେ ତେଲ ଗରମ କରି ସେଥିରେ କଟା ପିଆଜକୁ ବାଦାମୀ ରଙ୍ଗ ହେବା ପର୍ଯ୍ୟନ୍ତ ଭାଜନ୍ତୁ।
  • ଏହା ପରେ ଅଦା-ରସୁଣ ପେଷ୍ଟକୁ ଦେଇ କଷନ୍ତୁ । ଟିକେ କଷି ହୋଇଗଲେ ଏଥିରେ ଟମାଟୋ ପ୍ୟୁରି ପକାଇ ଆଉ ଟିକେ କଷନ୍ତୁ
  • କିଛି ସମୟ ପରେ କାଜୁ ବଟା ଓ ଛତୁ ପକାଇ କଷନ୍ତୁ।
  • କିଛି ସମୟ ପରେ ଅଧା କପ୍‌ ପାଣି, ଲୁଣ, ଗୋଲମରିଚ ଗୁଣ୍ଡ ଓ ଅଳ୍ପ କସ୍ତୁରୀ ମେଥି ପକାଇ ୧୦ ମିନିଟ୍‌ ପର୍ଯ୍ୟନ୍ତ ଫୁଟାନ୍ତୁ ।
  • ଏହାପରେ ସେଥିରେ ଫ୍ରେଶ୍‌ କ୍ରିମ୍‌ ଏବଂ ୧ମିନିଟ୍‌ ପରେ ଗରମ ମସଲା ପକାଇ ସାମାନ୍ୟ ଫୁଟାଇ ତଳକୁ ଓହ୍ଲାଇ ଦିଅନ୍ତୁ।
  • ଏହାକୁ ଏକ ପ୍ଲେଟକୁ କାଢି ଅଳ୍ପ କ୍ରୀମ୍ ପକାଇ ସଜାଇ ଦିଅନ୍ତୁ ।
Advertisment

ଏବେ ପ୍ରସ୍ତୁତ ହୋଇଗଲା ସୁଆଦିଆ ‘ମଲାଇ ମଶ୍‌‌ରୁମ୍‌’। ଏହାକୁ ଆପଣ ରୁଟି, ପରଟା କିମ୍ବା ନାନ୍‌ ସହିତ ଖାଇଲେ ବେଶୀ ସୁଆଦିଆ ଲାଗିଥାଏ । ଏହି ରେସିପିଟି ଘରେ ବନେଇ ନିଜେ ଖାଆନ୍ତୁ ଓ ଘର ଲୋକଙ୍କୁ ପରଷନ୍ତୁ ।

Odia Food And Recipes
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ