Advertisment

କେବେ ଖାଇଛନ୍ତି ଇଲିସି ମାଛର ଏହି ସୁଆଦିଆ ରେସିପି

ଆଜି ଆମେ ମାଛର ଏକ ଦେଶୀ ଶୈଳୀରେ ରେସିପି ପ୍ରସ୍ତୁତ କରିବୁ । ଏହି ରେସିପିର ନାଁ ହେଉଛି ‘ଇଲିସି ମାଛ ଟକ୍’। ଏହି ରେସିପିଟିକୁ ଆମେ ଅତି ସହଜ ଓ ଦେଶୀ ଉପାୟରେ ବନେଇ ପାରିବା । ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।

fish recipe

fish recipe

Advertisment

ଆମ ଓଡିଆ ଘରେ ଦେଶୀ ରୋଷେଇ ଖାଇବାର ମଜା ଟିକେ ନିଆରା । ସେ ଆମ ପାଖାଳ ହେଉ କି ଶାଗ ଭଜା । ଏହି ଖାଦ୍ୟର ମଜା କେବଳ ଜଣେ ଓଡ଼ିଆ ହିଁ ଜାଣିପାରିବ। ସେଥିପାଇଁ ଆଜି ଆମେ ଆପଣଙ୍କ ପାଇଁ ଏକ ଦେଶୀ ଆମିଷ ରେସିପି ପ୍ରସ୍ତୁତ କରିବୁ । ଏହି ରେସିପିର ନା ହେଉଛି ‘ଇଲିସି ମାଛ ଟକ୍’

Advertisment

‘ଇଲିସି ମାଛ ଟକ୍’ ପାଇଁ ଆବଶ୍ୟକ ସାମଗ୍ରୀ:

ଇଲିସି ମାଛ, ବାଇଗଣ, ସୋରିଷ ତେଲ, ପଞ୍ଚ ଫୁଟଣ, କଞ୍ଚା ଲଙ୍କା, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଲୁଣ ଓ ତେନ୍ତୁଳି ମଣ୍ଡ।

ପ୍ରସ୍ତୁତି ପ୍ରଣାଳୀ:

  • ପ୍ରଥମେ କଡ଼େଇରେ ସୋରିଷ ତେଲ ଗରମ କରନ୍ତୁ।
  • ସେଥିରେ ପଞ୍ଚ ଫୁଟଣ, କଞ୍ଚାଲଙ୍କା, ଲଙ୍କା ଗୁଣ୍ଡ ଓ ହଳଦୀ ଗୁଣ୍ଡ ପକାନ୍ତୁ।
  • ଏହାପରେ ସେଥିରେ ଅଳ୍ପ ଗରମ ପାଣି ଦିଅନ୍ତୁ।
  • ପାଣି ଫୁଟିଗଲା ପରେ ସେଥିରେ ପୂର୍ବରୁ ଭଜା ହୋଇ ରଖିଥିବା ଇଲିସି ମାଛ ପକାନ୍ତୁ।
  • ସେଥିରେ ଭଜା ବାଇଗଣ ପକାନ୍ତୁ। ସ୍ୱାଦ ଅନୁସାରେ ଲୁଣ ପକାନ୍ତୁ।
  • ସେଥିରେ ତେନ୍ତୁଳି ମଣ୍ଡ ପକାନ୍ତୁ।
  • ଇଲିସି ମାଛକୁ ଭାଜିବା ବେଳେ ବଳକା ଥିବା ତେଲ ମଧ୍ୟ ଉପରେ ପକାଇ ପାରନ୍ତି।
  • ଅଳ୍ପ ସମୟ ଫୁଟିବାକୁ ଦିଅନ୍ତୁ। ଏହାପରେ ଚୁଲିକୁ ବନ୍ଦ କରି ଦିଅନ୍ତୁ ।
Advertisment

ଏବେ ପ୍ରସ୍ତୁତ ହୋଇଗଲା ସୁଆଦିଆ ‘ଇଲିସି ମାଛ ଟକ’। ଏହି ରେସିପିଟିକୁ ଘରେ ବନେଇ ନିଜେ ଖାଆନ୍ତୁ ଓ ଘର ଲୋକଙ୍କୁ ପରଷନ୍ତୁ ।

Odia Food Recipes
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ