Advertisment

ଘରେ ପ୍ରସ୍ତୁତ କରନ୍ତୁ ‘ନଡ଼ିଆ ଦିଆ କଙ୍କଡ଼ା ରସା’

ଘରେ ଆପଣ କଙ୍କଡ଼ାରେ ତିଆରି ବହୁ ରେସିପି ଖାଇଥିବେ । ଆଜି ଆମେ ଆପଣଙ୍କୁ କଙ୍କଡ଼ାର ଦେଶୀ ଶୈଳୀରେ ଏକ ରେପିପି ବିଷୟରେ କହିବୁ । ଏହି ରେସିପି ର ନାଁ ହେଉଛି ‘ନଡ଼ିଆ ଦିଆ କଙ୍କଡ଼ା ରସା’ । ଏହି ରେସିପିଟିକୁ ଆପଣ ଘରେ ଅତି ସହଜ ଓ ସରଳ ଭାବରେ ବନେଇ ପାରିବେ । ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।

ଅଦ୍ୟତନ ହୋଇଛି
coconut crab curry

coconut crab curry

Advertisment

ଖାଦ୍ୟରେ ଆମିଷ ଥିଲେ ଖାଇବାର ସ୍ୱାଦ ୨ ଗୁଣ ବଢିଯାଏ । ପ୍ରାୟତଃ କଙ୍କଡ଼ା ତରକାରୀ ପ୍ରାୟ ସମସ୍ତଙ୍କୁ ପସନ୍ଦ ହୋଇଥାଏ । ଘରେ ଆପଣ କଙ୍କଡ଼ାରେ ତିଆରି ବହୁ ରେସିପି ଖାଇଥିବେ । ଆଜି ଆମେ ଆପଣଙ୍କୁ କଙ୍କଡ଼ାର ଦେଶୀ ଶୈଳୀରେ ଏକ ରେପିପି ବିଷୟରେ କହିବୁ । ଏହି ରେସିପି ର ନାଁ ହେଉଛି ‘ନଡ଼ିଆ ଦିଆ କଙ୍କଡ଼ା ରସା’ । ଏହି ରେସିପିଟିକୁ ଆପଣ ଘରେ  ଅତି ସହଜ ଓ ସରଳ ଭାବରେ ବନେଇ ପାରିବେ । ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।

Advertisment

ନଡ଼ିଆ ଦିଆ କଙ୍କଡ଼ା ରସା’ବନେଇବା ପାଇଁ ସାମଗ୍ରୀ:

କଙ୍କଡ଼ା,କଟା ପିଆଜ,କଟା କଞ୍ଚା ଲଙ୍କା,ଅଦା ରସୁଣ ପେଷ୍ଟ,ହଳଦୀ ଗୁଣ୍ଡ,ଲଙ୍କା ଗୁଣ୍ଡ,ଧନିଆ ଗୁଣ୍ଡ,କଟା ଟମାଟୋ,ନଡ଼ିଆ କୋରା,ଭୃଷଙ୍ଗ ପତ୍ର,ରିଫାଇନ୍ ତେଲ,ସ୍ୱାଦନୁସାରେ ଲୁଣ,ଗୋଟା ଗରମ ମସଲା(ଲବଙ୍ଗ,ଗୁଜୁରାତି,ସୋରିଷ,ଜିରା )

Advertisment

ପ୍ରସ୍ତୁତି ପ୍ରଣାଳୀ:

  • ପ୍ରଥମେ କଙ୍କଡ଼ାକୁ ଭଲ ଭାବେ ଧୋଇ ଅଳ୍ପ ହଳଦୀ ପକାଇ ଗୋଳାଇ ଏକ ପାତ୍ରରେ ରଖନ୍ତୁ ।
  • ଚୁଲିରେ କଡ଼େଇ ବସାଇ ସେଥିରେ ତେଲ ଗରମ କରନ୍ତୁ ।
  • ତେଲ ଗରମ ହୋଇଗଲା ପରେ ସେଥିରେ ଗୋଲମରିଚ, ଜିରା, ପାନମଧୁରୀ ପକାଇ ଅଳ୍ପ ଭାଜନ୍ତୁ ।
  • ଏହା ପରେ ସେଥିରେ କଟା ପିଆଜ, ଅଳ୍ପ ଲୁଣ, କଞ୍ଚା ଲଙ୍କା, ଅଦା ରସୁଣ ପେଷ୍ଟ, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଧନିଆ ପାଉଡ଼ର୍‌, ଟମାଟୋ ପକାଇ ଭାଜନ୍ତୁ ।
  • ମସଲା ଭଲ ଭାବେ ଭାଜି ହୋଇଗଲେ ଚୁଲିକୁ ବନ୍ଦ କରି ଥଣ୍ଡା ହେବାପାଇଁ ଏକ ପାତ୍ରକୁ କାଢ଼ି ଦିଅନ୍ତୁ ।
  • ମସଲା ଥଣ୍ଡା ହେଲା ପରେ ମସଲା ମିଶ୍ରଣକୁ ଗ୍ରାଇଣ୍ଡ କରିଦିଅନ୍ତୁ ।
  • ଏହାପରେ ସେଥିରେ ନଡ଼ିଆ କୋରା ପକାଇ ଗ୍ରାଇଣ୍ଡ କରି ଏହାର ଏକ ମସଲା ପ୍ରସ୍ତୁତ କରନ୍ତୁ ।
  • ଏହାପରେ ଚୁଲିରେ କଡ଼େଇ ବସାଇ ସେଥିରେ ତେଲ ପକାନ୍ତୁ ।
  • ତେଲ ଗରମ ହେଲା ପରେ ସେଥିରେ ଗୁଜୁରାତି, ଲବଙ୍ଗ, ଅଳ୍ପ ସୋରିଷ ଏବଂ ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବା ମସଲା ପକାନ୍ତୁ ।
  • ଏହା ପରେ ସେଥିରେ ଅଳ୍ପ ପାଣି ପକାଇ ଭଲ ଭାବେ କଷନ୍ତୁ ।
  • ଏହାକୁ ଏବେ ଘୋଡ଼ଣୀ ଦେଇ ସିଝିବାକୁ ଛାଡ଼ି ଦିଅନ୍ତୁ ।
  • ଏହାପରେ ସେଥିରେ ଲୁଣ ଏବଂ କଙ୍କଡ଼ା ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ ।
  • ଏହାପରେ କଙ୍କଡ଼ା ଗୁଡ଼ିକୁ ସିଝିବା ପାଇଁ ଘୋଡ଼ଣୀ ଦେଇ କିଛି ସମୟ ଛାଡ଼ି ଦିଅନ୍ତୁ।
  • କଙ୍କଡ଼ା ସିଝି ଗଲେ ସେଥିରେ ଭୃଷଙ୍ଗ ପତ୍ର ପକାଇ ଆଉ କିଛି ସମୟ ତରକାରୀ ଫୁଟିବା ପାଇଁ ଛାଡ଼ି ଦିଅନ୍ତୁ ।
  • ଏହାପରେ ଚୁଲିକୁ ବନ୍ଦ କରି ଏହାକୁ ଏକ ପାତ୍ରକୁ କାଢି ଦିଅନ୍ତୁ ।

ଏବେ ପ୍ରସ୍ତୁତ ହୋଇଗଲା ଗରମାଗରମ 'ନଡ଼ିଆ ଦିଆ କଙ୍କଡ଼ା ରସା’ । ଏହି ରେସିପିଟିକୁ ଗରମ ଭାତ ସହିତ ଖାଇଲେ ବେଶୀ ସୁଆଦିଆ ଲାଗିଥାଏ । ଏହି ରେସିପିଟିକୁ ବନେଇ ନିଜେ ଖାଆନ୍ତୁ ଓ ଘର ଲୋକଙ୍କୁ ପରଷନ୍ତୁ ।

Advertisment
Odia Food And Recipes Coconut Crab Curry
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ