fish kofta
Advertisment
ପ୍ରାୟତଃ ଆମିଷ ପ୍ରିୟ ବ୍ୟକ୍ତି ମାଛର ମଞ୍ଜି ଖାଇବାକୁ ଖୁବ୍ ଭଲ ପା'ନ୍ତି। ଆଜି ଆମେ ଏହି ମାଛ ମଞ୍ଜିକୁ ନେଇ 'ମାଛ ମଞ୍ଜି କୋଫ୍ତା' ରେସିପି ତିଆରି କରିବା । ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।
Advertisment
‘ମାଛ ମଞ୍ଜି କୋଫ୍ତା’ ବନେଇବା ପାଇଁ ଆବଶ୍ୟକ ସାମଗ୍ରୀ:
ମାଛ ମଞ୍ଜି, କଟା ପିଆଜ, ଟମାଟୋ, କଟା ଅଦା, କଟା ରସୁଣ, ବଟା ଅଦା, ବଟା ରସୁଣ, ଲଙ୍କାଗୁଣ୍ଡ, ଧନିଆ ଗୁଣ୍ଡ, ହଳଦୀ ଗୁଣ୍ଡ, ରିଫାଇନ୍ ତେଲ, ତେଜ ପତ୍ର, ଧନିଆପତ୍ର, ବେସନ, ଗରମ ମସଲା ଗୁଣ୍ଡ ଏବଂ ସ୍ୱାଦ ଅନୁସାରେ ଲୁଣ।
ପ୍ରସ୍ତୁତି ପ୍ରଣାଳୀ:
- ପ୍ରଥମେ ମାଛ ମଞ୍ଜିକୁ ଭଲ ଭାବରେ ଧୋଇ ଦିଅନ୍ତୁ।
- ବର୍ତ୍ତମାନ ଏଥିରେ ଲୁଣ, ହଳଦୀ ଗୁଣ୍ଡ, କଟା ଧନିଆପତ୍ର, କଟା ପିଆଜ, କଟା କଞ୍ଚାଲଙ୍କା, କଟା ଅଦା, କଟା ରସୁଣ ଓ ସ୍ୱାଦ ଅନୁସାରେ ଲୁଣ ଓ ବେସନକୁ ଭଲଭାବେ ଗୋଳାଇ ଦିଅନ୍ତୁ।
- ମାଛ ମଞ୍ଜିର ମିଶ୍ରଣକୁ ଆହୁରି ଚକଟି ଏଥିରୁ କୋଫ୍ତା ସବୁ ତିଆରି କରି ରଖନ୍ତୁ।
- ଏବେ କଡ଼େଇରେ ତେଲ ଗରମ କରି ସେହି ମାଛ ମଂଜି କୋଫତା ସବୁକୁ ଛାଣି ରଖନ୍ତୁ।
- ଏହାପରେ ପୁଣି ତେଲ ଗରମ କରି ତେଜ ପତ୍ର, କଟା ପିଆଜ ପକାଇ ପିଆଜ ଲାଲ ହେବା ପର୍ଯ୍ୟନ୍ତ ଭାଜନ୍ତୁ।
- ବର୍ତ୍ତମାନ ଏଥିରେ ରସୁଣ ବଟା, ଅଦାବଟା, ଟମାଟୋ, ଧନିଆ ଗୁଣ୍ଡ, ଲଙ୍କାଗୁଣ୍ଡ ଓ ହଳଦୀ ଗୁଣ୍ଡ ପକାଇ ଅଧା କପ ପାଣି ଦେଇ ମସଲାକୁ ଭଲ ଭାବରେ କଷନ୍ତୁ।
- ମସଲା କଷି ହୋଇ ଗଲେ ପାଣି ଓ ସ୍ୱାଦ ଅନୁସାରେ ଲୁଣ ପକାନ୍ତୁ।
- ମସଲା ଭଲ ଭାବରେ ଫୁଟିଗଲେ କମ୍ ଆଞ୍ଚରେ ରଖି ପୂର୍ବରୁ ଛାଣି ରଖିଥିବା କୋଫ୍ତା ଗୁଡ଼ିକୁ ପକାଇ ଢାଙ୍କୁଣି ଘୋଡ଼ାଇ ୫ରୁ ୧୦ ମିନିଟ୍ ରଖନ୍ତୁ।
- ମାଛ ମଞ୍ଜି କୋଫ୍ତା ଗୁଡ଼ିକ ଭଲ ଭାବରେ ସିଝି ଗଲେ ଢାଙ୍କୁଣି କାଢ଼ି ଉପରେ କଟା ଧନିଆପତ୍ର ଓ ଗରମ ମସଲା ଗୁଣ୍ଡ ପକାଇ ଚୁଲିରୁ ଓହ୍ଲାଇ ଦିଅନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ‘ମାଛ ମଞ୍ଜି କୋଫ୍ତା’
Advertisment
ଏହି ରେସିପିଟିକୁ ଗରମ ଗରମ ରୁଟି କିମ୍ବା ଭାତ ସହିତ ଖାଇଲେ ବେଶୀ ସୁଆଦିଆ ଲାଗିଥାଏ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/fish_kofta_1709968456.jpg)