Advertisment

ଘରେ ପ୍ରସ୍ତୁତ କରନ୍ତୁ ‘ଖୁଆ ଚିକେନ’

ଘରେ ଆପଣ ଚିକେନର ଭଳି କି ଭଳି ରେସିପି ପ୍ରସ୍ତୁତ କରିଥିବେ । ଆଜି ଆମେ ଆପଣଙ୍କ ପାଇଁ ଦେଶୀ ଷ୍ଟାଇଲରେ ଚିକେନର ଏକ ରେସିପି ପ୍ରସ୍ତୁତ କରିବୁ । ତେବେ ଆଜି ବନେଇବା 'ଖୁଆ ଚିକେନ' । ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।

ଅଦ୍ୟତନ ହୋଇଛି
khoya chiken

khoya chiken

Advertisment

ଚିକେନ୍‌କୁ ନେଇ ଆଗରୁ ଅନେକ ରେସିପି ପ୍ରସ୍ତୁତ କରିଥାଉ । କିନ୍ତୁ କେବେ ଆପଣ ‘ଖୁଆ ଚିକେନ୍‌’ ଖାଇଛନ୍ତି କି ? ଆଜି ଆମେ ଆପଣଙ୍କୁ ଦେଶୀ ଶୈଳୀରେ ‘ଖୁଆ ଚିକେନ୍‌’ ପ୍ରସ୍ତୁତ କରିବା । ଏହି ରେସିପିର ନାଁ ହେଉଛି ‘ଖୁଆ ଚିକେନ୍’ । ଘରେ ଆମେ ଏହି ରେସିପିଟିକୁ ଅତି ସହଜ ଓ ସରଳ ଭାବରେ ବନେଇ ପାରିବା ।

Advertisment

‘ଖୁଆ ଚିକେନ’ ବନେଇବା ପାଇଁ ସାମଗ୍ରୀ:

ଚିକେନ୍, ଦହି, ଖୁଆ, ଶୁଖିଲା ଲଙ୍କା, ଧନିଆ ଏକ ଚାମଚ୍, ଘିଅ, ପାନମଧୁରୀ, ପିଆଜ, କଳା ଜିରା, ଲବଙ୍ଗ, ଡାଳଚିନି, କ୍ୟାପ୍‌ସିକମ୍‌, ଅଦା ରସୁଣ ବଟା ଓ ରସୁଣ ।

ପ୍ରସ୍ତୁତି ପ୍ରଣାଳୀ:

  • ଖୁଆ ଚିକେନ୍ ପ୍ରସ୍ତୁତ କରିବା ପାଇଁ ପ୍ରଥମେ କଡ଼େଇରେ ତେଲ ଦେଇ ଗରମ କରନ୍ତୁ।
  • ତେଲ ଗରମ ହୋଇଗଲା ପରେ ସେଥିରେ ଶୁଖିଲା ଲଙ୍କା ପକାଇ ଫୁଟାନ୍ତୁ ।
  • ଏହାପରେ ସେଥିରେ ପାନମଧୁରୀ, ଧନିଆ ଓ କଳାଜିରା ପକାଇ ଅଳ୍ପ ସମୟ ପାଇଁ ଭାଜି ଦିଅନ୍ତୁ ।
  • ଏହାପରେ ଚୁଲିକୁ ବନ୍ଦ କରି ଭଜା ହୋଇଥିବା ଗୋଟା ମସଲାରେ ଚିମୁଟାଏ ଲୁଣ ପକାଇ ଗୁଣ୍ଡ କରି ଦିଅନ୍ତୁ ।
  • ଚିକେନ୍‌କୁ ଭଲ କରି ଧୋଇ ଏକ ପାତ୍ରରେ ରଖନ୍ତୁ ।
  • ତିଆରି ଗୋଟା ମସଲା, ଦହି, ଖୁଆକୁ ଠିକ୍ ଭାବେ ମିଶାଇ ଦୁଇ ଘଣ୍ଟା ପର୍ଯ୍ୟନ୍ତ ଫ୍ରିଜ୍‌ରେ ରଖି ଦିଅନ୍ତୁ ।
  • ଏହା ମଧ୍ୟରେ କଡ଼େଇ ଗରମ କରି ସେଥିରେ ଘିଅ ପକାନ୍ତୁ।
  • ଘିଅ ଗରମ ହେବା ପରେ ଗୋଟା ଡାଲଚିନି ପକାନ୍ତୁ।
  • ଏହାପରେ ସେଥିରେ ପିଆଜ ଦେଇ ଲାଲ ହେବା ପର୍ଯ୍ୟନ୍ତ ଭାଜନ୍ତୁ।
  • ପିଆଜ କଷି ହୋଇଯିବା ପରେ ଗୋଟା ରସୁଣ କୋଲା ଓ ଅଦା ଓ ରସୁଣ ବଟା, କଟା କ୍ୟାପସିକମ୍‌ ପକାଇ ୨ ରୁ ୩ ମିନିଟ୍ ଭାଜନ୍ତୁ ।
  • ମସଲାରୁ ଭଲ ଭାବେ କଷି ହୋଇଗଲା ପରେ ଗୋଳା ହୋଇ ରହିଥିବା ଚିକେନ୍‌କୁ ପକାଇ ମିଶାଇ ଦିଅନ୍ତୁ ।
  • ଏହାପରେ ଚିକେନରେ ଅଳ୍ପ ପାଣି ଦେଇ ୫ ମିନିଟ୍ ପର୍ଯ୍ୟନ୍ତ କମ୍ ଆଞ୍ଚରେ ବସାନ୍ତୁ।
  • ଏହାପରେ ଚିକେନ୍‌କୁ ଅଧଘଣ୍ଟା ପର୍ଯ୍ୟନ୍ତ କଷନ୍ତୁ ।
  • ଏହାପରେ ଚୁଲିକୁ ବନ୍ଦ କରି ଏକ ପ୍ଲେଟ୍ କୁ କାଢି କଟା ଧନିଆ ପତ୍ର ପକାଇ ସଜାଇ ଦିଅନ୍ତୁ ।
Advertisment

ଏବେ ପ୍ରସ୍ତୁତ ହୋଇଗଲା ସ୍ୱାଦିଷ୍ଟ ‘ଖୁଆ ଚିକେନ୍‌’ । ଏହି ରେସିପିଟି ଘରେ ବନେଇ ନିଜେ ଖାଆନ୍ତୁ ଓ ଘର ଲୋକଙ୍କୁ ପରଷନ୍ତୁ ।

Odia Food And Recipes
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ