Advertisment

Food and Recipes: ଘରେ ବନାନ୍ତୁ ସୁଆଦିଆ ‘ମଲାଇ ଚପ୍’

ପର୍ବପର୍ବାଣୀ ହେଉ କିମ୍ବା ଘରକୁ ଅତିଥି ଆସିଲେ ପରଷା ଯାଏ ମିଠା । ଆଜି ଆମେ ଘରର ବଳକା ଜିନିଷ ଓ ଖୁବ୍ ଅଳ୍ପ ସମୟରେ ବନେଇବୁ ଏକ ମିଠା । ଏହି ମିଠାକୁ ଅତି ସହଜ ଓ ସରଳ ଉପାୟରେ ବନେଇ ପାରିବେ । ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ।

ଅଦ୍ୟତନ ହୋଇଛି
malai chop mithai

malai chop mithai

Advertisment

ଆଜି ଆମେ ବହୁତ କମ୍ ଖର୍ଚ୍ଚ ଓ କମ୍ ସମୟ ମଧ୍ୟରେ ମିଠାର ଏକ ରେସିପି ପ୍ରସ୍ତୁତ କରିବୁ । ଆଜି ଆମେ ଆପଣଙ୍କ ପାଇଁ ବନେଇବୁ ଓଡ଼ିଆ ଘରର ପାରମ୍ପରିକ ସୁଆଦିଆ ମିଠା ‘ମଲାଇ ଚପ୍’ । ଏହି ମିଠା ଖାଇବାକୁ ବହୁତ ସୁଆଦିଆ ଲାଗେ । ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।

Advertisment

ଆବଶ୍ୟକ ସାମଗ୍ରୀ:

ଛେନା, ସୁଜି ,ମଇଦା, କାଜୁ, ପିସ୍ତା, କ୍ଷୀର, ମିଲ୍କମେଡ, ଗୁଜୁରାତି, ପିସ୍ତାବାଦାମ ଓ ରିଫାଇନ ତେଲ, ଚିନି।

ପ୍ରସ୍ତୁତି ପ୍ରଣାଳୀ:

  • ପ୍ରଥମେ ଛେନା, ସୁଜି ଓ ମଇଦାକୁ ଭଲ ଭାବରେ ଚକଟି ଗୋଲ ଗୋଲ କରି ଗଢ଼ି ପାଣିରେ ସିଝାଇ ଦିଅନ୍ତୁ।
  • ଏହାପରେ କରେଇରେ ତେଲ କରନ୍ତୁ। ସେଥିରେ କାଜୁ ଓ ପିସ୍ତା ବାଦାମକୁ ଭାଜି ଏକ ପାତ୍ରରେ ରଖନ୍ତୁ।
  • ପୁଣି କରେଇରେ ଅଳ୍ପ ପାଣି ଓ କ୍ଷୀରକୁ ପକାଇ ୪୫ ମିନିଟ୍ ଫୁଟାନ୍ତୁ।
  • କ୍ଷୀର ବହଳିଆ ହେବାପରେ ସେଥିରେ ମିଲ୍କମେଡ, ସ୍ୱାଦ ଅନୁଯାୟୀ ଚିନି ପକାଇ ଗୋଳାନ୍ତୁ।
  • ଏହାପରେ ଭଜା କାଜୁ ,ପିସ୍ତାବାଦାମ, ଗୁଜୁରାତି ଗୁଣ୍ଡ ପକାଇ ଆଉ ୧୦ ମିନିଟ ଫୁଟାନ୍ତୁ।
  • ୧୦ ମିନିଟ୍ ଫୁଟିବା ପରେ ଗଢ଼ି ରଖିଥିବା ଛେନା ବଲକୁ ସେଥିରେ ପକାଇ ହାଲକା ଆଞ୍ଚରେ କିଛି ସମୟ ବସାନ୍ତୁ।
Advertisment

କିଛି ସମୟ ପରେ ଏହାକୁ ଏକ ପାତ୍ରକୁ କାଢ଼ି ଦିଅନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା 'ମଲାଇ ଚପ୍‌'। ଏହି ମିଠାର ରେସିପି ଘରେ ବନାଇ ଅତିଥିଙ୍କୁ ପରଷନ୍ତୁ । 

Odia Food And Recipes
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ