malai masroom recipe
ଆପଣ କେବେ ଛତୁର ‘ମଲାଇ ମସରୁମ୍’ ରେସିପି ଖାଇଛନ୍ତି କି । ଯଦି ଖାଇ ନାହାଁନ୍ତି ତାହେଲେ ଆଜି ହିଁ ଘରେ ବନାନ୍ତୁ ‘ଢାବା ଷ୍ଟାଇଲ୍ ‘ମଲାଇ ମସରୁମ୍’। ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।
‘ମଲାଇ ମସରୁମ୍’ ବନେଇବା ପାଇଁ ଆବଶ୍ୟକ ସାମଗ୍ରୀ
ମଶ୍ରୁମ,କଟା ପିଆଜ,ଟମାଟୋ ପ୍ୟୁରି,କାଜୁ ବଟା,ଅଦା-ରସୁଣ ବଟା,କସ୍ତୁରୀ ମେଥି, ଗରମ ମସଲା,ଫ୍ରେଶ୍ କ୍ରିମ୍,ଗୋଲମରିଚ ଗୁଣ୍ଡ,ଲୁଣ, ରିଫାଇନ୍ ତେଲ
ପ୍ରସ୍ତୁତି ପ୍ରଣାଳୀ:
- ପ୍ରଥମେ ଚୁଲିରେ କଡେଇ ବସାଇ କଡେଇରେ ତେଲ ପକାନ୍ତୁ ।
- କଡ଼େଇରେ ତେଲ ଗରମ କରି ସେଥିରେ କଟା ପିଆଜକୁ ପକାନ୍ତୁ ।
- ପିଆଜ ବାଦାମୀ ରଙ୍ଗ ହେବା ପର୍ଯ୍ୟନ୍ତ ଭାଜନ୍ତୁ। ପରେ ଅଦା-ରସୁଣ ପେଷ୍ଟକୁ ଦେଇ କଷନ୍ତୁ ।
- ମସଲା ଟିକେ କଷି ହୋଇଗଲେ ଏଥିରେ ଟମାଟୋ ପ୍ୟୁରି ପକାଇ ଆଉ ଟିକେ କଷନ୍ତୁ ।
- କିଛି ସମୟ ପରେ କାଜୁ ବଟା ଓ ଛତୁ ପକାଇ କଷନ୍ତୁ।
- କିଛି ସମୟ ପରେ ଅଧା କପ୍ ପାଣି, ଲୁଣ, ଗୋଲମରିଚ ଗୁଣ୍ଡ ଓ ଅଳ୍ପ କସ୍ତୁରୀ ମେଥି ପକାଇ ୧୦ ମିନିଟ୍ ପର୍ଯ୍ୟନ୍ତ ଫୁଟାନ୍ତୁ ।
- ଏବେ ଫ୍ରେଶ୍ କ୍ରିମ୍ ଏବଂ ୧ମିନିଟ୍ ପରେ ଗରମ ମସଲା ପକାଇ ସାମାନ୍ୟ ଫୁଟାଇ ତଳକୁ ଓହ୍ଲାଇ ଦିଅନ୍ତୁ।
ଏବେ ପ୍ରସ୍ତୁତ ହୋଇଗଲା ସୁଆଦିଆ ‘ମଲାଇ ମଶ୍ରୁମ୍’। ଏହି ରେସିପିଟିକୁ ଆପଣ ରୁଟି, ପରଟା କିମ୍ବା ନାନ୍ ସହ ଖାଇଲେ ବେଶୀ ସୁଆଦିଆ ଲାଗିଥାଏ । ଏହି ରେସିପିଟିକୁ ଘରେ ବନେଇ ନିଜେ ଖାଆନ୍ତୁ ଓ ଘର ଲୋକଙ୍କୁ ପରଷନ୍ତୁ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1652770939.jpg)