Advertisment

କେବେ ଖାଇନଥିବେ ମଟନ୍‌ର ଏହି ସ୍ୱାଦିଷ୍ଟ ରେସିପି

ଆପଣ ଘରେ ମଟନର ବିଭିନ୍ନ ରେସିପି ତିଆରି କରିଥିବେ । ଆଜି ଆମେ ଆପଣଙ୍କ ପାଇଁ ମଟନର ଏକ ଦେଶୀ ସୁଆଦିଆ ରେସିପି ପ୍ରସ୍ତୁତ କରିବୁ । ଏହି ରେସିପିର ନାଁ ହେଉଛି ‘ରସୁଣ ଖାସି ମାଂସ’ । ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।

ଅଦ୍ୟତନ ହୋଇଛି
Garlic Mutton

Garlic Mutton

Advertisment

ଆପଣ ମଟନର ବିଭିନ୍ନ ରେସିପି ଖାଇଥିବେ । କିନ୍ତୁ ଆପଣ କେବେ ‘ରସୁଣ ଖାସି ମାଂସ’ର ରେସିପି ଖାଇଛନ୍ତି କି ? ଆଜି ଆମେ ଆପଣଙ୍କ ପାଇଁ ‘ଗୋଟା ମସଲା ମଟନ୍ କଷା’ର ରେସିପି ପ୍ରସ୍ତୁତ କରିବୁ । ଏହି ରେସିପିଟିକୁ ଅତି ସହଜ ଓ ସରଳ ଉପାୟରେ ବନେଇ ପାରିବା ।

Advertisment

‘ରସୁଣ ଖାସି ମାଂସ’ ବନେଇବା ପାଇଁ ସାମଗ୍ରୀ:

ଖାସି ମାଂସ, ଗୋଟା ରସୁଣ , କଟା ପିଆଜ, ଗୋଟା କଞ୍ଚାଲଙ୍କା, ଜିରା ଗୁଣ୍ଡ, ଲଙ୍କା ଗୁଣ୍ଡ, ଧନିଆ ଗୁଣ୍ଡ, ଶୁଖିଲା ଲଙ୍କା, ତେଜପତ୍ର, ସୋରିଷ ତେଲ, ଅଦା ରସୁଣ ପେଷ୍ଟ, ହଳଦୀ ଗୁଣ୍ଡ, ଲୁଣ, ଧନିଆ ପତ୍ର ଓ ମାଂସକୁ ଦମ୍ ଦେବା ପାଇଁ ଅଟା ଗୁଳା।

ପ୍ରସ୍ତୁତି ପ୍ରଣାଳୀ:

  • ପ୍ରଥମେ ଚୁଲି ଲଗାଇ କଡ଼େଇରେ ସୋରିଷ ତେଲ ଗରମ କରି ରଖନ୍ତୁ।
  • ଏକ ପାତ୍ରରେ ଗୋଟା କଞ୍ଚାଲଙ୍କା, କଟା ପିଆଜ, ଅଦା ରସୁଣ ବଟା, ଗରମ ମସଲାପକାନ୍ତୁ
  • ଏହାପରେ ହଳଦୀ ଗୁଣ୍ଡ, ସ୍ୱାଦ ଅନୁସାରେ ଲୁଣ, ଜୀରା ଗୁଣ୍ଡ, ଧନିଆ ଗୁଣ୍ଡ, ଲଙ୍କା ଗୁଣ୍ଡ ଓ ବୁଦା ରସୁଣ ପକାଇ ଭଲ ଭାବରେ ଗୋଳାନ୍ତୁ।
  • ଏହାପରେ ସେଥିରେ ତେଜପତ୍ର, ଶୁଖିଲା ଲଙ୍କା, ଡାଲଚିନି, ଗୁଜୁରାତି, ଅଳେଇଚ ଓ ଲବଙ୍ଗ ପରି ଗୋଟା ମସଲା ପକାନ୍ତୁ। ଏହି ମସଲା ସବୁରେ ଗରମ କରି ରଖିଥିବା ସୋରିଷ ତେଲ ଓ ମାଂସକୁ ପକାଇ ପୁଣି ଭଲ ଭାବରେ ଗୋଳାନ୍ତୁ।
  • ଏହାପରେ ମାଟି ହାଣ୍ଡିରେ ତେଲ ମାରି ତାକୁ ଗରମ କରି ମସଲା ଗୋଳା ମାଂସକୁ ସେଥିରେ ପକାଇ କଷନ୍ତୁ।
  • ଏହାପରେ ଏଥିରେ ଧନିଆ ପତ୍ର ଘୋଡ଼ଣୀ ଘୋଡ଼ାଇ ଅଟା ଚକଟାଦ୍ୱାରା ଢାଙ୍କୁଣୀକୁ ଭଲଭାବରେ ସିଲ୍‌ କରିଦିଅନ୍ତୁ। ଏହାର ୪୫ ମିନିଟ୍‌ ପରେ ପ୍ରସ୍ତୁତ ହୋଇଯିବ ‘ରସୁଣ ଖାସି ମାଂସ’ ।
Advertisment

ଏବେ ପ୍ରସ୍ତୁତ ହୋଇଗଲା ସୁଆଦିଆ ‘ରସୁଣ ଖାସି ମାଂସ’ । ଏହି ରେସିପିକୁ ରୁଟି କିମ୍ବା ଭାତ ସହ ଖାଇଲେ ବେଶୀ ସୁଆଦିଆ ଲାଗିଥାଏ । ଏହି ରେସିପିଟିକୁ ଘରେ ବନେଇ ନିଜେ ଖଆନ୍ତୁ ଓ ଘର ଲୋକଙ୍କୁ ପରଷନ୍ତୁ ।

Odia Food And Recipes
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ