Rice Rasogola
ଆମ ଓଡ଼ିଆ ବାର ମାସରେ ତେର ପର୍ବ । ପର୍ବପର୍ବାଣୀରେ ଆମ ଘର ମାନଙ୍କରେ ଅନେକ ମିଠାର ରେସିପି ପ୍ରସ୍ତୁତ କରାଯାଏ । ଓଡ଼ିଶାର ପାରମ୍ପରିକ ମିଠା ରେସିପି ରସଗୋଲା ପ୍ରାୟତଃ ସମସ୍ତଙ୍କୁ ଖାଇବାକୁ ଭଲ ଲାଗିଥାଏ । ଆପଣ ଆଗରୁ ରସଗୋଲାର ରେସିପି ବନେଇ ଖାଇଥିବେ । ହେଲେ ଆଜି ଆମେ ଆପଣଙ୍କୁ ରସଗୋଲାର ଏକ ନିଆରା ରେସିପି ପ୍ରସ୍ତୁତ କରିବୁ । ଏହି ରେସିପିର ନାଁ ହେଉଛି ଚାଉଳ ‘ରସଗୋଲା‘ ।
ଚାଉଳ ରସଗୋଲା ବନେଇବା ପାଇଁ ସାମଗ୍ରୀ:
ସିଝା ଅରୁଆ ଚାଉଳ, ଆରାରୋଟ ପାଉଡର, ମଇଦା, ମିଲ୍କ ପାଉଡର, ଘିଅ, ଚିନି ଓ ପାଣି ।
ପ୍ରସ୍ତୁତି ପ୍ରଣାଳୀ:
- ଚାଉଳ ରସଗୋଲା ତିଆରି କରିବା ପାଇଁ ପ୍ରଥମେ ସିଝା ଅରୁଆ ଚାଉଳକୁ ବାଟି ଏକ ପ୍ଲେଟରେ ଘିଅ ଲଗାଇ ସେଥିରେ ରଖନ୍ତୁ।
- ଏହାପରେ ସେଥିରେ ମଇଦା, ଆରାରୋଟ୍ ପାଉଡର ଓ ମିଲ୍କ ପାଉଡର ମିଶାଇ ଭଲଭାବେ ଚକଟି ଦିଅନ୍ତୁ। ବର୍ତ୍ତମାନ ଏହାକୁ ଛୋଟ ଛୋଟ ଗୁଳା କରନ୍ତୁ।
- ଏହାପରେ ଆମେ ସିରା ପ୍ରସ୍ତୁତ କରିବା
- ସିରା ପ୍ରସ୍ତୁତ ପାଇଁ ଏକ କଡେଇରେ ଚିନି ଏବଂ ପାଣି ମିଶାଇ ଦୁଇ ମିନିଟ୍ ପର୍ଯ୍ୟନ୍ତ ଫୁଟାନ୍ତୁ।
- ସିରା ଟିକେ ବହଳିଆ ହୋଇଗଲେ ସେଥିରେ ପ୍ରସ୍ତୁତ ହୋଇଥିବା ଗୁଳାଗୁଡ଼ିକୁ ପକାଇ କିଛି ସମୟ ପର୍ଯ୍ୟନ୍ତ ହାଲକା ଆଞ୍ଚରେ ସିଝାନ୍ତୁ ।
- ଏହାପରେ ଏହାକୁ ଚୁଲିକୁ ବନ୍ଦ କରି ଏକ ପ୍ଲେଟକୁ କାଢି ସେଥିରେ
ଏହାପରେ ଏହାକୁ ଚୁଲିକୁ ବନ୍ଦ କରି ଏକ ପ୍ଲେଟକୁ କାଢି ସେଥିରେ କେଶର ଏବଂ ଅଳେଇଚ ଗୁଣ୍ଡ ପକାଇ ସଜାଇ ଦିଅନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ସୁଆଦିଆ ‘ଚାଉଳ ରସଗୋଲା’। ଏହି ମିଠାର ରେସିପି ପ୍ରସ୍ତୁତ କରି ଘରେ ନିଜେ ଖାଆନ୍ତୁ ଓ ଘର ଲୋକଙ୍କୁ ପରଷନ୍ତୁ ।
ରୋଷେଇ ଟିପସ୍:
ଏହି ମିଠାର ରେସିପିକୁ ଫ୍ରୀଜରେ ଏୟାର ଟାଇଟ୍ ବକ୍ସରେ ବହୁ ଦିନ ପର୍ଯ୍ୟନ୍ତ ରଖି ପାରିବେ । ଘରକୁ କୁଣିଆ ଆସିଲେ ଏହି ମିଠାର ରେସିପି ପରଷି ପାରିବେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1639998691.jpg)