ଘରେ ବନାନ୍ତୁ ଚଟପଟା ‘ଆମ୍ବୁଲ ଚିକେନ୍’

ଆପଣ ଅନେକ ପ୍ରକାର ଚିକେନର ରେସିପି ଖାଇଥିବେ । ଯେମିତିକି ଦେଶୀ ଚିକେନ୍. ଚିକେନ୍ କଷା,ଚିକେନ୍ ମସଲା । କିନ୍ତୁ ଚିକେନର ଖଟା ତଥା ଆମ୍ବୁଲ ତିଆରି ରେସିପି କେବେ ଖାଇଛନ୍ତି କି ? ସେଥିପାଇଁ ଆଜି ଆମେ ଚିକେନର ଏକ ନିଆରା ଓ ଦେଶୀ ରେସିପି ବିଷୟରେ ଜଣେଇବୁ । ଆଜି ଆମେ ଆପଣଙ୍କ ପାଇଁ ବନେଇବୁ ‘ଆମ୍ବୁଲ ଚିକେନ୍’ ।

'ambula chicken'

News Summary

ସହଜ ଓ ଦେଶୀ ଉପାୟରେ ବନାନ୍ତୁ 'ଆମ୍ବୁଲ ଚିକେନ୍'

ଆମ ଓଡ଼ିଆ ଘରର ଖାଦ୍ୟ ସବୁଠୁ ଅଲଗା । ଆମ ଓଡ଼ିଶାର ଦେଶୀ ରେସିପି ସବୁଠି ସମସ୍ତଙ୍କୁ ପସନ୍ଦ ଆସିଛି । ଆଜି ଆମେ ଚିକେନର ଏକ ଦେଶୀ ଚଟପଟା ରେସିପି ପ୍ରସ୍ତୁତ କରିବୁ । ଏହି ରେସିପିର ନାଁ ହେଉଛି ‘ଆମ୍ବୁଲ ଚିକେନ’ । ଏହି ରେସିପିଟି ଆମେ ଆମେ ଅତି ସହଜ ଓ ଦେଶୀ ଉପାୟରେ ବନେଇବା । ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।

‘ଆମ୍ବୁଲ ଚିକେନ’ ବନେଇବା ପାଇଁ ଆବଶ୍ୟକ ସାମଗ୍ରୀ:

ଚିକେନ୍‌, ଆମ୍ୱୁଲ, ଜିରା ଗୁଣ୍ଡ, ଲଙ୍କା ଗୁଣ୍ଡ, ଲୁଣ, ପୋଦିନା ପତ୍ର ଓ ରସ, ହଳଦୀ ଗୁଣ୍ଡ, ଚିଲି ସସ୍‌, ଅଦା, ଚିନି, ଆମ୍ୱକଷିଆ ଅଦା, ଧନିଆ ଗୁଣ୍ଡ, ପିଆଜ, ରସୁଣ ଓ ତେଲ।

ପ୍ରସ୍ତୁତି ପ୍ରଣାଳୀ:

ଏବେ ପ୍ରସ୍ତୁତ ହୋଇଗଲା ଆପଣଙ୍କର ଖଟାମିଠା ‘ଆମ୍ୱୁଲ ଚିକେନ୍‌’। ଏହି ରେସିପି ଆପଣ ଫ୍ରାଏଡ୍ ରାଇସ୍ ସହିତ ଖାଇଲେ ବେଶୀ ସୁଆଦିଆ ଲାଗିଥାଏ । ଏହି ରେସିପିଟି ଆପଣ ଘରେ ବନେଇ ନିଜେ ଖାଆନ୍ତୁ ଓ ଘର ଲୋକଙ୍କୁ ପରଷନ୍ତୁ ।

'Ambula Chicken' recipe