ଅଦ୍ୟତନ ହୋଇଛି
Fish recipe
Advertisment
ଆପଣ ମାଛରୁ ତିଆରି ବହୁ ଖାଦ୍ୟ ସାମଗ୍ରୀ ଖାଇଥିବେ। ତେବେ ସୁଆଦିଆ ‘ରୋହି ମାଛ ପୋସ୍ତ’ କେବେ ଖାଇଛନ୍ତି କି ? ଆଜି ଆମେ ଆପଣଙ୍କୁ ଏହାର ପ୍ରସ୍ତୁତି ସମ୍ପର୍କରେ କହିବୁ।
Advertisment
ଆବଶ୍ୟକ ସାମଗ୍ରୀ:
ରୋହି ମାଛ ୫୦୦ ଗ୍ରାମ, ଏକ ଚାମଟ ହଳଦୀ ଗୁଣ୍ଡ, ୩ରୁ ୪ଟି କଞ୍ଚା ଲଙ୍କା, ଏକ କପ୍ ପୋସ୍ତ ବଟା, ୩ରୁ ୪ଟି କଟା ପିଆଜ ତେଲ ଏକ କପ୍, ଲୁଣ ସ୍ୱାଦ ଅନୁସାରେ।
ପ୍ରସ୍ତୁତି ପ୍ରଣାଳୀ:
- ପ୍ରଥମେ ରୋହି ମାଛରେ ଲୁଣ ଓ ହଳଦୀ ଗୁଣ୍ଡ ଗୋଳାଇ ଗରମ ତେଲରେ ଅଳ୍ପ ଛାଣି ରଖନ୍ତୁ।
- ଏହାପରେ ପ୍ୟାନ୍ରେ ତେଲ ଗରମ କରି ସଥିରେ ଜିରା, କଟା ପିଆଜ, କଞ୍ଚା ଲଙ୍କା ଓ ଗୋଟା ରସୁଣ ପାଖୁଡା ପକାଇ ଭାଜନ୍ତୁ।
- ଏ ସବୁ ଭାଜି ହେବା ପରେ ଛଣା ମାଛକୁ ସେଥିରେ ପକାଇ ତା'ପରେ କଟା ଟମାଟ ଓ ଲୁଣ ପକାଇ ଭାଜନ୍ତୁ।
- ପରେ ଏଥିରେ ପୋସ୍ତ ବଟାକୁ ପକାଇ କିଛି ସମୟ କଷନ୍ତୁ।
- ଏହାପରେ ସେଥିରେ ଅଳ୍ପ ପାଣି ଓ ସ୍ୱାଦ ଅନୁସାରେ ଲୁଣ ଦେଇ ଘୋଡାଇ ଦିଅନ୍ତୁ।
- ଦୁଇରୁ ତିନି ମିନିଟ୍ ପରେ ପ୍ରସ୍ତୁତ ହୋଇଯିବ ରୋହି ମାଛ ପୋସ୍ତ।
Advertisment
ମାଛର ଏହି ରେସିପିଟିକୁ ଗରମ ଗରମ ଭାତ ସହିତ ଖାଇଲେ ବେଶୀ ସୁଆଦିଆ ଲାଗିଥାଏ । ଘରକୁ କୁଣିଆ ଆସିଲେ ବନାନ୍ତୁ ଏହି ରେସିପି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1713603141.jpg)